ମୋହନ ଙ୍କ ମହଙ୍ଗା ମାଡ଼ ରେ ଖାଉଟି ବେହାଲ…!


ବ୍ରହ୍ମପୁର: ଓଡ଼ିଆ ଅସ୍ମିତା ନାଁ ରେ ସାରା ରାଜ୍ୟରେ ବିଜେପି ହାୱା ହେଲା ପ୍ରଥମ ଥର ବିଜେପି ଏକା ସରକାର ଗଢିଲା। ସରକାର ଗଢ଼ିବା ପରେ ସମସ୍ତ ସାମଗ୍ରୀର ଦର ବୃଦ୍ଧି ହେଲା। ଏପଟେ ସମସ୍ତ ବର୍ଗର ଲୋକେ ଦରଦାମ ବୃଦ୍ଧିରେ ହନ୍ତସନ୍ତ ହେଉଛନ୍ତି। ମୋହନ ସରକାର କେବଳ ପୂର୍ବ ସରକାର ଯୋଜନା ର ନାଁ ଓ ରଙ୍ଗ ବଦେଳେ ଇବାରେ ବ୍ୟସ୍ତ ଅଛନ୍ତି। ଆଳୁ, ପିଆଜ, ଅଟା, ତେଲ, ଅଦା, ରସୁଣ ସମେତ ପନିପରିବା ଦର ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି।ଉନ୍ନୟନ କାର୍ଯ୍ୟ ରେ କେତେକ ନିର୍ବାଚିତ ପ୍ରତିନିଧି ମାନେ ପିସି ଫିକ୍ସ କରିବା ଫଳରେ ଠିକାଦାର ମାନେ ତ୍ରାହି ତ୍ରାହି ଡାକିଲେଣି। କେନ୍ଦ୍ରର ଜୁମଲା ଭଳି ଡ଼ବଲ ଇଞ୍ଜିନ ଡ଼ବଲ ଦୁଃଖ ସହ ଝଟକା ରାଜ୍ୟବାସୀ ଙ୍କୁ ଲାଗିଲାଣି ବୋଲି ଚର୍ଚ୍ଚା ହେଉଛି। ପୂର୍ବ ସରକାର ସମୟରେ ପାଣ୍ଡିଆନଙ୍କ ଇସାରାରେ ସମସ୍ତ କାର୍ଯ୍ୟ ହେଉଥିବା ଲୋକେ କହୁଥିଲେ। ମୋହନ ରିମୋଟ କଣ୍ଟ୍ରୋଲ କାହା ହାତରେ ଅଛି, ହିନ୍ଦୀ ଭଲ ଭାବେ ନବୁଝିବା ଫଳରେ କେବଳ ହାଁ ଜି ଯୋଗୁଁ ଆଜି ଏଭଳି ଅବସ୍ଥା ହୋଇଥିବା ଚର୍ଚ୍ଚା ହେଲାଣି।ସ୍ୱଳ୍ପ ସମୟ ଭିତରେ ଶାସକ ଦଳର ଶାସନ ଲୋକେ ଏବେ ଭଲ ଭାବେ ବୁଝି ଗଲେଣି ବୋଲି ଏବେ ଚାରିଆଡେ ଆଲୋଚନା ହେଉଛି। ନିର୍ବାଚନ ସମୟରେ ମାଗଣା ୩୦୦ ୟୁନିଟ ବିଦ୍ୟୁତ ସେବା ମଧ୍ୟ ଧୂଆଁ ବାଣ ସଦୃଶ୍ୟ ହୋଇଛି। ବିଭିନ୍ନ ଭତ୍ତାରେ ବୃଦ୍ଧି ହେବା ପ୍ରତିଶୃତି ବି ଫିକା ପଡ଼ିଯାଇଛି। ସାଧାରଣ ଲୋକେ ନିଜର ଭୁଲ ପାଇଁ ଏବେ ପସ୍ଥାଉଥିବା କଥା ରାଜନୈତିକ ମହଲ ରେ ଆଲୋଚନା ଆରମ୍ବ ହେଲାଣି। ଦେଖାଯାଉ ଆଗାମୀ ଦିନ ରାଜ୍ୟ ବାସୀଙ୍କ କିପରି”ଆଛେ ଦିନ” ଆସିବ ଦରଦାମ ରେ ସୁଧାର ଆସିବ ବୋଲି ଆଲୋଚନା ହେଉଛି।

nis-ad
Leave A Reply

Your email address will not be published.