କନ୍ଧମାଳ ଜିଲ୍ଲାରୁ ଟାଇକୋଣ୍ଡ ପ୍ରତିଯୋଗିତାରେ ରାଜ ନନ୍ଦିନୀଙ୍କୁ ଗୋଲ୍ଡ : ଜାତୀୟ ସ୍ତରକୁ ଉତ୍ତୀର୍ଣ୍ଣ

ଫୁଲବାଣୀ : ଜିଲ୍ଳା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଷଡଙ୍ଗୀଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ଯ ସ୍ତରୀୟ କ୍ରୀଡା ପ୍ରତିଯୋଗୀତା ୨୦୨୪-୨୫ ପୁରୀ ଜିଲ୍ଲା ସ୍କୁଲ ପୁରୀ ଠାରେ ଅନୁଷ୍ଠିତ ହୋଇଥିଲା l ପ୍ରଥମ ଥର ପାଇଁ କୁସ୍ତି ଓ ଟାଇକୋଣ୍ଡ ପ୍ରତିଯୋଗିତାରେ କନ୍ଧମାଳ ଜିଲ୍ଲାର ପ୍ରତିଯୋଗୀମାନେ ଭାଗ ନେଇଥିଲେ l କୁସ୍ତି ପ୍ରତିଯୋଗିତା ପାଇଁ ସୁମନ୍ତ ପ୍ରଧାନ ଓ ଓମ ପ୍ରକାଶ ପ୍ରଧାନ ସେହିପରି ଟାଇକୋଣ୍ଡ ପ୍ରତିଯୋଗିତାରେ ରାଜ ନନ୍ଦିନୀ ବେହେରା, ଅନିଷ କୁମାର ମୁଖୀ , ଶୁଭସ୍ମିତା ସାହୁ, ପ୍ରୀତି ପ୍ରଜ୍ଞା ପ୍ରଧାନ, ସାଗରିକା ପ୍ରଧାନ, ସବିତା ପ୍ରଧାନ କନ୍ଧମାଳ ଜିଲ୍ଲାରୁ ଅଂଶ ଗ୍ରହଣ କରିଥିଲେ l ଉକ୍ତ ପ୍ରତିଯୋଗୀତାରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଫୁଲବାଣୀର ନବମ ଶ୍ରେଣୀର ରାଜ ନନ୍ଦିନୀ ବେହେରା (୫୬-୬୦)କେଜିରେ ପ୍ରଥମ ହୋଇ ଗୋଲ୍ଡ ଏବଂ ସବିତା ପ୍ରଧାନ (୩୫-୩୮)କେଜିରେ ପ୍ରଥମ ଓ ଗୋଲ୍ଡ ପାଇ କନ୍ଧମାଳକୁ ସମ୍ମାନ ଓ ଗୌରବ ଆଣିଛନ୍ତି l ମ୍ୟାନେଜର୍ ଶ୍ରୀଚ୍ଛନ୍ଦା ପ୍ରଧାନ ଓ କୋଚ୍ ତାରସିଂ ପରିଛା ଯୋଗ ଦେଇଥିଲେ l କନ୍ଧମାଳ ଜିଲ୍ଲାରୁ ପ୍ରଥମ ଥର ଭାଗ ନେଇ ପୁରସ୍କୃତ ହୋଇଥିବାରୁ ଜିଲ୍ଲାର ସମସ୍ତ ବିଦ୍ୟାଳୟ ଏବଂ ଅଭିଭାବକ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି l ଏ ନେଇ ଫୁଲବାଣୀ ମାର୍ସାଲ ଆର୍ଟ ତାଇକଣ୍ଡ ସଂଘ ସମ୍ପାଦକ ପ୍ରଭାତ କୁମାର ସାହୁ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ସଭାପତି ବ୍ରଜବନ୍ଧୁ ମଲ୍ଲିକ, ସମ୍ପାଦକ ଟି ଶିବ ଶଙ୍କର ପାତ୍ର,ପ୍ରଧାନ ଆଚାର୍ଯ୍ଯ ରାଜେନ୍ଦ୍ର କୁମାର ପାଢ଼ୀ ଓ ବରିଷ୍ଠ ଆଚାର୍ଯ୍ୟ ଭାଗବାନ ସାହୁଙ୍କ ସମେତ ସମସ୍ତ ଆଚାର୍ଯ୍ୟ ଓ ଆଚାର୍ଯ୍ୟା ଶୁଭେଚ୍ଛା ଜଣାଇବା ଆଗକୁ ଜାତୀୟ ସ୍ତରୀୟ ପ୍ରତିଯୋଗିତା ରେ ପୁରସ୍କୃତ ପାଇଁ କାମନା କରିଛନ୍ତି l

nis-ad
Leave A Reply

Your email address will not be published.