ନିଆରା ଢଙ୍ଗରେ ପର୍ବ ପର୍ବାଣୀ ପାଳନ କରନ୍ତି ପ୍ରଭାକର

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନୂଆସାହି ର ପ୍ରଭାକର ନାୟକ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ନିଜ ବାସ ଭବନରେ ମାଆ ଦୁର୍ଗା ଓ ଲଷ୍ମୀ ଙ୍କୁ ମହା ଆଡ଼ମ୍ବର ସହକାରେ ପୂଜା ପାଠ କରିଛନ୍ତି l ବାସଭବନରେ ବସ୍ତୁ ପୂଜା ଗୃହ ପୂଜା ନବଗ୍ରହ ପୂଜା କରିବା ସହିତ ହୋମ ଯଜ୍ଞ କରିଛନ୍ତି ତତ୍ ସହିତ ନୂଆସାହି ଗ୍ରାମ୍ୟ କମିଟି ର ସଦସ୍ୟ ସାହିର ବରିଷ୍ଠ ନାଗରିକ ଙ୍କୁ ନିମନ୍ତ୍ରଣ କରି ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ l

ଗାଁ ର ଅସହାୟ ବିଧବା ବାର୍ଦ୍ଧକ୍ୟ ଙ୍କୁ ଘରକୁ ଡ଼ାକି ନୂଆବସ୍ତ୍ର ବଣ୍ଟନ କରିଛନ୍ତି l ମାଆ ଦୂର୍ଗା ଓ ଦକ୍ଷିଣ କାଳୀ ଙ୍କ ପ୍ରତି ପରିବାର ଲୋକଙ୍କ ଅଗାଢ ବିଶ୍ବାସ ରହିଛି l ମାଆ ଙ୍କ ଆପର କରୁଣା ପରିବାର ମଧ୍ୟରେ ଶାନ୍ତି ସଦଭାବନା ଆସିଛି l ଗୋପ ଲକ୍ଷ୍ମୀ ଧନଧାନ୍ୟ ରେ ପୁରି ଉଠିଛି l ପରିବାର ମଧ୍ୟରେ ଦୁଃଖ କ୍ଲେଶ ରୋଗ ବ୍ୟାଧି ଉଭେଇ ଯାଉଥିବା କହିଛନ୍ତି ପ୍ରଭାକର ଙ୍କ ଧର୍ମ ପତ୍ନୀ l ଜୀବନ ଥିବା ପର୍ଯ୍ୟନ୍ତ ଦୂର୍ଗା ପୂଜା ସହିତ ଏହିଭଳି ଭାବରେ ଗରୀବ ଅସହାୟ ଙ୍କୁ ବସ୍ତ୍ର ବଣ୍ଟନ କରିବେ ବୋଲି ପ୍ରକାଶ କରିଛନ୍ତି l

nis-ad
Leave A Reply

Your email address will not be published.