ବିଜେପି ରେ ଥିବା ଗୋଷ୍ଠି କନ୍ଦଳ ଓ ଅତି ଆତ୍ମ ବିଶ୍ୱାସ ଦଳ କୁ ମହଙ୍ଗା ପଡ଼ି ପାରେ…!!
ବ୍ରହ୍ମପୁର:୧୦-୪ ଗଞ୍ଜାମ ଜିଲ୍ଲାର ଚର୍ଚ୍ଚିତ ବିଧାନସଭା ନିର୍ବାଚନ ମଣ୍ଡଳୀ ଏବେ ହୋଇଛି ଗୋପାଳପୁର। ପ୍ରଦୀପ ପାଣିଗ୍ରାହୀ ଙ୍କୁ ବିଜେପି ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ପ୍ରାର୍ଥୀ କରିବା ପରେ ବିଜେଡ଼ି ଗୋଟି ଚାଲାଣ କରି ଭୃଗୁବକ୍ସି ପାତ୍ର ଙ୍କୁ ବିଜେଡ଼ି ରେ ସାମିଲ କରି ମଇଦାନ ରେ ଓହ୍ଲାଇ ଲା। ଏବଂ ବିଜେଡି ର ଟାଣୁଆ ନେତା ବିକ୍ରମ ପଣ୍ଡା ଙ୍କୁ ଗୋପାଳପୁର ରେ ଟିକେଟ ଦେଇ ବିଜେପି କୁ ଚ୍ୟାଲେଞ୍ଜ ଦେବା ପରେ ବିଭୁତି ଜେନା ଙ୍କୁ ପୁଣି ବିଜେପି ଟିକେଟ ଦେଲା। ଯାହାକି ଏଠାରେ ଏକ ବଡ଼ ମୁକାବିଲା ହେବାକୁ ଯାଉଛି କେବଳ ବିଜେପି ର ବିଭୁତି ଜେନାଙ୍କୁ ନୁହଁ ଖୋଦ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଙ୍କୁ ଚେକ ଦେବାକୁ ଏଠାରେ ବିକ୍ରମ ପଣ୍ଡାଙ୍କୁ ବିଜେଡି ପ୍ରାର୍ଥୀ କରିଛି lହେଲେ ଗୋପାଳପୁର ରେ ଏବେ ବିଜେପି ରେ ଥିବା ଗୋଷ୍ଟି କନ୍ଦଳ ର ଫାଇଦା ହେବାକୁ ଯାଉଛି ବିକ୍ରମ ଙ୍କୁ ବୋଲି ଚର୍ଚ୍ଚା ଜୋର ଧରିଛି। ଏବେ ସୁବିଧା ଜନକ ସ୍ଥିତିରେ ବିକ୍ରମ ରହିଥିବା ଯୋଗୁଁ ବିଜେପି ପାଇଁ ମୁଣ୍ଡ ବ୍ୟଥା ର କାରଣ ହୋଇଛି। ଯାହାକି ରୋଚକ ସ୍ଥିତି ରେ ଗୋପାଳପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ରହିଛି। ଗୋଷ୍ଟି କନ୍ଦଳ ଯୋଗୁଁ ରାଜନୈତିକ ଦଳର ସମୀକରଣ ର ଅଙ୍କ ସବୁ ଏବେ ଭୁଲ ହେଉଛି। ପ୍ରଦୀପ ଙ୍କ ଗଡ଼ରେ ବିକ୍ରମ ଙ୍କ ରଣ ହୁଙ୍କାର ଏବେ ଦେଖା ଦେଇଛି। ଏବଂ ବିଜେପି ବାଉଳା ହେବାରେ ଦେଖିବାକୁ ମିଳୁଛି l ସୂଚନା ଥାଉକି ଗତ ନିର୍ବାଚନ ରେ ଗୋପାଳ ପୁର ନିର୍ବାଚନ ମଣ୍ଡଳୀ ରେ ବିଜେଡି ତଥା ପ୍ରଦୀପ ପାଣିଗ୍ରାହୀ ଅଳ୍ପ ଭୋଟ ବ୍ୟବଧାନ ରେ ଜିତି ଥିଲେ ଏବଂ ବିଜେପି ର ବିଭୁତି ଜେନା ପରାଜୟ ହୋଇଥିଲେ କିନ୍ତୁ ଏହା ସ୍ପଷ୍ଟ ଜେ ବିଜେପି ତଥା ବିଭୁତି ଜେନା ଙ୍କ ପକେଟ ଭୋଟ ରହିଛି ଏପଟେ ପ୍ରଦୀପ ପାଣିଗ୍ରାହୀ ଙ୍କ ମଧ୍ୟ କିଛି ପରିମାଣରେ ପକେଟ ଭୋଟ ରହିଛି ତେଣୁ ବିଜେପି ଭାବୁଛି ଏଥର ଅତି ସହଜ ବିଜୟ ହେବ l ସୂଚନା ଥାଉକି ଗୋପାଳପୁର ନିର୍ବାଚନ ମଣ୍ଡଳୀ ର ଅନେକ ପଞ୍ଚାୟତ ବ୍ରହ୍ମପୁର ସୀମା କୁ ଲାଗି ରହିଛି ସେହି ପଞ୍ଚାୟତ ଭୋଟର ମାନଙ୍କୁ ବିକ୍ରମ ସେନା ଜଗି ରହିଛନ୍ତି l ଅନ୍ୟ ଦିଗକୁ ଦେଖିଲେ ବିଜେଡି ର ଜଣେ ଟାଣୁଆ ନେତା ବ୍ରହ୍ମପୁର ମେୟର ଙ୍କ ସ୍ୱାମୀ ଭୀମ ଦଳାଇ ଙ୍କ ଭୂମିକା ଏହି ଗୋପାଳପୁର ନିର୍ବାଚନ କ୍ଷେତ୍ର ରେ ନିର୍ଣ୍ଣୟକ ଭୂମିକା ହୋଇପାରେ l ସେ ଜଣେ ଭଲ ସଂଘଠକ ସୂଚନା ରୁ ମିଳିଛି ଗୋପାଳପୁର ନିର୍ବାଚନ ମଣ୍ଡଳୀ ର ଅନେକ ପଞ୍ଚାୟତ ରେ ତାଙ୍କ ସଙ୍ଘଟନ ରହିଛି ତେଣୁ ବିଜେପି ପାଇଁ ଏହା ଘାତକ ହୋଇ ପାରେ ଏବଂ ବିଭୁତି ଜେନା ବିକ୍ରମ ଙ୍କ ଚକ୍ରବ୍ୟୁହ ରେ ଫସି ଯାଇ ପାରନ୍ତି ବୋଲି ସମୀକ୍ଷକ ମାନେ ମତ ଦେଲେଣି