ସ୍ବେଚ୍ଛାସେବୀ ଅନୁଷ୍ଠାନ “ସକ୍ଷମ” ପକ୍ଷରୁ ନିଆରା ସ୍ୱାଧୀନତା ଦିବସ ପାଳନ…


ସୁନ୍ଦରଗଡ – ୧୬ .୦୮.୨୪ କ୍ଷୁଧା ଯନ୍ତ୍ରଣାରୁ ସ୍ୱାଧୀନତା ଦିଏ ଚାଷୀ ମାତ୍ର କରଜ, ଋଣ ଓ ଚାଷୀ ଆତ୍ମହତ୍ୟା ଭଳି ସମସ୍ୟାରୁ ସ୍ୱାଧୀନତା ପାଇଁ ଚାଷୀକୁଳକୁ ସରକାରୀ ସହାୟତା ନିତାନ୍ତ ଜରୁରୀ। ଏହା ସହିତ ଚାଷୀମାନଙ୍କ ଅବଦାନକୁ ଜନମାନସରେ ଅବସ୍ଥାପିତ କରିବା ଦାୟିତ୍ବ ହେଉଛି ସମାଜର। ଆଜି ମଧ୍ୟ ଅନେକ ଚାଷୀ ରକ୍ଷଣଶୀଳ ଓ ପାରମ୍ପରିକ ପଦ୍ଧତିରେ ଚାଷ କରୁଥିବା ନଜିର ଥିବା ବେଳେ ଅନେକ ଚାଷୀ ଆଧୁନିକ ମାତ୍ର ଜୈବିକ ପଦ୍ଧତିର ବାର୍ତ୍ତାବାହାକ ଭାବରେ ତାଙ୍କର ଅବଦାନ ଜାରି ରଖିଛନ୍ତି। ଆଜି ସ୍ୱାଧୀନତା ଦିବସ ପାଳନ ଅବସରରେ ସୁନ୍ଦରଗଡର ସ୍ବେଚ୍ଛାସେବୀ ଅନୁଷ୍ଠାନ “ସକ୍ଷମ” ଏହି ଭଳି ଦୁଇଜଣ ଚାଷୀଙ୍କୁ ସମ୍ବର୍ଦ୍ଧିତ କରିଛି । ସିଆଁବାହାଲ ଗ୍ରାମର ଜୟଲାଲ ବାର୍ଲା ଓ ବଡ଼ଗାଁର ଦୁର୍ଯ୍ୟୋଧନ ସାହୁଙ୍କୁ ଆଜି ସକ୍ଷମ ପରିସରରେ ଅନୁଷ୍ଠିତ ଧ୍ୱଜାରୋହଣ ସମାରୋହ ପରେ ଏକ ବୈଠକରେ ଯଥାକ୍ରମେ ସକ୍ଷମ ସଭାପତି ଉମେଶ ବାବୁ ଓ କଳାକୃଷ୍ଣ ଓରାମ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ପ୍ରକାଶ ଯୋଗ୍ୟ ଯେ ଆଜି ସଦର ଥାନା ନିକଟସ୍ଥ ସ୍ବେଚ୍ଛାସେବୀ ଅନୁଷ୍ଠାନ ” ସକ୍ଷମ” ସିଆଁବାହାଲ୍ ଅଞ୍ଚଳର ଗ୍ରାମବାସୀଙ୍କ ଗହଣରେ ସ୍ୱାଧୀନତା ଦିବସ ପାଳନ କରିଛି। ଏହି ଅବସରରେ ସକ୍ଷମ ସଭାପତି ଉମେଶ କୁମାର ବାବୁ, ଉପସଭାପତି କଳାକୃଷ୍ଣ ଓରାମ, କୋଷାଧ୍ୟକ୍ଷ ଅଶୋକ ଦାସ ଓ ଅନେକ ସଦସ୍ୟ ତଥା ଗ୍ରାମବାସୀ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.