ନିର୍ବାଚନ ପାଇଁ ଗଛିତ ବିଦେଶୀ ଓ ଦେଶୀ ମଦ ର ସୁରାଗ ପାଉନି କି ପ୍ରଶାସନ..? ନା ଚେଇଁ ସୋଇଛି…!
.
ବ୍ରହ୍ମପୁର: ୧୩-୪ ଗଞ୍ଜାମ ଜିଲ୍ଲାର ଆସିକା ସହରରେ ଗତ ମାର୍ଚ୍ଚ ମାସ ୩୧ ତାରିଖରୁ ବହୁ ବିଦେଶୀ ମଦ ଦୋକାନ ବନ୍ଦ ରହିଛି। ବିଜୁ ପଟ୍ଟନାୟକ ଛକ, କଳିଙ୍ଗା ରୋଡ଼ ଓ ହାଟପଦା ଠାରେ ଥିବା ବିଦେଶୀ ମଦ ଦୋକାନ ର MGQ ର ବକେୟା ତଥା ଲାଇସେନ୍ସ ଫିଜ ନ ବାନ୍ଧିବା ଓ ସର୍ବ ନିମ୍ନ ମଦ ଉଠାଣ ନହେବା ଯୋଗୁଁ ଏହି ସବୁ ମଦ ଦୋକାନ ବନ୍ଦ ରହିଛି। ଏହାର ସୁଯୋଗ ନେଇ ଆସିକା ର ଗଳିକନ୍ଦି ରେ ବିଦେଶୀ ମଦ ଅବାଧ ରେ ବିକ୍ରି ହେଉଥିବା ଚର୍ଚ୍ଚା ହେଉଛି। ଆସିକା ରେ ଥିବା ବିଭିନ୍ନ ହୋଟେଲ ଢ଼ାବା ରେ ଅବାଧରେ ଅତି ଚଢ଼ା ଦରରେ ବିଦେଶୀ ମଦ ବିକ୍ରି ହେଉଥିବା ଅଭିଯୋଗ ହେଉଛି। ଆସିକା ର ପ୍ରାୟ ହୋଟେଲ, ପାନ ଦୋକାନ ସମେତ ଛକ ମାନଙ୍କ ନିକଟରେ ଥିବା ଦୋକନ କୁ ଏତେ ପରିମାଣର ମଦ କେଉଁ ଠାରୁ ଆସୁଛି ତାହାକୁ ନେଇ ବୁଦ୍ଧିଜୀବୀ ପ୍ରଶ୍ନ କଲେଣି ।ଗୋଟିଏ ପଟେ ବିଦେଶୀ ମଦ ଦୋକାନ ବନ୍ଦ ରହିଛି ତେବେ ଏତେ ପରିମାଣ ର ପେଟି ପେଟି ମଦ ଅବାଧ ରେ ପ୍ରବେଶ ହୋଇ ଖୁଲାମ ଖୁଲା ବିକ୍ରି ହେଉଛି।ଅବକାରୀ ବିଭାଗ ଓ ପୋଲିସ ର ଚଢ଼ାଉ ହେଉନଥିବା ଯୋଗୁଁ ଆସିକାରେ ବିଦେଶୀ ମଦର ଚୋରା କାରବାର ଦିନକୁ ଦିନ ବୃଦ୍ଧି ହୋଇଛି। ଏଠାକାର ଅବକାରୀ ବିଭାଗ ର ଚଢ଼ାଉ ଧର୍ମକୁ ଆଖିଠାର ସଦୃଶ୍ୟ। ଆସିକା ରେ ଯେଉଁ ସବୁ ହୋଟେଲ ଛୋଟ ଛୋଟ ଦୋକାନ ରେ ବିଦେଶୀ ମଦ ବିଭାଗୀୟ ବାବୁ ମାନଙ୍କ ଇସାରା ରେ ହେଉଥିବା ଚର୍ଚ୍ଚା ହେଉଛି। ଦୋକାନ ବନ୍ଦର ଆଳରେ ଯେଉଁ ସବୁ ସ୍ଥାନରେ ମଦ ବିକ୍ରି ହେଉଛି ତାହା ଅତି ଚଢ଼ା ଦରରେ ବୋତଲ ପିଛା ୩୦/୪୦ ଟଙ୍କା ରେ ବିକ୍ରି ବଟା ହେଉଥିବା ଅଭିଯୋଗ ବି ଆସୁଛି । ଆଗକୁ ସାଧାରଣ ନିର୍ବାଚନ ଏବେ ଠାରୁ ପ୍ରଶାସନ ସଜାଗ ନ ହେଲେ ଆସିକା ପୂର୍ବରୁ ଥିବା ରେକର୍ଡ କ୍ରାଇମ ସିଟି ନ ହେବ କିଏ କହିବ ବୋଲି ବୁଦ୍ଧିଜୀବୀ ମହଲ ରେ ଆଲୋଚନା ହେଉଛି। ଅବକାରୀ ଓ ପୋଲିସ ବିଭାଗ ର ସ୍ୱତନ୍ତ୍ର ସ୍କ୍ୱାଡ଼ ଆସିଲେ ଗୁପ୍ତ ଗୋଦାମ ସହ ହୋଟେଲ ଗୁଡ଼ିକ ଉପରେ ଚଢ଼ାଉ କଲେ ଅସଲ ମୁଖା ଖୋଲିବ।ମଦ ମାଫିଆ ମାନେ ଏବେ ଠାରୁ ସୁରୁକ୍ଷିତ ଜାଗା ରେ ବିଦେଶୀ ଓ ଦେଶୀ ମଦ ଗଛିତ କରିବା ଆରମ୍ଭ କରି ସାରିଲେଣି l ସୂଚନା ଥାଉକି ଏଥର ଆସିକା ସାଂସଦୀୟ କ୍ଷେତ୍ର ରେ ମଦର ବନ୍ୟା ହେବ କାରଣ ୨ ନଦୀର ମିଶ୍ରଣ ପରି ଆସିକା ଓ କୋଦଳା ରୁ ବହୁମାତ୍ର ରେ ମଦ ଭୋଟର ମାନଙ୍କ ପାଇଁ ରଖା ସରିଲାଣି ଯାହାକି ଅବକାରୀ ବିଭାଗ ସବୁ ଜାଣି ମାଲ ଖାଇ ଚୁପ, ପୋଲିସ ନିର୍ବାଚନ କୁ ଆଖିରେ ରଖି କିପରି ଶାନ୍ତି ଶୃଙ୍ଖଳା ରେ ନିର୍ବାଚନ ସୁରୁଖୁରୁରେ ହେବ ସଜାଗ ହେବା ବେଳକୁ ଅବକାରୀ ବିଭାଗ ମଦ ମାଫିଆ ମାନଙ୍କୁ ସାହାଯ୍ୟ ପୋଲିସ ର ମୁଣ୍ଡ ବ୍ୟଥା ର କାରଣ ହେଲାଣି ବୋଲି କିଛି ପୋଲିସ ଅଫିସର ମାନେ କହିଲେଣି କାରଣ ସିଂଘ ଧରୁଛି ପୋଲିସ କ୍ଷୀର ପିଉଛି ଅବକାରୀ ବିଭାଗ l ତେଣୁ ଜିଲ୍ଲାର ଅବକାରୀ ବିଭାଗ ଏଥି ପ୍ରତି ଦୃଷ୍ଟି ଦେଇ ପୋଲିସ କୁ ସାହାଯ୍ୟ କଲେ ନିର୍ବାଚନ ଶାନ୍ତି ଶୃଙ୍ଖଳା ରେ ସମାପନ ହେବ ନଚେତ ଏଥିପାଇଁ ବହୁମୂଲ୍ୟ ଦେବାକୁ ପଡିବ ବୋଲି ବୁଦ୍ଧିଜୀବୀ ଓ ସାଧାରଣ ରେ ଚର୍ଚ୍ଚା ହେଉଛି l
Sign in
Sign in
Recover your password.
A password will be e-mailed to you.
Prev Post