ଗଞ୍ଜାମ ଜିଲ୍ଲା ବାଲି ମାଫିଆ ମାନଙ୍କ ଅମରାବତୀ : ଖଣି-ପୋଲିସ-ରାଜସ୍ୱ ବିଭାଗ ର ଅପାରଗତା ଯୋଗୁଁ ମୁଣ୍ଡ ଗଡ଼ିବ..!


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଖଣି,ପୋଲିସ,ରାଜସ୍ୱ ବିଭାଗ ର ଛୁଟ ଏବେ ବାଲି ମାଫିଆ ମାନଙ୍କ ପାଇଁ ପୁଷ ମାସ ପାଲଟିଛି।ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ନଦୀ ବନ୍ଧ ଓ ରାସ୍ତା ନିର୍ମାଣ କରୁଛନ୍ତି। ବେଧଡ଼କ ଖୁଲାମ ଖୁଲା ଏବେ ଆସିକା ସୁନାମ୍ବ ସାହି ଦେଇ ସହ ସହ ହାଇୱା, ଟିପର ଓ ଟ୍ରକ ରେ ବାଲି ଚାଲାଣ ହେଉଛି। ଦାୟିତ୍ୱ ରେ ଥିବା ଏହି ତିନି ବିଭାଗର ବାବୁ ମାନଙ୍କୁ ପଚାରିଲେ ବାବୁ ମାନେ କୁଆଡ଼େ ଆମେ କଣ ବାଲି ଧରିବା ପାଇଁ ଅଛୁକି ବୋଲି କହିବା ସହ ବାଲି ମାଫିଆ ମାନଙ୍କୁ ସୂଚନା କରିଥିବା ବ୍ୟକ୍ତି ର ନାଁ କହୁଥିବା ଅଭିଯୋଗ ହେଉଛି। ଗଞ୍ଜାମ ଜିଲ୍ଲାରେ ପୂର୍ବରୁ ମଦ ପାଇଁ ବହୁ ବଡ଼ ବଡ଼ ମୁଣ୍ଡ ଗଡ଼ିଥିବାର ନଜିର ଅଛି। ପ୍ରଶାସନ ର ଅପାରଗତା ଓ ଅର୍ଥ ଲୋଭ ଯୋଗୁଁ ବାଲି ମାଫିଆ ମାନଙ୍କ ମଧ୍ୟରେ ପ୍ରତିଯୋଗିତା ଲାଗିରହିବା ଫଳରେ କେଉଁ ମୁହୂର୍ତ୍ତ ରେ ମୁଣ୍ଡ ଗଡ଼ିବାର ସମ୍ଭାବନା କୁ ଏଡ଼େଇ ହେବ ନାହିଁ ବୋଲି ଆଲୋଚନା ହେଉଛି। ଗଞ୍ଜାମ ଜିଲ୍ଲାରେ ଖଣି ବିଭାଗ ମନ୍ତ୍ରୀ ଥାଇବି ଏଭଳି ଖୁଲାମ ଖୁଲା ଚୋରା ବାଲି ବ୍ୟବସାୟ ଚାଲୁଥିବ ଚର୍ଚ୍ଚାର ବିଷୟ ହୋଇଛି। ଆସିକା ଅଞ୍ଚଳ ରେ ଅବାଧ ରେ ଭାରି ଯାନ ଯାତାୟାତ ହେବା ଫଳରେ ଫେବର ରୋଡ଼ ର ଅବସ୍ଥା ନକହିଲେ ଭଲ। ସରକାରୀ ବାବୁ ମାନଙ୍କ ଯୋଗୁଁ ସରକାର ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହରାଉଛନ୍ତି। ତଳ ଦିନେ ଆସିକା ବିଧାୟକ ଙ୍କ ବାଲି ଗୁତା ଧାରୀ ଙ୍କୁ ମାସିକ ବଟି ମାଗିବା ଅଡିଓ ଭାଇରଲ ପରେ ବି ପ୍ରଶାସନ ର ଚେତା ପସିନି ଏପରିକି ତଦନ୍ତ ମଧ୍ୟ ନାଲି ଫିତା ତଳେ ଦବି ଗଲା କେବଳ ତଦନ୍ତ ସାଧାରଣ ଲୋକଙ୍କୁ ଭୁଆଁ ବୁଲାଇବା କଥା ବୋଲି ସାଧାରଣ ରେ ଆଲୋଚନା ହେଉଛି l ଏଠାରେ ମାଫିଆ ପ୍ରଶାସନ ଓ ନେତା ଗୋଟିଏ ଡ଼ଙ୍ଗା ରେ ତେଣୁ ଜିଲ୍ଲାରେ ମାଫିଆ ମାନଙ୍କ ରାଜ ଚାଲିଛି l ଦିନକୁ କୋଟି କୋଟି ଟଙ୍କା ର ରାଜସ୍ବ ଲୁଟ ହେଉଛି ଖଣି ବିଭାଗ, ତହସିଲ ଏବଂ ପୋଲିସ ବିଭାଗ ବଟି ନେଇ ଚୁପ ଏହି ପ୍ରଶାସନ ଜିଲ୍ଲା କୁ ଖୋଳ କରିସାରିଲେଣି ରାଜ୍ୟ ପ୍ରଶାସନ ଏବଂ ରାଜ୍ୟ ସରକାର ନିଜ ପାଉଣା ପାଇଁ ଚୁପ ଲୋକେ ଅଭିଯୋଗ କିମ୍ବା ଗୁହାରି କରିବେ କାହାକୁ..? କିନ୍ତୁ ଏହି ପ୍ରଶାସନ ପାଇଁ ଆଗାମୀ ଦିନରେ ଅନେକ ମୁଣ୍ଡ ମଧ୍ୟ ଗଡ଼ିବା ସମ୍ଭାବନା କୁ ଏଡାଇ ହେବ ନାହିଁ l ସେ ମଦ ପାଇଁ ଏହୁ କିମ୍ବା ବାଲି ପାଇଁ ମୁଣ୍ଡ ଗଡ଼ିବା ସୁନିଶ୍ଚିତ ବୋଲି ସାଧାରଣ ଓ ବୁଦ୍ଧିଜୀବୀ ରେ ଆଲୋଚନା ହେଉଛି l ଉଡି.. ସିବିଆଇ ର ଛାଇ ବି ଜିଲ୍ଲା ରେ ପଡୁନି ଏଠାରେ ସରକାରୀ ବାବୁ, ମାଫିଆ, ଏବଂ ନେତା ଜଣେ ଜଣେ କୁବେର ତଥାପି ରାଜ୍ୟ ସରକାର କିମ୍ବା ରାଜ୍ୟ ପ୍ରଶାସନ ର ଆଖି ଖୋଲିବ କେବେ ବୋଲି ସାଧାରଣ ରେ ପ୍ରଶ୍ନ…

nis-ad
Leave A Reply

Your email address will not be published.