ଜୁନ ୩ ରୁ ୧୧ ତାରିଖ ସମସ୍ତ ପ୍ରସ୍ତୁତି, ବୁଧବାର ଠାରୁ ମାଆଙ୍କ ନଗର ଭ୍ରମଣ

ଛତ୍ରପୁର : ପ୍ରତ୍ୟେକ ଦୁଇ ବର୍ଷକୁ ଥରେ ଛତ୍ରପୁର ସହର ରେ ଶ୍ରୀ ଶ୍ରୀ ଶ୍ରୀ ମା’ ବ୍ୟାଘ୍ରଦେବୀ ଙ୍କ ଯାତ୍ରା ଅନୁଷ୍ଠିତ ହୋଇ ଆସୁଛି । ଚଳିତ ବର୍ଷ ଏହି ଯାତ୍ରା ନିର୍ବାଚନ କୁ ଦୃଷ୍ଟି ରଖି ବିଳମ୍ୱ ହୋଇଛି, ଜୁନ୍ ୩ ତାରିଖ ରୁ ୧୧ ପର୍ଯ୍ୟନ୍ତ ଏହି ଯାତ୍ରା ଅନୁଷ୍ଠିତ ହେବ । ଏଥି ନିମନ୍ତେ ଆରକ୍ଷୀ ପରିବାର ପକ୍ଷରୁ ସରିଛି ସମସ୍ତ ପ୍ରସ୍ତୁତି । ଏହି ଯାତ୍ରା ନବମ ଦିନ ବ୍ୟାପି ଅନୁଷ୍ଠିତ ହେବ,ଜୁନ ୩ ତଥା ସୋମବାର ଦିନ ଦିଗ ବନ୍ଦନ ଓ ମାଙ୍କ ଆଜ୍ଞାମାଳା ଆବାହନ ହେବ, ମା ନିଜ ମନ୍ଦିର ରୁ ଅସ୍ଥାୟୀ ମଣ୍ଡପ ରେ ବିଜେ କରିବେ, ସେଠାରେ ମାଙ୍କ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯିବ, ଗୋଟିଏ ଦିନ ବିଶ୍ରାମ ପରେ ଜୁନ ୫ ତାରିଖ ଦିନ ଠାରୁ ମାଙ୍କ ନଗର ଭ୍ରମଣ ଆରମ୍ଭ ହେବ, ଏହି ଅବସର ରେଭକ୍ତମାନଙ୍କ ମନୋରଂଜନ ନିମନ୍ତେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ମୀନା ବଜାର ରହିବ,

nis-ad
Leave A Reply

Your email address will not be published.