ବଜ୍ରାଘାତରେ ଜଣେ ମୃତ, ଜଣେ ଗୁରୁତର

ହିଞ୍ଜିଳିକାଟୁ ୨/୬ : ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ଚାନ୍ଦୁଲି ଗ୍ରାମରେ ବଜ୍ରାଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ରବିବାର ଅପରାହ୍ନରେ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ଲାଗିରହିଥିଲା । ଚାନ୍ଦୁଲି ଗ୍ରାମର ରମେଶ ଗୈାଡଙ୍କ ପୁଅ ସଞ୍ଜୟ ଗୈାଡ ଗ୍ରାମ ନିକଟ ତହଁର ରୋଡ ନିକଟ ବିଲରେ ମଈଁଷି ଚରାଇବାକୁ ଯାଇଥିବା ବେଳେ ବର୍ଷା ଯୋଗୁଁ ଏକ ଚାଳ କୁଡ଼ିଆ ଘରେ ଆଶ୍ରୟ ନେଇଥିଲେ । ଏହି ସମୟରେ ବଜ୍ରାଘାତରେ ସଞ୍ଜୟ ଟଳି ପଡ଼ିଥିଲେ।

ଆଖପାଖ ରେ ଥିବା ଲୋକେ ସଞ୍ଜୟ ଙ୍କୁ ଉଦ୍ଧାର କରି ତାଙ୍କ ପରିବାରକୁ ଖବର ଦେବାସହ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ସେଠାରେ ଡ଼ାକ୍ତର ସଞ୍ଜୟ ଙ୍କୁ ମୃତ ଘୋଷଣା କରିଥିଲେ । ସେପଟେ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ଆଙ୍କୋରଡା ଗ୍ରାମ କବିଚନ୍ଦ୍ର ମାର୍ଗ ର ଦରମରୀ ବେହେରା(୫୮) ଘରର ବାରିପଟେ ବସିଥିବା ବେଳେ ସେ ମଧ୍ୟ ବଜ୍ରାଘାତର ଶିକାର ହୋଇ ଟଳି ପଡି ଗୁରୁତର ଆହତ ହୋଇଛନ୍ତି‌। ପରିବାର ଲୋକେ ବୃଦ୍ଧା ଙ୍କୂ ଉଦ୍ଧାର କରି ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ।

nis-ad
Leave A Reply

Your email address will not be published.