ରୋଚକ ମୋଡ଼ ରେ ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ :ତ୍ରିମୁଖୀ ଲଢ଼େଇ ପାଇଁ ସଜ ବାଜ….

ରମେଶ ଜେନାଙ୍କ ହାତରେ ଭାଗ୍ୟର ଚାବି…!!


ବ୍ରହ୍ମପୁର: ୧୦-୪ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ତିନିଜଣ ହେବିୱେଟ ନେତାଙ୍କ ମଧ୍ୟରେ ଲଢ଼େଇ ହେବ ବୋଲି ଚର୍ଚ୍ଚା ଜୋର ଧରିଲାଣି । ଜିଲ୍ଲାର ଅନ୍ୟ ନିର୍ବାଚନ ମଣ୍ଡଳୀ ଅପେକ୍ଷା ଏବେ ବ୍ରହ୍ମପୁର ନିର୍ବାଚନ ଉପରେ ରାଜନୈତକ ଚାଣକ୍ୟ ମାନଙ୍କ ନଜର ରହିଛି। ଗଞ୍ଜାମ ଜିଲ୍ଲାରେ ଏବେ ପ୍ରଦୀପ ଙ୍କ ଭୟ ବିଜେଡ଼ି କୁ ଘାରିଛି। ତାହାକୁ ଦୃଷ୍ଟି ରେ ରଖି କେ. ଅନିଲ କୁ ବିଜେପି ଟିକେଟ ଦେବା ପରେ ପୁଣି ଡ଼.ରମେଶ ଚ୍ୟାଉ ପଟନାୟକ ଙ୍କୁ ବିଜେଡ଼ି ମଇଦାନ କୁ ଓହ୍ଲାଇଛି। ଏବେ ବ୍ରହ୍ମପୁର ର ପୂର୍ବତନ ମେୟର ପିଣ୍ଟୁ ଦାସ ସ୍ୱାଧୀନ ଭାବେ ଲଢ଼ିବା ପାଇଁ ଅଣ୍ଟା ଭିଡ଼ି ଥିବା ଯୋଗୁଁ ବିଜେଡ଼ି ବିଜେପି ପ୍ରାର୍ଥୀ ଙ୍କ ନିଦ ହଜି ଯାଇଥିବା ଚର୍ଚ୍ଚା ହେଉଛି। ଆଗାମୀ ସାଧାରଣ ନିର୍ବାଚନ ରେ ବ୍ରହ୍ମପୁର ରେ ନିର୍ବାଚନ ମଣ୍ଡଳୀ ରେ ତିନି ମହାରଥୀ ଙ୍କ ମଧ୍ୟରେ ଲଢ଼େଇ ହେବ। ଶାସକ ଦଳ ସୁବିଧା ଜନକ ସ୍ଥିତିରେ ରେ ରହିଥିବା ବେଳେ ଏବେ ପିଣ୍ଟୁ ଦାସ ସ୍ୱାଧୀନ ଭାବେ ଲଢ଼ିବା ପାଇଁ ପ୍ରସ୍ତୁତ ହେଉଥିବା ଯୋଗୁଁ ଚ୍ୟାଉଙ୍କ ଅଡୁଆ ବଢ଼ିଯାଇଛି। ଦୀର୍ଘ ବର୍ଷ ହେଲା ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜେଡ଼ି କବ୍ଜା ରେ ରହିଆସିଛି। ବ୍ରହ୍ମପୁର ରେ ବିଜେଡ଼ି ଓ ବିଜେପି ରେ ଥିବା ଗୋଷ୍ଟି କନ୍ଦଳ ର ଫାଇଦା ପିଣ୍ଟୁଙ୍କୁ ହେବ ବୋଲି ରାଜନୈତକ ମହଲ ରେ ଚର୍ଚ୍ଚା ହେଲାଣି। ବ୍ରହ୍ମପୁର ବାସୀ କେଉଁ ନେତାଙ୍କୁ ଚୟନ କରିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା। ବ୍ରହ୍ମପୁର ରେ ଶାସକ ଦଳରେ ନେତା ମାଳ ମାଳ କାର୍ଯ୍ୟ ଶୂନ ଥିବା ଦୀର୍ଘ ଦଶନ୍ଧି ଧରି ଦେଖିବାକୁ ମିଳିଛି। ପ୍ରଦୀପ ପାଣିଗ୍ରାହୀ ଙ୍କୁ ଚେକ ଦେବାକୁ ପୁଣି ଥରେ ରମେଶ ଚନ୍ଦ୍ରଚ୍ୟାଉ ପଟ୍ଟନାୟକ ଙ୍କୁ ବିଜେଡି ଟିକେଟ ଦେଇଛି ଯାହାକି ବିଜେଡି ପାଇଁ ବ୍ରହ୍ମପୁର ବିଧାନସଭା ଅତି ସହଜ ଥିଲା କାରଣ ବିଜେପି ର ରିକେଟ ବଣ୍ଟନ ପରେ ବିଜେପି ରେ ଗୋଷ୍ଠି କନ୍ଦଳ ଦେଖା ଯାଇଛି ଯାହାକି ପାଉଁଶ ତଳର ନିଆଁ ପରି କୁହୁଳୁଛି ବିଜେପି ର ଦୁଇ ତୁଙ୍ଗ ନେତା କାଁହୁ ଚରଣ ପତି ଓ ପିଣ୍ଟୁ ଦାସ ଙ୍କୁ ଦଳ ଟିକଟ ନଦେଇ କେ. ଅନିଲ କୁ ଟିକଟ ଦେବାକୁ ନେଇ ବିଜେପି ର କିଛି ଆଗ ଧାଡିରେ ଥିବା ନେତା ଓ କର୍ମୀ ପସନ୍ଦ କରୁନଥିବା କୁ ନେଇ ଚର୍ଚ୍ଚା ହେଉଛି l କାଁହୁ ଚରଣ ପତି ବିଜେପି ର ଆଦର୍ଶ ଓ ଶୃଙ୍ଖଳା ପାଇଁ ଚୁପ ରହିଥିବା ବେଳେ ପିଣ୍ଟୁ ଦାସ ( ଶିବ ଶଙ୍କର ଦାସ ) ସ୍ୱାଧୀନ ପ୍ରାର୍ଥୀ ଭାବରେ ମୈଦାନ କୁ ଓଲ୍ହାଇବେ ବୋଲି ଚର୍ଚ୍ଚା ହେଲାଣି ଗତ ନିର୍ବାଚନ ରେ ମଧ୍ୟ ତାଙ୍କ ସ୍ତ୍ରୀ ଙ୍କୁ ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ କୁ ଓଲ୍ହାଇ ଥିଲେ କାରଣ ଶିବ ଶଙ୍କର ଦାସ ଜେଲ ରେ ଥିଲେ l କିନ୍ତୁ ଏବେ ସେ ନିଜେ ଲଢ଼ିବାକୁ ମନ ସ୍ଥିର କରିସାରିଲେଣି ସୂଚନା ଥାଉକି ପିଣ୍ଟୁ ଯେତେବେଳେ ବ୍ରହ୍ମପୁର ମେୟର ଥିଲେ ବ୍ରହ୍ମପୁର ସହର ପାଇଁ ଅନେକ କିଛି କରି ଯାଇଛନ୍ତି ସେ ବ୍ରହ୍ମପୁର ସହରର ରୂପ ରେଖା ବି ବଦଳାଇ ଦେଇଥିଲେ ଯାହାକି ତାଙ୍କ ଲୋକ ପ୍ରିୟତା ବୃଦ୍ଧି ପାଇଛି ଏବଂ ତାଙ୍କ ର ପକେଟ ଭୋଟ ବି ରହିଛି ଦୁଇ ମାଙ୍କଡ଼ କଳି ରେ ମାଙ୍କଡ ର ଲାଭ ହେଲା ପରି ବିଜେଡି ଓ ବିଜେପି କଳିରେ ପିଣ୍ଟୁ ଙ୍କ ଲାଭ ହୋଇପାରେ ବୋଲି ବୁଦ୍ଧିଜୀବୀ ଓ ସାଧାରଣ ରେ ଆଲୋଚନା ହେଉଛି l ଏଠାରେ ସୂଚନା ଥାଉକି ବ୍ରହ୍ମପୁର ବିଧାନସଭା ସଭା କ୍ଷେତ୍ରରେ ସାନଖେମୁଣ୍ଡି ବିଧାୟକ ତଥା କଂଗ୍ରେସ ର ଟାଣୁଆ ନେତା ରମେଶ ଜେନା ଙ୍କ ଭୂମିକା ମଧ୍ୟ ଗୁରୁତ୍ୱ ରହିଛି ସେ ଏହି ନିର୍ବାଚନ ମଣ୍ଡଳୀ ରେ ଯାହାକୁ ସାହାଯ୍ୟ କରିଛନ୍ତି ସେ ହିଁ ଜିତିଛି, ଶୁଣିବାକୁ ମିଳୁଥିଲା ତଳ ଦିନେ ରମେଶ ଆଉ ପିଣ୍ଟୁ ଙ୍କ ମଧ୍ୟରେ ଏକ ରୁଦ୍ଧ କୋଠରୀ ବୈଠକ ହୋଇଥିବା କୁ ନେଇ ଯାହାକି କିଛି ଗଣମାଧ୍ୟମ ରେ ପ୍ରଚାର ବି ହୋଇଥିଲା l ଅନ୍ୟ ଦିଗକୁ ଦେଖିଲେ ବିଜେଡି ପ୍ରାର୍ଥୀ ରମେଶ ବାବୁଙ୍କ ସହିତ ରମେଶ ଜେନାଙ୍କ ସମ୍ପର୍କ ବହୁତ ନିବିଡ଼ ଏବଂ ରମେଶ ଜେନା ପ୍ରଦୀପ ପାଣିଗ୍ରାହୀ ଙ୍କ ଘୋର ବିରୋଧୀ ତେଣୁ ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀ ବର୍ତ୍ତମାନ ରୋଚକ ମୋଡରେ କହିଲେ କିଛିବି ଭୁଲ ହେବ ନାହିଁ l

nis-ad
Leave A Reply

Your email address will not be published.