କ୍ଷମା ସହ ପ୍ରତ୍ୟର୍ପଣ ହେବେ ୭୮ ବାଂଲାଦେଶୀ

ପାରାଦୀପ: କୋଷ୍ଟଗାର୍ଡ ପକ୍ଷରୁ ୭୮ ଜଣ ବାଂଲାଦେଶୀଙ୍କୁ ଅଟକ ରଖିଥିବା ଘଟଣା । ଆଜି ପାରାଦୀପ ଥାନାରେ ଆସି ପହଁଚିଛନ୍ତି ସମସ୍ତ ବାଙ୍ଗଲାଦେଶୀ । ହେଲେ ସେମାନଙ୍କ ବିରୋଧରେ ହେବନି ମାମଲା ରୁଜୁ । ସେମାନଙ୍କୁ କ୍ଷମା ସହ ପ୍ରତ୍ୟର୍ପଣ କରାଇବ ଭରତୀୟ କୋଷ୍ଟଗାର୍ଡ । ଅନ୍ତର୍ଜାତୀୟ ସୀମାରେ ବାଂଲାଦେଶ କୋଷ୍ଟ ଗାର୍ଡଙ୍କୁ ହସ୍ତାନ୍ତର କରାଯିବା ନେଇ ମିଳିଛି ସୂଚନା ।

ଦୁଇଟି ବୋଟରେ ଥିଲେ ୭୮ ଜଣ ମତ୍ସ୍ୟଜୀବୀ । ଗଭୀର ସମୁଦ୍ରରେ ଥିବା ସୀମା ଉଲଘଂନ କରି ଭାରତ ମଧ୍ୟକୁ ପଶିଆସିଥିଲେ ବାଂଲାଦେଶୀ ମତ୍ସ୍ୟଜୀବୀ । ସେମାନଙ୍କୁ ଗତକାଲି କୋଷ୍ଟଗାର୍ଡ ଜାହାଜ ସାହାଯ୍ୟରେ ପାରାଦୀପ ଅଣାଯାଇଥିଲା ।

ଦୁଇଟି ମାଛଧରା ବୋଟ୍ ରେ‌ ଥିଲେ ୭୮ ଜଣ ବାଂଲାଦେଶୀ । ସେମାନେ ଭାରତୀୟ ଜଳ ସୀମାରେ ପ୍ରବେଶ କରି ଭାରତ ଆଡ଼କୁ ଆସୁଥିବା ବେଳେ କୋଷ୍ଟଗାର୍ଡ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା । ମାତ୍ର ସେମାନେ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ଦୁଇଟି ବୋଟ୍ ସମେତ ସମସ୍ତ ବାଂଲାଦେଶୀଙ୍କୁ ଅଟକ ରଖିଥିଲା କୋଷ୍ଟଗାର୍ଡ ।

ତେବେ ସାଧାରଣତଃ ଭାରତୀୟ ମାଛଧରା ବୋଟ ରେ ୭ ରୁ ୧୦ ଜଣ ମତ୍ସ୍ୟଜୀବୀ ରହୁଥିବା ବେଳେ ବାଂଲାଦେଶୀ ମାଛଧରା ବୋଟ ରେ ୧୮ ରୁ ୨୨ ଜଣ ମତ୍ସ୍ୟଜୀବୀ ରହିଥାନ୍ତି । ମାତ୍ର କୋଷ୍ଟଗାର୍ଡ ଦ୍ବାରା ଧରାପଡ଼ିଥିବା ବୋଟ୍ ଦୁଇଟିରେ ୭୮ ଜଣ ମତ୍ସ୍ୟଜୀବୀ ଥିଲେ । କୋଷ୍ଟଗାର୍ଡ ସମସ୍ତ ବାଂଲାଦେଶୀଙ୍କୁ ଆଜି ପାରାଦୀପ ଥାନାକୁ ହସ୍ତାନ୍ତର କରାଯାଇଛି ।

nis-ad
Leave A Reply

Your email address will not be published.