ଛତ୍ରପୁର ପୋଲିସ ପଡିଆ ଠାରେ ୬୫ ତମ ପୋଲସ ଶହୀଦ୍ ସ୍ମୃତି ଦିବସ ପାଳିତ…

ଛତ୍ରପୁର : ଜିଲ୍ଲା ସଦର ମହକୁମା ଛତ୍ରପୁର ପୋଲିସ ପୋଲିସ ପଡିଆ ଠାରେ ଗଞ୍ଜାମ ପୋଲିସ ଜିଲ୍ଲା ତରଫରୁ ୬୫ତମ ପୁଲିସ ଶହୀଦ୍ ସ୍ମୃତି ଦିବସ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର ପାତ୍ରଯୋଗ ଦେଇ ସହୀଦ୍ ସ୍ମୃତି ସ୍ମାରକାରୀରେ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ । ପରେ ପ୍ୟାରେଡ୍‌ରେ ଅଭିବାଦନ ଗ୍ରହଣ କରିବା ସହିତ ପୁଲିସ ଶହୀଦ୍ ଦିବସର ତାତ୍ପର୍ଯ୍ୟ ବର୍ଣ୍ଣନା କରିଥିଲେ । ୧୯୫୯ ମସିହା ଅକ୍ଟୋବର ୨୧ ତାରିଖ ଦିନ କେନ୍ଦ୍ରୀୟ ସୁରକ୍ଷା ବଳର ୧୦ ଜଣ ଯବାନ ଇଦାଖର ହଟସ୍ପ୍ରିଙ୍ଗ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ସମୟରେ ଚୀନ୍ ସୈନ୍ୟମାନଙ୍କ ସହିତ ମୁକାବିଲା କରି ଶହୀଦ୍ ହୋଇଥିଲେ । ୧୯୬୦ ମସିହା ଜାନୁୟାରୀ ମାସରେ ଦିଲ୍ଲୀ ଠାରେ ଅନୁଷ୍ଠିତ ପୁଲିସ ଆଇ.ଜି.ମାନଙ୍କ ସର୍ବଭାରତୀୟ ସମ୍ମିଳନୀରେ ଅକ୍ଟୋବର ୨୧ ତାରିଖରୁ ପ୍ରତି ବର୍ଷ ଦେଶର ଜିଲ୍ଲା ମୁଖ୍ୟାଳୟ ମାନଙ୍କରେ ପୁଲିସ ଶହୀଦ୍ ଦିବସ ଭାବେ ପାଳନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଚଳିତ ବର୍ଷ ୬୫ତମ ପୁଲିସ ଶହୀଦ୍ ଦିବସ ପାଳନ କରାଯାଇଛି । ଓଡିଶାର ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ସହ ଅମର ଶହୀଦ ଯବାନମାନଙ୍କ ପ୍ରତି ରହିଥିବା ଶ୍ରଦ୍ଧାଞ୍ଜଳି ପଠନ କରାଯାଇଥିଲା । ପୁଲିସ ବାହିନୀ ନିଜ ପରିବାର କଥା ପଛରେ ପକାଇ ନିଜ ଜୀବନକୁ ବିପନ୍ନ କରି ବିପଦ ସମୟରେ ଲୋକଙ୍କ ସେବା କରିବା ସହ ପ୍ରାଣବଳି ଦେଇ ସାଧାରଣ ଜନତା ସୁରକ୍ଷା ନିମନ୍ତେ କାର୍ଯ୍ୟ କରିଆସୁଛନ୍ତି । ଚଳିତ ଶହୀଦ୍ ଦିବସ ଅବସରରେ ଓଡିଶା ରାଜ୍ୟରେ ୨ ଜଣ ଏବଂ ସମଗ୍ର ଦେଶରେ ୨୧୬ଜଣ ପୁଲିସ କର୍ମଚାରୀ ଜୀବନ ଉତ୍ସର୍ଗ କରିଛନ୍ତି, ସେମାନଙ୍କ ନାମ ଆରକ୍ଷୀ ଅଧୀକ୍ଷକ ପାଠ କରିବା ସହିତ ବୀରତ୍ୱକୁ ପ୍ରଶଂସା କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଗଞ୍ଜାମ ପୋଲିସ ଜିଲ୍ଲାର ଅତିରିକ୍ତ ଏସପି ରାଜୀବ ଲୋଚନ ପଣ୍ଡା, ଡିଆଇବି ଡିଏସପି ରଂଜନ କୁମାର ଦେ, ଛତ୍ରପୁର ଏସଡିପିଓ ଗୈାରହରୀ ସାହୁ, ଆସିଷ୍ଟାଣ୍ଡ କମାଣ୍ଡେଣ୍ଟ କାଳୁ ଚରଣ ବେହେରା, , ଛତ୍ରପୁର ଥାନା ଅଧିକାରୀ ନିରୋଦ କୁମାର ଦାଶ, ଗଞ୍ଜାମ ପୁଲିସ ଜିଲ୍ଲା ହାବିଲଦାର ଓ କନଷ୍ଟେବଲ ସଂଘର ସଭାପତି ଗୈାରାଚାନ୍ଦ ତ୍ରିପାଠୀ, ସଂପାଦକ ସୁବାସ ଚନ୍ଦ୍ର ସେଠୀଙ୍କ ସମେତ ବହୁ ପୁଲିସ ଅଧିକାରୀ ମାନେ ଯୋଗଦେଇ ଶହୀଦ୍‌ମାନଙ୍କ ସ୍ମୃତିଚାରଣ କରିଥିଲେ । ରିଜର୍ଭ ଇନିସପେକ୍ଟର ଅମୁଲ୍ୟ କୁମାର ନାୟକ ପ୍ୟାରେଡ କୁ ପରିଚାଳନା କରିଥିଲେ । ଚଳିତ ବର୍ଷ ପ୍ରଥମ କରି ସହିତ ସ୍ମୃତି ଦିବସ ଅବସର ରେ ପୋଲିସ ପରିବାର ର ଛାତ୍ର ଛାତ୍ରୀ ଙ୍କ ମଧ୍ୟ ରେ କୁଇଜ, ଡ଼ିବେଟ ଓ ରଚନା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା, ଏଥିରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଙ୍କୁ ଆରକ୍ଷୀ ଅଧିକ୍ଷିକ ଶ୍ରୀ ପାତ୍ର ପୁରସ୍କାର ପ୍ରଦାନ କରିଥିଲେ,

nis-ad
Leave A Reply

Your email address will not be published.