ପୋଲିସ ପାଠ ଦୁଇ ଦୁଗୁଣେ ଆଠ ..! : ଚୋରା ଭଙ୍ଗା ମୋବାଇଲ ଚିହ୍ନଟ ପାଇଁ ଅଜବ ନିୟମ….!


ବ୍ରହ୍ମପୁର:ପୋଲିସ ଥାନାରେ ଚି଼ହ୍ନା ମୁହଁ ନଥିଲେ ନା ନା ଅସୁବିଧାର ସମ୍ମୁଖୀନ ହେବାର ନଜିର ରହିଛି। ସେଥିପାଇଁ ଗଞ୍ଜାମ ଲୋକେ କୁହନ୍ତି। ପୋଲିସ ପାଠ ଦୁଇ ଦୁଗୁଣେ ଆଠ ବୋଲି। କାରଣ ପୋଲିସ ହାତରେ ଅସୀମ କ୍ଷମତା ରହିଛି। ପୋଲିସ ଚାହିଁଲେ ଯାହାକୁ ସାହାଯ୍ୟ କରିପାରିବେ ହଇରାଣ ହରକତ ବି କରିପାରିବେ। ପୋଲିସ ସହ ଦୋସ୍ତି ଭଲ ନାହିଁ ଦୁଷ୍ମମୟୀ ବି ଭଲ ନାହିଁ ବୋଲି ପୂର୍ବ ରୁ କଥାରେ ରହିଆସିଛି। ଆସିକା ସହର ମଧ୍ୟରେ ଥିବା ପଣ୍ଡା ମୋବାଇଲ ଦୋକାନରୁ ଚୋର ମାନେ ଗତ ୮ତାରିଖ ଦିନ କବାଟ ଭାଙ୍ଗି ନୂଆ ଓ ମରାମତି ପାଇଁ ଆସିଥିବା ମୋବାଇଲ ଚୋରୀ କରିଥିଲେ। ଦୋକାନ ମାଲିକ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା। ପୋଲିସ ସନ୍ଧାନୀ କୁକୁର ଆଣି ତଦନ୍ତ କରି ଫେରିଥିଲେ। ଚୋରୀ ଯାଇଥିବା ମରାମତି କୁ ଆସିଥିବା ମୋବାଇ ବୁଜୁଲା ପୋଲିସ କୁ ମିଳିଥିବା ଚର୍ଚ୍ଚା ହେଉଛି। ହେଲେ କୁଆଡ଼େ ଥାନାର ଜଣେ କର୍ମଚାରୀ ଉକ୍ତ ମୋବାଇଲ କୁ ମରାମତି ପାଇଁ ଦେଇଥିବା ବ୍ୟକ୍ତି ବିଶେଷଙ୍କ ପରିଚୟ ଓ ପ୍ରମାଣ ଜାଣିବା ପରେ ଉକ୍ତ ମୋବାଇଲ ଫେରସ୍ତ ଦିଆଯିବ ବୋଲି କହୁଥିବା ଘଟଣା ଏବେ ଆସିକା ରେ ଚର୍ଚ୍ଚା ର ବିଷୟ ହୋଇଛି। ଭଙ୍ଗା ମୋବାଇଲ ସଜାଡ଼ିବାକୁ ଦେଇଥିବା ଲୋକେ ଥାନାକୁ ଯିବାକୁ ଅମଙ୍ଗ ହେଉଥିବା ଆଲୋଚନା ହେଉଛି। ଯଦି ଭଙ୍ଗା ମୋବାଇଲ ବୁଜୁଲା ପୋଲିସ କୁ ମିଳିଲା ତାହା ହେଲେ ନୂଆ ମୋବାଇଲ କେବେ ମିଳିବ ବୋଲି ଚର୍ଚ୍ଚା ହେଉଛି। ଭଙ୍ଗା ମୋବାଇଲ ସଜାଡ଼ିବାକୁ ଦେବା ପୁଣି ପୋଲିସ ଝାମେଲା ରେ ନ ଯିବାକୁ କିଛି ଗ୍ରାହକଙ୍କ ମଧ୍ୟରେ ଆଲୋଚନା ହେଉଛି।

nis-ad
Leave A Reply

Your email address will not be published.