ଟାଟୁ କରିପାରିବେନି ପୋଲିସ କର୍ମଚାରୀ, ୧୫ ଦିନ ଭିତରେ ଲିଭାଇବାକୁ ନିର୍ଦ୍ଦେଶ

ଭୁବନେଶ୍ବର: ଏଣିକି ଦେହରେ ଆଉ ଟାଟୁ କରିପାରିବେନି ପୋଲିସ ଅଧିକାରୀ । ଟାଟୁକୁ ନେଇ ଆସିଲା ନୂଆ ଗାଇଡଲାଇନ । ଦେହ ମୁହଁ ଓ ହାତରେ ଟାଟୁ କରିପାରିବେନି ସୁରକ୍ଷାବାନିନୀ ଓ ପୋଲିସ କର୍ମଚାରୀ । ଯେଉଁମାନେ ଏହି ଟାଟୁ କରିଛନ୍ତି ୧୫ ଦିନ ଭିତରେ ଲିଭାଇବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ସୁରକ୍ଷା ବାହିନୀ ଓ କମିସନରେଟ ପୋଲିସକୁ ଏହି ନିର୍ଦ୍ଦେଶ ଦିଆଯାଇଛି ।

ଡିସିପି (ସିକ୍ୟୁରିଟି) କହିଛନ୍ତି ଯେ, ଶରୀରରେ ଟାଟୁ କରିବା ଦ୍ବାରା ଓଡ଼ିଶା ପୋଲିସର ସମ୍ମାନ ହାନି ହେଉଛି । ଯଦି ଟାଟୁ ଲିଭା ନଯାଏ ତେବେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଶୃଙ୍ଖଳିତ ବିଭାଗରେ ବିଶୃଙ୍ଖଳାଙ୍କୁ ପ୍ରଶୟ ଦିଆଯିବନାହିଁ । ଏଭଳି ନିର୍ଦ୍ଦେଶନାମା ଜାରି କରିଛି ସ୍ପେଶାଲ ସିକ୍ୟୁରିଟି ବାଟାଲିୟନ୍ ।

ଏହା ପୁର୍ବରୁ ଫିଟନେସକୁ ନେଇ ମଧ୍ୟ ନିୟମ ଜାରି କରିଥିଲା କମିଶନରେଟ ପୋଲିସ । ଫିଟ୍ ନ ରହିଲେ ଦରମା ବଢିବନି ଓ ଫିଟନେସ ରିର୍ପୋଟ ଦେବାକୁ କୁହାଯାଇଥିଲା । ନିୟମକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସୁଛି କମିଶନରେଟ ପୋଲିସ । ତେବେ ଏହା କେତେଦୂର କାର୍ଯ୍ୟକାରୀ ହେଉଛି ତାହା ସବୁଠୁ ବଡ ପ୍ରଶ୍ନବାଚୀ ।

nis-ad
Leave A Reply

Your email address will not be published.