ପରିଚାଳନା ପରିଷଦ ର ହମ ବଡ଼ା ନୀତି…….!
ଵ୍ରହ୍ମପୁର: ଆସିକା କେନ୍ଦ୍ର ସମବାୟ ବ୍ୟାଙ୍କର ଋଣ ସବ କମିଟି ର ଏକ ବୈଠକ ପାଇଁ ସ୍ଥିର ହୋଇଥିଲା। ଏହି ବୈଠକ ସମ୍ପର୍କରେ ପୂର୍ବରୁ ଏହି କମିଟିର ଥିବା ନିର୍ଦ୍ଦେଶକ ବିପିନ ସ୍ୱାଇଁ, ଗଙ୍ଗାଧର ପାତ୍ର ଓ ହୃଷିକେଶ ମେହେନା ଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଯାଇଥିଲେ ମଧ୍ୟ ନିର୍ଦ୍ଧେଶକ ମାନେ ଏହି ବୈଠକରେ ଅନୁପସ୍ଥିତ ରହିବାରୁ ବୈଠକ ଅନୁଷ୍ଠିତ ହୋଇ ପାରି ନାହିଁ। ପୂର୍ବ ଋଣ ସବ କମିଟି ବୈଠକରେ ହୋଇଥିବା ନିର୍ଦ୍ଧାରଣ ଗୁଡିକ ର ପଠନ ଓ ଦୃଢ଼ୀକରଣ ସହିତ ଡାଇରୀ ଋଣ ପଲିସି, ସି ଇ ଓ ଙ୍କ ଋଣ ପ୍ରଦାନ କ୍ଷମତା ବୃଦ୍ଧି, ବ୍ୟାଙ୍କ କର୍ମଚାରୀ ଙ୍କ ଗୃହ ନିର୍ମାଣ ଋଣ କିସ୍ତି ପରିଶୋଧ ସମୟ ବୃଦ୍ଧି,କୃଷି ଋଣ ବିତରଣ ର ସୁଧ ଆଦି ଭିନ୍ନ ଭିନ୍ନ ପ୍ରକାର ଋଣ ପ୍ରଦାନ ଉପରେ ଆଲୋଚନା ହେବାର ଥିଲା। ଏହା ଦ୍ୱାରା ବହୁ ଋଣ ଗ୍ରହୀତା ଉପକୃତ ହୋଇଥାଆନ୍ତେ। ଏହି ବୈଠକ ସମ୍ପର୍କରେ ଏ ସି ସି ବି ର ସି ଇ ଓ ନାରାୟଣ ମଢ଼େଇ ଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଏଥି ସମ୍ପର୍କରେ ସମବାୟ ବିଭାଗର କମିସିନର ଙ୍କୁ ଅବଗତ କରାଯିବ। ଅନ୍ୟ ପକ୍ଷ ରେ ପରିଚାଳନା ପରିଷଦ ନିର୍ଦେଶକ ପ୍ରମୋଦ ସ୍ୱାଇଁ କହିଛନ୍ତି ବାରମ୍ବାର କହିବା ପରେ ମଧ୍ୟ ପରିଷଦ ର ବୈଠକ ନ ଡାକିବା କାରଣ ରୁ ବହୁ ବିଷୟରେ ଆଲୋଚନା ହୋଇ ପାରୁ ନାହିଁ। ବିଭିନ୍ନ ବିଷୟରେ ସଭାପତି ଓ ସି ଇ ଓ ନିର୍ଦେଶକ ଙ୍କୁ ଅଣଦେଖା କରି ଏକ ତରଫା ନିଷ୍ପତି ନେଉଥିବା କାରଣ ରୁ ଆଜି ର ବୈଠକ କୁ ନିର୍ଦେଶକ ମାନେ ଯୋଗ ଦେଲେ ନାହିଁ। ଏଠାରେ ସ୍ୱଳ୍ପ ସେବା ରାଜନୀତି ବେଶି ଯୋଗୁଁ ବ୍ୟାଙ୍କ ରେ ଗ୍ରାହକଙ୍କ ସଂଖ୍ୟା କମିବାରେ ଲାଗିଥିବା ଚର୍ଚ୍ଚା ହେଉଛି।