ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଥାନା ଇଲାକାରେ ଜଣେ ପୂର୍ବତନ ସରପଞ୍ଚ ମହିଳାଙ୍କୁ ଅସଦାଚରଣ କରିବା ସହ ତାଙ୍କ ସ୍ୱାମୀଙ୍କୁ ଆକ୍ରମଣ କରିଵା ଘଟଣା ରେ ବାପ ପୁଅ ଏବେ ଜେଲ ଗଲେ।ଗତ ୪ ତାରିଖ ଦିନ ସନ୍ତୋଷପୁର ଗ୍ରାମର ବିଷ୍ଣୁ ପ୍ରିୟା ସ୍ୱାଇଁ ନାମକ ମହିଳା ମନ୍ଦିରକୁ ଯାଉଥିବା ବେଳେ ପୂର୍ବତନ ସରପଞ୍ଚ କୃଷ୍ଣ ମଲ୍ଲିକ ବିଷ୍ଣୁ ପ୍ରିୟାଙ୍କୁ ଏକୁ ଟିଆ ଦେଖି ଅସଦା ଚରଣ କରିବା ସହ ତାଙ୍କର ଲୁଗାପଟା ଝିକିଵା ସମୟରେ ସେ ରାସ୍ତା ଦେଇ ଯାଉଥିବା ଅନ୍ୟ ଲୋକଙ୍କୁ ଦେଖି ସେଠାରୁ କୃଷ୍ଣ ମଲ୍ଲିକ ଚାଲି ଯାଇଥିଲେ। ଘଟଣା ସମ୍ପର୍କ ରେ ବିଷ୍ଣୁ ପ୍ରିୟା ସ୍ୱାଇଁ ତାଙ୍କ ସ୍ୱାମୀ ରଞ୍ଜନ କୁମାର ସ୍ୱାଇଁ ଓ ଭାଇଙ୍କୁ ଜଣେଇବା ପରେ ସ୍ୱାମୀ ଓ ଭାଇ ଯାଇ କୃଷ୍ଣ ମଲ୍ଲିକଙ୍କୁ ପଚାରିଥିଲେ। ଏଥିରେ ଉତ୍ତକ୍ଷିପ୍ତ ହୋଇ କୃଷ୍ଣ ମଲ୍ଲିକ ଓ ତାଙ୍କ ଦୁଇ ପୁତ୍ର କାଳୁ ଚରଣ ମଲ୍ଲିକ ଓ ବଳରାମ ମଲ୍ଲିକ ରଞ୍ଜନ କୁମାର ସ୍ୱାଇଁଙ୍କୁ ଗୋଡ଼ାଇ ଗୋଡ଼ାଇ ଭୁଜାଲି ରେ ମରଣାନ୍ତକ ଆକ୍ରମଣ କରିଥିଲେ। ରଞ୍ଜନ ସ୍ୱାଇଁଙ୍କୁ ଆସିକା ଉପଖଣ୍ଡ ଚିକିତ୍ସା ଳୟରେ ଭର୍ତ୍ତି କରାଯାଇ ଥିଲା। ସମସ୍ତ ଘଟଣା ସମ୍ପର୍କ ରେ ଥାନାରେ ଅଭିଯୋଗ କରିଲେ ଜୀବନ ରେ
ମାରିଦେବାକୁ ଧମକ ମଧ୍ୟ ଦିଆଯାଇଥିଲା। ସମସ୍ତ ଘଟଣା ବିଷୟରେ ବିଷ୍ଣୁ ପ୍ରିୟା ସ୍ୱାଇଁ ଆସିକା ଥାନାରେ ଏତଲା ଦେବା ପରେ ଥାନା କେଶ ନମ୍ବର ୧୦/୨୫ ଏକ ମାମଲା ରୁଜୁ କରି ଦଫା ୧୨୬/୨୯୬/୧୧୫(୨)/୩୫୧(୩)/୧୦୯/୭୪/୩(୫)BNS-2023ରେ ପୂର୍ବତନ ସରପଞ୍ଚ କୃଷ୍ଣ ମଲ୍ଲିକ ଓ ତାଙ୍କ ପୁତ୍ର କାଳୁ ଚରଣ ମଲ୍ଲିକ କୁ ଆସିକା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ରାଜନୈତିକ ଛତ୍ର ଛାୟା ତଳେ ରହି ଜଣେ ମହିଳାଙ୍କୁ ଅସଦାଚରଣ କରିବା ଓ ଆକ୍ରମଣ ଘଟଣା ଯୋଗୁଁ ଆଜି ଶେଷରେ ବାପା ଓ ପୁଅ ଜେଲ ଯାଇଥିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।