ଅପରାଧୀ ମାନେ ଘଟାଇ ଥାନ୍ତେ ଅଘଟଣ : , ୭ ଗୋଟି ବୋମାକୁ ନିଷ୍କ୍ରିୟ କଲା ପୋଲିସ…

ବ୍ରହ୍ମପୁର :ବ୍ରହ୍ମପୁର ପୋଲିସ ଜିଲ୍ଲା ବୈଦ୍ୟନାଥପୁର ଥାନା ଇଲାକରେ ସକ୍ରିୟ ହେଇଛନ୍ତି ଅପରାଧୀ। ଦିନକୁ ଦିନ ବଢୁଛି ଅପରାଧ।ପୋଲିସ କୁ ଦେଉଛନ୍ତି ଖୋଲା ଚ୍ୟାଲେଞ୍ଜ। ପୋଲିସ ଟେର ପାଉନି ଅପରାଧୀଙ୍କୁ। ତେବେ ଆଜି ବୈଦ୍ୟନାଥପୁର ଥାନାପୋଲିସ କୁ ମିକିଛି ଏକ ବଡ଼ ସଫଳତା, କୌଣସି ଏକ ଅଘଟଣ ଘଟାଇବା ପାଇଁ ଏକ ବ୍ୟାଗରେ ରହିଥିବା ୭ ଗୋଟି ବୋମା କୁ ନିଷ୍କ୍ରିୟ କରିବା ସହିତ ଜଣଙ୍କୁ ଅଟକ ରଖିଛି ପୋଲିସ।ଗତ ୯ ତାରିଖ ସନ୍ଧ୍ୟାରେ ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ଲାଞ୍ଜିପଲ୍ଲୀ ଜାତୀୟ ରାଜପଥ ନିକଟରେ ଏକ ଅର୍ଦ୍ଧ ନିର୍ମିତ ଘରେ କିଛି ଦୃବୃତ୍ତ କିଛି ଯୋଜନା କରୁଥିବା ଖବର ପାଇ ପୋଲିସ ସେଠାରେ ଚଡାଉ କରିଥିଲା।ପୋଲିସ କୁ ଦେଖି ଦୁର୍ବୃତ୍ତ ସେଠାରୁ ଚମ୍ପଟ ମାରିଥିଲେ।ତେବେ ବୋମା ଗୁଡିକୁ ସେଠାରେ ଛାଡି ଚାଲି ଯାଇଥିଲେ।ପରିପାର୍ଶିକ ସ୍ଥିତିରୁ ଜଣା ପଡୁଛି, ଅପରାଧୀ ମାନେ କିଛି ଦିନ ଧରି ଏହି ଘରେ ରହି ଯୋଜନା ପ୍ରସ୍ତୁକ କରୁଥିଲେ।ସେଠାରେ ମଦ ବୋତଲ, ଜଳଖିଆ ଏବଂ ଏକ କାଠ ଚୁଲା ରହିଥିବା ଦେଖିବାକୁ ମିଳିଛି।ଆଜି ସକାଳେ ଉକ୍ତ ୭ଟି ବୋମା କୁ ବ୍ୟାଟେରୀ ମାଧ୍ୟମରେ ଫୁଟାଇ ନିଷ୍କ୍ରିୟ କରିଛି ପୋଲିସ।। ତେବେ ଏହି ସଂକ୍ରାନ୍ତ ରେ ଜଣଙ୍କୁ ଅଟକ ରଖି ପଚରାଉଚରା ଚାଲିଥିବା ଏସପି ଡ଼ଃ. ସର୍ବଣା ବିବେକ ଏମ କହିଛନ୍ତି।ଖୁବଶୀଘ୍ର ଅନ୍ୟ ଅପରାଧୀଙ୍କୁ ଗିରଫ କରାଯିବ ବୋଲି ଏସପି ଶ୍ରୀ ବିବେକ କହିଛନ୍ତି ।ତେବେ ସହରରେ ସକ୍ରିୟ ହୋଇଛନ୍ତି ଅପରାଧୀ ଗୋଷ୍ଠୀ, ଯାହା ଫଳରେ ସହରବାସୀ ଭୟଭୀତ ହୋଇଛନ୍ତି।ଏବଂ ପୋଲିସ ର ଢିଲା ପେଟ୍ରୋଲିଂ କୁ ଦାୟୀ କରିଛନ୍ତି ସହରବାସୀ।କିନ୍ତୁ ଆଗକୁ ପେଟ୍ରୋଲିଂ କଡାକଡି କରାଯିବା ସହିତ ଅପରାଧୀଙ୍କ କାର୍ଯ୍ୟକଳାପ ଉପରେ କଡା ପଦକ୍ଷେପ ଗ୍ରହଣ କରାଯିବ ବୋଲି ଏସପି ଡ଼ଃ. ସର୍ବଣା ବିବେକ ଏମ କହିଛନ୍ତି। ସୂଚନା ଥାଉକି ସହରରେ ଗାଡି ରେ ପ୍ରେସ, ଓକିଲ ଏବଂ ପୋଲିସ ଲେଖି ମାଳ ମାଳ ଗାଡି ଘୁରି ବୁଲୁଛି ଯାହାକି ଅପରାଧୀ ମାନେ ପୋଲିସ କୁ ଚକ୍ଷ୍ମା ଦେଇ ଚାଲି ଯିବାକୁ ସୁଭିଧା ହୁଏ ତେଣୁ ଗାଡି ଯାଞ୍ଚ ସହିତ ପରିଚୟ ପତ୍ର ଯାଞ୍ଚ କରାଯିବା ଉଚିତ ବୋଲି ଅଞ୍ଚଳ ର ବୁଦ୍ଧି ଜୀବି ଦାବୀ କରିଛନ୍ତି l ଅପରାଧୀ ଙ୍କ ଖବରଦାତା ସାଜିଛନ୍ତି କିଛି ଗୋଦି ମିଡ଼ିଆ ଏବଂ ଅପରାଧୀ ଓ ମାଫିଆ ମାନଙ୍କ ସହିତ ମିଶି ବ୍ୟବସାୟ କରୁଥିବା ବି ଅଭିଯୋଗ ଆସୁଛି ମଦ, ଜୁଆ ଆଡା, ଚୋରା ବାଲି ଚାଲାଣ କରୁଥିବା ବି ଅଭିଯୋଗ ଆସୁଛି ତେଣୁ ଜିଲ୍ଲା ଆରକ୍ଷୀ ଅଧିକାରୀ ଏଥିପ୍ରତି ଧ୍ୟାନ ଦେବାକୁ ବୁଦ୍ଧିଜୀବୀ ମହଲ ରେ ଅନୁରୋଧ କରିଛନ୍ତି… I

nis-ad
Leave A Reply

Your email address will not be published.