ବ୍ରହ୍ମପୁର: ଦୀର୍ଘ ଦିନ ପରେ ଆସିକା ପ୍ରଶାସନ ଅଧିକାରୀ ମାନଙ୍କ ପକ୍ଷରୁ ବିଭିନ୍ନ ହୋଟେଲ ଉପରେ ଚଢ଼ାଉ ଜରିମାନା ଆଦାୟ। ଗଞ୍ଜାମ ଜିଲ୍ଲାର ବିଭିନ୍ନ ସହର ରେ ଥିବା ହୋଟେଲ ଗୁଡିକ ରେ ଅଖାଦ୍ୟ ଓ କେମିକାଲ ମିଶ୍ରିତ ଖାଦ୍ୟ ବିକ୍ରି ହେଉଥିବା ନେଇ ନିସର୍ତ୍ତ ରେ ଖବର ପ୍ରକାଶ ହୋଇଥିଲା। ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକନାଥ ବେଜ ଙ୍କ ନେତୃତ୍ୱ ରେ ବିଭିନ୍ନ ହୋଟେଲ ଉପରେ ଚଢ଼ାଉ ହୋଇଥିଲା। ଏହି ଚଢ଼ାଉ ବେଳେ ଜିଲ୍ଲା ଖାଦ୍ୟ ନିରାପତ୍ତା ଅଧିକାରୀ ଶୁଭ ରଞ୍ଜନ ମୁଦୁଲିଙ୍କ ସମେତ ପୋଲିସ ଅଧିକାରୀ ମାନେ ଅଂଶ ଗ୍ରହଣ କରିଥିଲେ। ଏହି ଚଢ଼ାଉ ଆସିକା ଲକ୍ଷ୍ମୀ ବଜାର, କଳିଙ୍ଗା ରୋଡ଼, ଓ.ଏସ.ଆର.ଟି.ସି ବସଷ୍ଟାଣ୍ଡ ରେ ଥିବା ହୋଟେଲ ରେସଟୁରେଣ୍ଟ ଗୁଡିକ ଉପରେ ଚଢ଼ାଉ କରି ୪୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇ ତାଗିତ କରାଯାଇଛି। ଆସିକା ରେ ଥିବା ବହୁ ହୋଟେଲ ଗୁଡିକରେ ନିମ୍ନ ମାନର ମସଲା, ତେଲ ଓ ରାସାୟନିକ ଦ୍ରବ୍ୟ ବା ରଙ୍ଗ ମିଶ୍ରଣ ହେଉଥିବା ଅଭିଯୋଗ ହୋଇ ଆସୁଛି। ଏହା ସାଙ୍ଗକୁ ବିରିୟାନୀ,ପୋକଡା ସମେତ ବିଭିନ୍ନ ଆମିଷ ଖାଦ୍ୟ ପଦାର୍ଥ ରେ ଚାଇନା ସାଲଟ ସ୍ୱାଦ ପାଇଁ ମସଲା ଦେବା ବଦଳ ରେ ବିଭିନ୍ନ କମ୍ପାନୀର ସେଣ୍ଟ ରୀତିମତ ବ୍ୟବହାର କରାଯାଉଛି। ଅଧିକାଂଶ ଫାଷ୍ଟଫୁଡ ଓ ହୋଟେଲ ରେ ବାସି ଖାଦ୍ୟ ସାଙ୍ଗକୁ ମନ ଇଚ୍ଛା ଚଢା ଦରରେ ସାମଗ୍ରୀ ବିକ୍ରି ବଟା ହେଉଛି। ଅସଲି ଟଙ୍କା ଦେଇ ନକଲି ଖାଦ୍ୟ ଦେବା ଫଳରେ ବିଭିନ୍ନ ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି ଚଢ଼ାଉ ର ପୂର୍ବ ସୂଚନା ପାଇ ବହୁ ହୋଟେଲ ବନ୍ଦ ହୋଇଯାଇଥିବା ଲକ୍ଷ କରାଯାଇଛି। ଦୀର୍ଘ ଦିନ ପରେ ଏହି ଚଢ଼ାଉ ହେବା ସହ ନିୟମିତ ଚଢ଼ାଉ ହେବା ନେଇ ପ୍ରଶାସନ ପକ୍ଷରୁ ତାଗିତ ପରେ ଅପମିଶ୍ରିତ କରୁଥିବା ହୋଟେଲ ମାଲିକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି।
Sign in
Sign in
Recover your password.
A password will be e-mailed to you.
Prev Post