ଆସିକା ପୌର ପରିଷଦ ରେ ଜଳ ଛତ୍ର ଧର୍ମକୁ ଆଖିଠାର…

କେବଳ ବେନେର ଓ କାଗଜ ପତ୍ର ରେ ଜଳ ଛତ୍ର ….!!


ଵ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଆସିକା ବ୍ଲକ ର ଗଙ୍ଗାପୁର ପଞ୍ଚାୟତ ରୁ ପ୍ରଥମ ଅଂଶୁଘାତ ମୃତ ନେଇ ଅଭିଯୋଗ ହୋଇଥିଲା। ଆସିକା ପୌର ପରିଷଦ ପକ୍ଷରୁ ଧର୍ମକୁ ଆଖି ଠାର ଭଳି କେତେକ ୱାର୍ଡ ରେ ଜଳ ଛତ୍ର ଖୋଲା ଗଲା ବୋଲି ପ୍ରଚାର ପ୍ରସାର ଧୁମଧାମରେ କରାଗଲା। ତାହାର ନଗ୍ନ ନମୁନା ଆଜି ଦେଖିବାକୁ ମିଳିଛି। କେବଳ କେତେକ ସ୍ଥାନରେ ମାଠିଆ ରଖି ଥିବାର ଦେଖିବାକୁ ମିଳୁଛି ତ କେଉଁଠି କେବଳ ବେନେର ଲଗାଯାଇ ଜଳ ଛତ୍ର ଖୋଲା ଯାଇଥିବା ନେଇ ଜିଲ୍ଲା ପ୍ରଶାସନ କୁ ଅନ୍ଧାର ରେ ରଖା ଯାଇଥିବା ନେଇ ଚର୍ଚ୍ଚା ହେଉଛି। ଆସିକା ପୌର ପରିଷଦ କେବଳ ଭଗବାନ ଭରସା ରେ ଚାଲିଛି ବୋଲି ଲୋକେ କହୁଛନ୍ତି। ଏଠାରେ ଦୁର୍ନୀତି ପାଦ ପାଦରେ ହେଉଛି। ଅଭିଯୋଗ କରିଲେ ବାବୁଙ୍କ ପାଖରୁ ଗୋଟିଏ ଉତ୍ତର ମିଳୁଛି ସବୁ ଠିକ ଠାକ ଚାଲିଛି ବୋଲି। ଖୋଦ ଗଞ୍ଜାମ ଜିଲ୍ଲା ପାଳ ନିଜେ ଆସି ଦେଖିଲେ ସବୁ ଅସଲ ମୁଖା ଖୋଲିବ ବୋଲି ଲୋକେ କହୁଛନ୍ତି। ପ୍ରଚଣ୍ଡ ରୌଦ୍ର ତାପ ଯୋଗୁଁ ସରକାର ଲୋକଙ୍କୁ ସଚେତନତା ପାଇଁ ଲକ୍ଷ ଲକ୍ଷ ଟଙ୍କା ଚର୍ଚ୍ଚ କରୁଛନ୍ତି। ବାବୁ ଙ୍କ ହମବାଡ଼ା ନୀତି ଯୋଗୁଁ ଲୋକେ ନା ନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜଳ ଛତ୍ର ନା ରେ ଯେଉଁ ବିଲ କରାଯିବ ତାହାର ଏକ ତଦନ୍ତ କରିଲେ ଏଠାରେ ଚାଲିଥିବା ଘୋଟାଲା ର ପର୍ଦଫାସ ହେବ ବୋଲି ବିରୋଧୀ ୱାର୍ଡ ମେମ୍ବେର ମାନେ ଅଭିଯୋଗ କରିଛନ୍ତି।

nis-ad
Leave A Reply

Your email address will not be published.