ବ୍ରହ୍ମପୁର : ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିନାୟକ ଆଚାର୍ଯ୍ୟ ଶ୍ରାଦ୍ଧ ବାର୍ଷିକ ପାଳନ ଅବସରରେ ଏକ ସ୍ମାରକୀ ବକୃତମାଳା ଆୟୋଜିତ ହୋଇଯାଇଛି। ମହାବିଦ୍ୟାଳର ଅଧ୍ୟକ୍ଷା ଡ.ପ୍ରମିଳା ଖାଡଙ୍ଗା ବିନାୟକ ଆଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ପୂର୍ବକ ଉକ୍ତ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଉକ୍ତ ଅବସରରେ ଆୟୋଜିତ ଏକ ସଭାରେ ଅଧ୍ୟକ୍ଷା ମହୋଦୟା ସଭାପତିତ୍ୱ କରିବା ସହ ନିଜର ବକ୍ତବ୍ୟ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ବିନାୟକ ଆଚାର୍ଯ୍ୟଙ୍କ ସଂଘର୍ଷ ଜୀବନୀର କାହାଣୀ ସମ୍ପର୍କରେ କହିଥିଲେ। ଉକ୍ତ ସଭାରେ ଶଶୀଭୂଷଣ ମହିଳା ମହାବିଦ୍ୟାଳୟ ଦର୍ଶନ ବିଭାଗର ଅଧ୍ୟାପକ ନାରାୟଣ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସ୍ବର୍ଗତ ବିନାୟକ ଆଚାର୍ଯ୍ୟଙ୍କ ସ୍ମୃତିଚାରଣ କରିଥିଲେ। ବିନାୟକ ଆଚାର୍ଯ୍ୟ ସ୍ମାରକୀ କମିଟିର ସଂଯୋଜକ ଗଙ୍ଗାଧର ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ।ଡ. ରବୀନ୍ଦ୍ର କୁମାର ପଣ୍ଡା ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ଡ.ଶିବନୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।ଏତଦବ୍ୟତୀତ କମିଟିର ଅନ୍ୟାନ୍ୟ ସଦସ୍ୟ ଭାବରେ ଡ.ମଧୁମିତା ନାୟକ,ଡ.କାଳିପଦ ମୁଣ୍ଡା ଓ ଡ.ଆନନ୍ଦ ସେଠୀ ମଞ୍ଚାସୀନ ଥିଲେ।ଉକ୍ତ ପରିପ୍ରେକ୍ଷୀରେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀ ସାଙ୍ଗକୁ +୨ଏବଂ+୩ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମର ଦ୍ଵିତୀୟ ପର୍ଯ୍ୟାୟରେ ଛାତ୍ରଛାତ୍ରୀ ଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା,କର୍ମଚାରୀ ଓ ବହୁସଂଖ୍ୟାରେ ଛାତ୍ରଛାତ୍ରୀ ଯୋଗଦେଇ ଏହାକୁ ସଫଳ ରୂପ ପ୍ରଦାନ କରିଥିଲେ।
Sign in
Sign in
Recover your password.
A password will be e-mailed to you.