ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ଜନସମ୍ପର୍କ ପଦଯାତ୍ରା, ଚାଲିଛି ସଭ୍ୟ ସଂଗ୍ରହ ଅଭିଯାନ

ଭୁବନେଶ୍ଵର: ଆଜିଠୁ ସାରା ରାଜ୍ୟରେ ବିଜେଡିର ଦ୍ଵିତୀୟ ପର୍ଯ୍ୟାୟ ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହେବ। ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଦ୍ଵିତୀୟ ପର୍ଯ୍ୟାୟ ପଦଯାତ୍ରା ଚାଲିବ। ଅକ୍ଟୋବର ୨ ‘ଗାନ୍ଧୀ ଜୟନ୍ତୀ’ ଠାରୁ ଅକ୍ଟୋବର ୬ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଆଜିଠୁ ଅର୍ଥାତ ଅକ୍ଟୋବର ୨୧ ରୁ ୩୦ ତାରିଖ ପର୍ଯ୍ୟନ୍ତ ଦ୍ଵିତୀୟ ପର୍ଯ୍ୟାୟ ଜନସମ୍ପର୍କ ପଦଯାତ୍ରା ଚାଲିବ।

ସବୁ ନିର୍ବାଚନ ମଣ୍ଡଳୀର ବ୍ଲକ ଓ ପୌରାଞ୍ଚଳରେ ପଦଯାତ୍ରା କରାଯିବ। ଓଡ଼ିଶାର ସ୍ବାର୍ଥ ପାଇଁ ପଦଯାତ୍ରାରେ ରଣହୁଙ୍କାର ଦେବ ଦଳ। ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ଦରଦାମ ବୃଦ୍ଧି, ନାରୀ ନିର୍ଯାତନା ସମେତ ସୁଭଦ୍ରା ଓ ମାଗଣା ବିଜୁଳି ଭଳି ପ୍ରସଙ୍ଗରେ ବିଜେପି ସରକାରର ମିଛ ପ୍ରତିଶୃତି ଲୋକଙ୍କୁ ସଚେତନ କରାଯିବ। ବିଜେଡିର ପ୍ରଥମ ପର୍ଯ୍ୟାୟ ଜନସମ୍ପର୍କ ପଦଯାତ୍ରା ବେଳେ ଦଳକୁ ମିଳିଥିଲା ବିପୁଳ ଜନସମର୍ଥନ ।

ଦ୍ଵିତୀୟ ପର୍ଯ୍ୟାୟ ପଦଯାତ୍ରା ସହିତ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ ବି ଜାରି ରହିବ । ଘରକୁ ଘର ବୁଲି ପଦଯାତ୍ରା ଓ ଅନଲାଇନ୍ ମାଧ୍ୟମରେ ହେଉଛି ସଭ୍ୟ ସଂଗ୍ରହ। ସଭ୍ୟ ସଂଗ୍ରହ ଅଭିଯାନ ଅକ୍ଟୋବର ୯ ତାରିଖରୁ ଆରମ୍ଭ ହୋଇଥିବାବେଳେ ଡିସେମ୍ବର ୯ ତାରିଖ ଯାଏଁ ଚାଲିବ। ପ୍ରଥମ ଦିନ ୨୫ ହଜାରରୁ ଅଧିକ ସଭ୍ୟ ବିଜେଡି ସହ ଯୋଡ଼ି ହୋଇଥିଲେ । ଖୁବଶୀଘ୍ର ସଭ୍ୟ ସଂଗ୍ରହ ପାଇଁ ବ୍ଲକ ଓ ନିର୍ବାଚନ ମଣ୍ଡଳୀରେ କର୍ମଶାଳା ଆୟୋଜନ କରାଯିବ ।

nis-ad
Leave A Reply

Your email address will not be published.