ଗଞ୍ଜାମ ଜିଲ୍ଲାର ଅଧିକାଂଶ ନେତା ଓ ଅଫିସର ମାଫିଆଙ୍କ କବ୍ଜା ରେ..!!
ଇ ଡି.. ସିବିଆଇ ଭୟରେ ଶାସକ ଦଳ କୁ କରୁଛନ୍ତି ଢାଲ…
ଶାସକ ଦଳରେ ଏବେ ମାଳ ମାଳ ବାଲି-ମଦ-ଜମି ମାଫିଆ …..!
ବ୍ରହ୍ମପୁର: ନୂତନ ସରକାର ରାଜ୍ୟରେ ଆସିବା ପରେ ଗଞ୍ଜାମ ଜିଲ୍ଲାର ଆଗ ଧାଡ଼ିର କିଛି ନେତା ମାନଙ୍କୁ ମାଫିଆ ଗୋଷ୍ଟି କବ୍ଜା କରିଥିବା ଚର୍ଚ୍ଚା ହେଉଛି। ଜିଲ୍ଲାର କୋଣ ଅନୁକୋଣ ରେ ଚୋରା ବାଲି ଓ ମଦ କାରବାର ଦେଶ ସ୍ୱାଧୀନ ହେବାପର ଠାରୁ ଏଭଳି ଖୁଲାମ ଖୁଲା ହେବାର ନଜିର ନାହିଁ ବୋଲିବୁଦ୍ଧିଜୀବୀ ମହଲ ଆଲୋଚନା ହେଉଛି। ଶାସକ ଦଳରେ କିଛି ନେତା ସେମାନଙ୍କ ସାମ୍ରାଜ୍ୟ ବଢେଇବାକୁ ମଦ ଓ ବାଲି ମାଫିଆ ମାନଙ୍କୁ ନିଜ ସାଙ୍ଗରେ ରଖି ମିଶ୍ରଣ ପର୍ବ ନାଁ ରେ ସଭା ସମିତି କରି ବିଜେଡ଼ି ଦଳ ଖାଲି ହେବାକୁ ଯାଉଥିବା ସମ୍ପର୍କ ରେ ବାଃ ବାଃ ନେଉଥିବା ଲକ୍ଷ କରାଯାଇଛି। ସରକାର ହେବାର ଛ’ମାସ ହୋଇଛି, ଏ ଛ’ ମାସ ଭିତରେ ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର, ଶେରଗଡ଼, ଆସିକା ଓ ଧରାକୋଟ ଅଞ୍ଚଳରୁ ଲଘୁ ଖଣିଜ ଦ୍ରବ୍ୟ ଯେପରି ଲୁଟ ହେଉଛି, ସତ ଯେମିତି ଜିଲ୍ଲାରେ ପ୍ରଶାସନିକ ଅଧିକାରୀଙ୍କୁ କୁଆଡ଼େ ଚୁପଚାପ ରହିବାକୁ ଆଦେଶ ମିଳିଛି କି..? ରାଜସ୍ବ, ଖଣି ଓ ପୋଲିସ ବିଭାଗ ଏସବୁ ବେଆଇନ ବାଲି ମାଫିଆ ମାନଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରୁଥିବା ଚର୍ଚ୍ଚା ହେଉଛି। ମଦ ଠାରୁ ଚୋରା ବାଲି ବ୍ୟବସାୟ ରେ ମାତ୍ରାଧିକ ଲାଭ ଥିବା ଯୋଗୁଁ ମାଫିଆ ମାନେ ଏବେ ବାଲି ଚୋରା କାରବାର ରେ ଭାଗ ଭାଗ ହୋଇ ଏରିଆ ବଣ୍ଟନ କରି ନଦୀ ବନ୍ଧ ଗୁଡ଼ିକୁ କେଉଁଠି ଜେସିବି ସାହାଯ୍ୟରେ କାଟି ଅସ୍ଥାୟୀ ରାସ୍ତା ନିର୍ମାଣ କରିବାର ଦେଖିବାକୁ ମିଳୁଛି। ସରକାର କ୍ଷମତା କୁ ଆସିବା ପରେ ପ୍ରଥମେ ଘୋଷଣା କଲେ ସରକାରୀ ଜମି, ଗୋଚର ଏବଂ ପତିତ ଗ୍ରାମ କଣ୍ଟକ ଜମି ଜବର ଦଖଲ କରିଥିବା ବ୍ୟକ୍ତି ମାନଙ୍କ ଉପରେ କଡା ପଦକ୍ଷେପ ନିଅ ଯିବ ଯାହାକି ଧର୍ମକୁ ଆଖି ଠାର ସଦୃଶ୍ୟ କହିଲେ ଭୁଲ ହେବ ନାହିଁ l ଜମି ମାଫିଆ ମାନେ ପ୍ରଶାସନ କୁ ହାତେଇ କୋଟି କୋଟି ଟଙ୍କା ର ସରକାରୀ ଜମି ଜବର ଦଖଲ ରେ ରଖିଛନ୍ତି ଏବଂ ସରକାରୀ ବଡ଼ ପଣ୍ଡା ମାନଙ୍କୁ କିଛି ମୂଲ୍ୟବାନ ଜାଗା ସହିତ ଆପାର୍ଟମେଣ୍ଟ ମଧ୍ୟ ଦେବା ନଜିର ରହିଛି ଯାହାକି ତଦନ୍ତ ସଫେକ୍ଷ l କିଛି ମାଫିଆ ବର୍ତ୍ତମାନ ସରକାର ଦଳ ରେ ଭୟରେ ସାମିଲ ହେବା ବି ଲୋକଲୋଚନ କୁ ଆସି ଛି କେବେଳ କିଛି ମନ୍ଦ ଉଦେଶ୍ୟ ରଖି ଦଳରେ ସାମିଲ ହୋଇ ନିରାପଦ ରେ ରହିବା ହିଁ ଏମାନଙ୍କ କାମ l ମାଫିଆ ଗୋଷ୍ଟି ନେତା ଓ ବାବୁ ମାନଙ୍କୁ ସାଇଲେନ୍ସ ପ୍ଲିଜ କରି ସରକାରୀ ଓ ବେସରକାରୀ ଜମି କୁ ନିଜ ଇଚ୍ଛା ମୁତାବିକ ରାସ୍ତା ନିର୍ମାଣ କରି ଚୋରା ବାଲି ଚାଲାଣ କରୁଥିବା ଚର୍ଚ୍ଚା ହେଉଛି। ବିନା ୱାଇ-ଫର୍ମ ବିନା ଫିଟନେସ ରେ ଚୋରା ବାଲି ଚାଲାଣ ହେଲେବି ପ୍ରଶାସନ ସମ୍ପୂର୍ଣ୍ଣ ଅନ୍ଧ ମୂକ ବଧିର ପାଲଟିଥିବା ଦେଖିବାକୁ ମିଳୁଛି। ଏହି ଚୋରା ବାଲି ଓ ମଦ ପଛରେ କେଉଁ ଅଦୃଶ୍ୟ ଶକ୍ତି କାର୍ଯ୍ୟ କରୁଛି। ଆଗାମୀ ଦିନରେ ଏହି ବେଆଇନ ବାଲି ବ୍ୟବସାୟକୁ ନେଇ ଗୋଷ୍ଟି ସଂଘର୍ଷ ଗ୍ୟାଙ୍କ ୱାର ହେବା ସହ ମୁଣ୍ଡ ଗଡ଼ିବାର ସମ୍ଭାବନା ରହିଛି। ଏହି ଚୋରା ବାଲି କାରବାର କୁ ବିରୋଧ କରିଲେ ଗ୍ରାମବାସୀ ଙ୍କ ଫୋଟ ଉଠାଇ ମାଫିଆ ମାନେ ଧମକ ଚମକ ଦେଉଥିବାର ନଜିର ରହିଛି। ଏହି ସବୁ ବେଆଇନ କାରବାରକୁ ଦେଖିଲେ ସରକାରଙ୍କ ନୀରବତା ଉପରେ ପ୍ରଶ୍ନ ସୃଷ୍ଟି ହେଉଛି।