ବ୍ୟବସାୟୀ ଙ୍କୁ ମାଡ ମାରି ଲୁଟ : ଝାମ୍ପି ନେଲେ ୧୨ ଲକ୍ଷ ଟଙ୍କା ଭର୍ତ୍ତି ଥିବା ବ୍ୟାଗ…


ଉମରକୋଟ / ରାଇଘର ( ୧୫/୦୧/୨୦୨୫) ଦିନ ଦ୍ବିପ୍ରହରେ ଜଣେ ମକ୍କା ବ୍ୟବସାୟୀଙ୍କ ମୁଣ୍ଡରେ ଆଘାତ କରି ଦୁର୍ବୃତ୍ତମାନେ ଲୁଟି ନେଲେ ତାଙ୍କର ଟଙ୍କା ବ୍ୟାଗ । ଯାହାକୁ ନେଇ ଅଞ୍ଚଳ ରେ ଭୟ ର ବାତାବରଣ ସୃଷ୍ଟି ହୋଇଛି l ସୂଚନା ପ୍ରକାରେ ଆଜି ଦିନ ଆନୁମାନିକ ପ୍ରାୟ ୧୧ ସମୟ ରେ ରାଇଘର ର ଅବଦୁଲ ଆନସାରୀ (୫୬) ଯିଏ କି ଜଣେ ମକ୍କା, ଧାନ ବ୍ୟବସାୟୀ, ଏହି. ମକ୍କା, ଧାନ କିଣିବା ପାଇଁ ସଦର ରାଇଘର ରୁ ପ୍ରାୟ ଆଠ କିଲୋମିଟର ହେବ ଛତାବେଡା ଆଦିବାସୀ ସାପ୍ତାହିକ ହାଟ କୁ ତାଙ୍କର ମୁନସୀ, ଗୁଡ୍ଡୁ ଧୋପା ଓ ଇଉନୁଷ ଲାଠିଆ ସହିତ ତିନି ଜଣ ଗୋଟିଏ ମଟର ସାଇକେଲ ଯୋଗେ ଯାଉଥିଲେ କିନ୍ତୁ ହାଟରୁ ୨୦୦ ମିଟର ଦୂରରେ ଥିବା ଏକ ବନ୍ଧ ଜାଗାରେ ୬ ଜଣ ଦୁର୍ବୃତ୍ତ ଏମାନଙ୍କ ହାତ ଦେଖେଇ ରହିବାକୁ କହିଥିଲେ, ଏମାନେ ମଟର ସାଇକେଲ ଟିକେ ସ୍ଲୋ କରିବାରୁ ଅଚାନକ ପଛ ପଟରୁ ବାଡ଼ିରେ ବାଡ଼ଇବା ଆରମ୍ଭ କରିଦେଲେ। କେହି କିଛି ବୁଝିବା ଆଗରୁ ଦୁର୍ବୃତ୍ତମାନେ ଟଙ୍କା ବ୍ୟାଗଟି ସେମାନଙ୍କୁ ପାଖରୁ ଛଡାଇ ନେଇ ଫେରାର ହୋଇ ଯାଇଛନ୍ତି । ଆଜି ହାଟ ଦିନ ହୋଇ ଥିବାରୁ ଏହି ରାସ୍ତାଟିରେ ଲୋକ ମାନଙ୍କ ଚଳାଚଳ ହେଉଥିବା ବେଳେ ଏହି ପରି ଘଟଣା ଘଟିଛି ଯାହାକି ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରିଛି । ଅବଦୁଲ ଆନସାରୀ ଙ୍କୁ ମୁଣ୍ଡରେ ଆଘାତ ଲାଗିଥିବା କାରଣ ରୁ ରାଇଘର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ଅଛନ୍ତି ଏବଂ ତାଙ୍କର କହିବା କଥା ବ୍ୟାଗ ରେ ୧୨ ଲକ୍ଷ୍ ଟଙ୍କା ଥିଲା। ଏହି ଖବର ରାଇଘର ଥାନାରେ ପହଞ୍ଚିବା କ୍ଷଣି ରାଇଘର ପୋଲିସ ପ୍ରଶାସନ କାଳବିଳମ୍ବ ନ କରି ଘଟଣା ସ୍ଥଳରେ ପହଞ୍ଚି ତନାଘୋନା ସହ ଅନୁସନ୍ଧାନ ଜାରିରଖିଛନ୍ତି । କିନ୍ତୁ ଅବଦୁଲ ଆନସାରୀ ଉକ୍ତ ଘଟଣା କୁ ନେଉ ଥାନାରେ କୌଣସି ଲିଖିତ ଅଭିଯୋଗ କରିନାହାନ୍ତି କାରଣ ତାଙ୍କ ମୁଣ୍ଡରେ ଆଘାତ କାରଣ ରୁ ଚିକିତ୍ସା ରେ ଅଛନ୍ତି l

nis-ad
Leave A Reply

Your email address will not be published.