କାର୍ତ୍ତିକ ପ୍ରଥମ ସୋମବାର : ଶୈବପୀଠରେ ଭକ୍ତଙ୍କ ଭିଡ଼

ହିଞ୍ଜିିଳିକାଟୁ : ଧର୍ମ ଅର୍ଜନର ମାସ ତଥା ପବିତ୍ର କାର୍ତ୍ତିକ ମାସ ପ୍ରଥମ ସେମାବାର ଅବସରରେ ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ନିକଟବର୍ତ୍ତି ଅଞ୍ଚଳର ଶୈବପୀଠ ଗୁଡ଼ିକରେ ଦିନତମାମ ଭକ୍ତଙ୍କ ଭିଡ଼ ଲାଗି ରହିଥିଲା । ପ୍ରାତଃହରୁ ଶୈବପୀଠ ଗୁଡ଼ିକରେ ମାର୍ଜଣା, ମଇଲମ, ସୂର୍ଯ୍ୟପୂଜା, ମଙ୍ଗଳ ଆଳତି ସହ ସମସ୍ତ ଦେବନୀତି ସମାପନ ପରେ ଭକ୍ତ ମାନଙ୍କୁ ମନ୍ଦିର ମଧ୍ୟକୁ ପ୍ରବେଶ ସହ ଦର୍ଶନ ଓ ପୂଜାର୍ଚ୍ଚନା ସକାଶେ ଅନୁମତି ଦିଆଯାଇଥିଲା । ଦର୍ଶନ ଓ ପୂଜାର୍ଚ୍ଚନା ସକାଶେ ଭକ୍ତ ମାନେ ମନ୍ଦିର ସମ୍ମୁଖରେ ଦୀର୍ଘ ସମୟ ଧରି ଲମ୍ବା ଲାଇନରେ ଅପେକ୍ଷା କରିଥିବା ଦେଖିବାକୁ ମିଳିଥିଲା । ହିଞ୍ଜିଳିକାଟୁ ପୌରାଞ୍ଚଳ ଲକ୍ଷ୍ମୀ ବଜାର ସ୍ଥିତ ଚନ୍ଦ୍ରକଳ୍ପେଶ୍ୱର, ହିଞ୍ଜିଳିର ସ୍ୱପ୍ନେଶ୍ୱର, ଆଙ୍କୋରଡ଼ାର କପିଳେଶ୍ୱର, ନୁଆଁଗଡ଼ର ବାଲୁଙ୍କେଶ୍ୱର, ବଇଁଚବଣିଆ ପାବନଶ୍ରୀକ୍ଷେତ୍ର ପରିସରସ୍ଥ ପଶ୍ଚିମାଭିମୁଖୀ କାଶିବିଶ୍ୱନାଥ, ସ୍ଥାନୀୟ ବ୍ଳକ ନୁଆଁବୁରୁପୋଡ଼ାର ମୁଦୁକେଶ୍ୱର, ଅନ୍ତରିଗାଁର ଗୁପ୍ତେଶ୍ୱର, ବେଲଗାଁର ବେଲେଶ୍ୱର, ଆଡ଼ପଡ଼ାର ଇଶାଣେଶ୍ୱର ସମେତ ସପ୍ନେଶ୍ବର, ରାମେଶ୍ବର, ଇଶାଣେଶ୍ବର, ନିକଟବର୍ତ୍ତି ସାରୁ, ମକରଝୋଳ, ସମରଝୋଳ, ପୋଚିଲିମା, କଞ୍ଚୁରୁ, ଦୁର୍ବନ୍ଧ, ସିକିରି, ରାଳବ, ଶାସନଆମ୍ବଗାଁ, ନନ୍ଦିକ, ପୁଟିଆପଦର, ବାଳକୃଷ୍ଣପୁର, ଭାବନ୍ଧ ପ୍ରମୁଖ ଗ୍ରାମରେ ଥିବା ଶୈବପୀଠ ଗୁଡ଼ିକରେ ହରହର ମହାଦେବ ଧ୍ୱନିରେ ପ୍ରକମ୍ପିତ ହୋଇ ଉଠିଥିଲା । ବହୁ ଭକ୍ତ ଶୈବପୀଠ ପରିସରରେ ହବିଷାନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରି ପ୍ରସାଦ ସେବନ କରିଥିଲେ । ଭକ୍ତଙ୍କ ଭିଡ଼କୁ ଆଖି ଆଗରେ ରଖି ମନ୍ଦିର ପ୍ରଶାସନ ଓ ସ୍ୱେଛାସେବକ ମାନଙ୍କ ପକ୍ଷରୁ ବ୍ୟାପକ ସୁବନ୍ଦୋବସ୍ତ ଗ୍ରହଣ କରାଯାଇଥିଲା ।

nis-ad
Leave A Reply

Your email address will not be published.