୬୫ତମ ପୁଲିସ ଶହୀଦ୍ ସ୍ମୃତି ଦିବସ ଅନୁଷ୍ଠିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ରିଜର୍ଭ ପୋଲିସ ପଡିଆ ଠାରେ ଜିଲ୍ଲା ପୋଲିସ ତରଫରୁ ୬୫ ତମ ପୁଲିସ ଶହୀଦ୍ ସ୍ମୃତି ଦିବସ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ଆରକ୍ଷୀ ଅଧୀକ୍ଷକ ହରିଶ ବି ସି ଯୋଗ ଦେଇ ସହୀଦ ସ୍ମୃତି ସ୍ମାରକାରୀରେ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ । ପରେ ପ୍ୟାରେଡ୍‌ରେ ଅଭିବାଦନ ଗ୍ରହଣ କରିବା ସହିତ ପୁଲିସ ଶହୀଦ୍ ଦିବସର ତାତ୍ପର୍ଯ୍ୟ ବର୍ଣ୍ଣନା କରିଥିଲେ । ୧୯୫୯ ମସିହା ଅକ୍ଟୋବର ୨୧ ତାରିଖ ଦିନ କେନ୍ଦ୍ରୀୟ ସୁରକ୍ଷା ବଳର ୧୦ ଜଣ ଯବାନ ଇଦାଖର ହଟସ୍ପ୍ରିଙ୍ଗ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ସମୟରେ ଚୀନ୍ ସୈନ୍ୟମାନଙ୍କ ସହିତ ମୁକାବିଲା କରି ଶହୀଦ୍ ହୋଇଥିଲେ । ୧୯୬୦ ମସିହା ଜାନୁୟାରୀ ମାସରେ ଦିଲ୍ଲୀ ଠାରେ ଅନୁଷ୍ଠିତ ପୁଲିସ ଆଇ.ଜି.ମାନଙ୍କ
ସର୍ବଭାରତୀୟ ସମ୍ମିଳନୀରେ ଅକ୍ଟୋବର ୨୧ ତାରିଖରୁ ପ୍ରତି ବର୍ଷ ଦେଶର ଜିଲ୍ଲା ମୁଖ୍ୟାଳୟ ମାନଙ୍କରେ ପୁଲିସ ଶହୀଦ୍ ଦିବସ ଭାବେ ପାଳନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଚଳିତ ବର୍ଷ ୬୫ତମ ପୁଲିସ ଶହୀଦ୍ ଦିବସ ପାଳନ କରାଯାଇଛି । ଓଡିଶାର ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ସହ ଅମର ଶହୀଦ ଯବାନମାନଙ୍କ ପ୍ରତି ରହିଥ‌ିବା ଶ୍ରଦ୍ଧାଞ୍ଜଳି ପଠନ କରାଯାଇଥିଲା । ପୁଲିସ ବାହିନୀ ନିଜ ପରିବାର କଥା ପଛରେ ପକାଇ ନିଜ ଜୀବନକୁ ବିପନ୍ନ କରି ବିପଦ ସମୟରେ ଲୋକଙ୍କ ସେବା କରିବା ସହ ମାଓବାଦୀ ଗୁଳିରେ ପ୍ରାଣବଳି ଦେଇ ସାଧାରଣ ଜନତା ସୁରକ୍ଷା ନିମନ୍ତେ କାର୍ଯ୍ୟ କରିଆସୁଛନ୍ତି ।
ଏହି ଅବସରରେ ସହିଦ ମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ତିନି ତୋପ ସଲାମି ଦିଆ ଯିବା ସହ ସହିଦ ପରିବାରଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତକରାଯାଇଥିଲା l ଏଥି ସହିତ ସକାଳ ୯ ଟା ସମୟରେ ପୋଲିସ ଡାକ୍ତରଖାନା ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା l
ଆଜିର ଏହି କାର୍ଯ୍ୟକ୍ରମରେ ରିଜର୍ଭ ଇନ୍ସପେକ୍ଟର ବୀର ସିଂ ଶବର ପ୍ୟାରେଡ ପରିଚାଲନା କରିଥିବା ବେଳେ ପୋଲିସ ବିଭାଗର ସମସ୍ତ ଉଚ୍ଚ ପଦାଧିକାରୀ ମାନଙ୍କ ସହିତ ଟାଉନ ଥାନା ଅଧିକାରୀ କନକ ମାଝୀ ଉପସ୍ଥିତ ଥିଲେ l

nis-ad
Leave A Reply

Your email address will not be published.