ଠିକାଦାର ଓ ବାବୁ ଙ୍କ ମଧୁଚନ୍ଦ୍ରିକା ରେ କୋଟି କୋଟି ଟଙ୍କା ହଡପ.
ନିମ୍ନ ମାନର କାର୍ଯ୍ୟରେ ଲୋକେ ହନ୍ତସନ୍ତ……
ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ରାଏବଗା ଥାନା ଅଧିନସ୍ଥ ସଲଙ୍ଗାବାହାଳ ଠାରୁ ବିହାର ବୋର୍ଡର ପର୍ଯ୍ୟନ୍ତ ନିମ୍ନମାନର ରାସ୍ତା ନିର୍ମାଣ ହେଉଥିବା କାର୍ଯ୍ୟକୁ ନେଇ ଗ୍ରାମବାସୀଙ୍କ ତୀବ୍ର ବିରୋଧ।ଏହି ରାସ୍ତାର ସ୍ଵତନ୍ତ୍ର ଶ୍ରେଣୀର ଠିକେଦାର ମହାଶୟ ହେଉଛନ୍ତି ଜ୍ୟୋତିନ କୁମାର ସାହୁ। ପ୍ରସସ୍ଥିକରଣ ଓ ଦୃଢ଼ୀକରଣ କାର୍ଯ୍ୟ ୦/୦ କି,ମି ଠାରୁ ଆରମ୍ଭ କରି ୯/୪୦୦ କି,ମି ପର୍ଯ୍ୟନ୍ତ ନିର୍ମାଣ କରାଯିବ। ମୋଟ ଚୁକ୍ତିନାମା ପରିମାଣ ୧୧ କୋଟି ୭୭ ଲକ୍ଷ ୪୦ ହଜାର ୮୫୦ ଟଙ୍କା ର ହେଉଥିବା ବେଳେ କାର୍ଯ୍ୟ ଆରମ୍ଭ ଦିବସ ୦୪/୦୧/ ୨୦୨୪ ରୁ ଆରମ୍ଭ ହୋଇ କାର୍ଯ୍ୟ ଶେଷ ଦିବସ ୦୩/୧୨/୨୦୨୪ ସୁଦ୍ଧା କରିବେ ବୋଲି ସୂଚନା ଫଳକରେ ଉଲ୍ଲେଖ ରହିଛି।ଏହି କର୍ଯ୍ୟଟି ଫେବୃଆରୀ ୧୫ ରୁ ଆରମ୍ଭ ହେଇଥିଲା କାର୍ଯ୍ୟର ଶେଷ ଦିବସ ହେବାକୁ ଯାଉଛି କିନ୍ତୁ, ଆଜି ପର୍ଯ୍ୟନ୍ତ ୧୦୦ ରୁ ମାତ୍ର ୩୦ ଭାଗ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ହୋଇଛି।ଏହି ରାସ୍ତା ନିର୍ମାଣ ମଧ୍ୟ ଅତି ନିମ୍ନମାନର କରାଯାଉଛି।ରାସ୍ତା ପାର୍ଶ୍ବରେ ମଝି ମଝିରେ ଗର୍ତ୍ତ ଖୋଳି ଛାଡ଼ି ଦେଇଛନ୍ତି।ଯେଉଁ ଯାଗାରେ ଗାତ ଖୋଲି ଡାବ୍ଲୁ ଏମ ଏମ ପକାଇଛନ୍ତି ସେଇଠି ସମତଳ କରୁନାହାନ୍ତି।ଟୋପାଏ ପାଣି ମଧ୍ୟ ଦିଆଯାଉ ନାହିଁ କି ରୋଲିଙ୍ଗ ମଧ୍ୟ କରାଯାଉ ନାହିଁ।ସମ୍ପୂର୍ଣ ରାସ୍ତାରେ ଧୂଳି ଧୂଆଁ ଦେଖିବାକୁ ମିଳିଛି। ଯାହା ଫଳରେ ଗ୍ରାମବାସୀ ଓ ଯାତାୟାତ କରୁଥିବା ଲୋକେ ମଧ୍ୟ ଅସୁବିଧାର ସମ୍ମୁଖିନ ହେଉଛନ୍ତି।ଏହି ରାସ୍ତା ଯେଉଁ ସମୟରେ ନିର୍ମାଣ ଆରମ୍ଭ ହେଇଥିଲା ସେଇ ବେଳରୁ ସଡ଼କ ଦୁର୍ଘଟଣା ଆରମ୍ଭ ହୋଇଛି। ରାସ୍ତା କଡ଼ରେ ଗାତ ଖୋଲି ବାପରେ ରାସ୍ତାରେ ନା ବସ୍ତା ନା ରେଡିୟ ମଧ୍ୟ ଦିଆଯାଉ ନାହିଁ।ଠିକାଦାର ବାବୁ ଭୁବନେଶ୍ୱରରେ ରହିଥିବା ବେଳେ ରାଉରକେଲା ରେ ବଡ଼ ବାବୁ ମାନେ ରହୁଛନ୍ତି। ରାସ୍ତାର ନିର୍ମାଣ ବେଳେ ବାବୁ ଓ ଠିକାଦାରଙ୍କ ଅନୁପସ୍ଥିତି ଯୋଗୁଁ ନିମ୍ନ ମାନର କାର୍ଯ୍ୟ ହେଉଛି ସରକାରୀ ବାବୁ ମାନେ ଶୀତ ତାପ ନିୟତ୍ରିତ କୋଠରୀ ରେ ବସି ମସଗୁଲ । ଯେତେ ଅଭିଯୋଗ କଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ଠାରୁ ଆରମ୍ଭ କରି ବଡ଼ ଅଧିକାରୀ ମାନେ ଚୁପ ସାଜିଛନ୍ତି।କାର୍ଯ୍ୟର ଅଟକଳ ଦେଖିଲେ ଆଖି ଖୋସି ହୋଇଯାଉଛି କିନ୍ତୁ କାମ ପୁରା ଓଲଟା l କୋଟି କୋଟି ହଡପ ହେଉଛି ଦିନ ଦିପହର ରେ ତଥାପି ସରକାର ଚୁପ, ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଭାରି ଯାନ ଦୁଇ ଚକିଆ ଯାନ ଯାତାୟାତ ହେଉଛି। ଶ୍ରମିକ ମାନଙ୍କ ବକେୟା ଅର୍ଥ ପ୍ରଦାନ କରାଯାଇନାହିଁ ବୋଲି ମଧ୍ୟ ଅଭିଯୋଗ ଆସୁଛି । ଜିଲ୍ଲାର ଶ୍ରମ ଅଧିକାରୀ ମଧ୍ୟ ମୋଟା ଅଙ୍କର ବଟି ନେଇ ଚୁପ ଦୁର୍ନୀତି ନିବାରଣ ବିଭାଗ କଥା ନକହିବା ଭଲ ଯେମିତି ସେ କୋମା ରେ ରହିଛି l ଜିଲ୍ଲାରେ କୋଣ ଅନୁକୋଣ ରେ ଦୁର୍ନୀତି ଚରମ ସୀମାରେ ପହଁଞ୍ଚିଲାଣି। ନିମ୍ନ ମାନର କାର୍ଯ୍ୟ ସମ୍ପର୍କ ରେ ଅଭିଯୋଗ କରିଲେ ଧମକ ଚମକ ମିଳୁଛି। ସରକାର କା ମାଲ ଦରିଆ ମେ ଡ଼ାଲ ନୀତିରେ ଏହି ରାସ୍ତା ନିର୍ମାଣ ଚାଲିଛି। ତେଣୁ ରାଜ୍ୟ ସରକାର ଏଥି ପ୍ରତି ଧ୍ୟାନ ଦେବାକୁ ସାଧାରଣ ରେ ଦାବୀ ହେଉଛି ଏବଂ ଉକ୍ତ କାର୍ଯ୍ୟ କୁ ସ୍ୱତନ୍ତ୍ର ଅଡିଟ ଓ ରାଜ୍ୟ ଭିଜିଲାନ୍ସ ବିଭାଗ ଦ୍ଵାରା ତଦନ୍ତ କଲେ ଅନେକ ଗୁମର ଖୋଲିବା ସହିତ ଅଫିସର ମାନଙ୍କ ଅସଲ ମୁଖା ଖୋଲିବା ସହିତ ସରକାର ଙ୍କ ଅନୁଦାନ ବାଟ ମାରଣା ରୁ ବଞ୍ଚି ପାରନ୍ତା ବୋଲି ସାଧାରଣ ରେ ଅଭିଯୋଗ ହେଉଛି.. I