ଭାଷା ଓ ଅସ୍ମିତା ର ସ୍ୱର ଗଞ୍ଜାମ ଭାଷା ସମ୍ମିଳନୀ ଆୟୋଜନ ଐତିହାସିକ ସ୍ମରଣୀୟ ହୋଇ ରହିବ…

ବ୍ରହ୍ମପୁର : ଐତିହାସିକ ସ୍ମାରକୀ ର ସ୍ୱାକ୍ଷର ବହନ କରୁଥିବା ଉତ୍କଳ ଆଶ୍ରମ ପରିସର ରେ “ଗଞ୍ଜାମ ଭାଷା ସମ୍ମିଳନୀ” ଭାଷା ଆନ୍ଦୋଳନ ବ୍ରହ୍ମପୁର, ସଭାପତି ଡାକ୍ତର ସାଗର ରଞ୍ଜନ ତ୍ରିପାଠୀ ଙ୍କ ସଭାପତିତ୍ବ ରେ ଆଜି ସନ୍ଧ୍ୟା ରେ ଅନୁଷ୍ଠିତ ହୋଇ ଯାଇଛି। ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟ ପୂର୍ବତନ କୁଳପତି ପ୍ରଫେସର ମନ୍ମଥ ପାଢ଼ୀ ଏହି କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରି କହିଥିଲେ ଯେ ଗଞ୍ଜାମ ଭାଷା ସମ୍ମିଳନୀ ଜାତୀୟ ଆନ୍ଦୋଳନ ର କଥା ଓ ଗାଥା କୁ ମନେ ପକାଇ ଆମ ମାଟିର ସଂସ୍କୃତି ଭାଷା ସାହିତ୍ୟ ସମୃଦ୍ଧ ଐତିହ୍ୟ ବିଭବ ସହ ପରିଚିତ କରିବା ସହ ଆମ ପାଇଁ ସଂକଳ୍ପର ଅବସର ସୃଷ୍ଟି କରିଛି। ପ୍ରଫେସର ପାଢ଼ୀ ନିଜ ବକ୍ତବ୍ୟ ରେ ଉତ୍କଳ ଆଶ୍ରମ କୁ ଐତିହାସିକ ସ୍ମାରକୀ ଭାବେ ଘୋଷଣା କରାଗଲେ ଆମ ବର ପୁତ୍ର ଙ୍କ ପ୍ରତି ଏହା ହିଁ ହେବ ବଡ ଶ୍ରଦ୍ଧାଞ୍ଜଳି ବୋଲି କହିଥିଲେ। ଭାଷା ଆନ୍ଦୋଳନ ଓଡ଼ିଶା ଆବାହକ ପବିତ୍ର ମହାରଥା ନିଜ ବକ୍ତବ୍ୟ ପ୍ରଦାନ କରି କହିଥିଲେ ଯେ ଓଡିଆ ଭାଷା ଆଇନ ଓ ଓଡିଆ ରେ ଓଡ଼ିଶାର ଶାସନ କାର୍ଯ୍ୟକାରି ଦାବିରେ ଭାଷା ଆନ୍ଦୋଳନ ଯେଉଁ ଯାତ୍ରା ଆରମ୍ଭ କରି ଥିଲା ତାହା ସଫଳ ହେବା ଏବଂ ସରକାର ଙ୍କ ଵିଚାର ରେ ଓଡିଆ ଭାଷା ଓ ଅସ୍ମିତା ଆଜି ପ୍ରସଙ୍ଗ ପଲଟି ଯିବା ଏହା ହିଁ ଭାଷା ଆନ୍ଦୋଳନ ବଡ ଉପଲବ୍ଧି ନିଶ୍ଚିତ ବୋଲି କହିଥିଲେ। ଗଞ୍ଜାମ ଜିଲ୍ଲା ରେ ଗଞ୍ଜାମ ଭାଷା ସମ୍ମିଳନୀ ଆୟୋଜନ ଏକ ଐତିହାସିକ ତଥା ସ୍ମରଣୀୟ ଅଧ୍ୟାୟ ହୋଇ ରହିବା ସହ ଆଜିର ଦିନ ରେ ଓଡ଼ିଆ ରେ ଓଡ଼ିଶା ଶାସନ କଥା ଲେଖିଲା ବେଳେ ଗଞ୍ଜାମ ର ଅବଦାନ ପାଇଁ ପ୍ରେରଣା ପୂର୍ଣ୍ଣ କାର୍ଯ୍ୟ କୁ ସ୍ମରଣ କରିବା ଆବଶ୍ୟକ ବୋଲି କହିଥିଲେ।ଆଲୋଚକ ତଥା ନିମନ୍ତ୍ରିତ ଅନ୍ୟତମ ବକ୍ତା ଉତ୍କଳ ସାମ୍ୱାଦିକ ସଙ୍ଘ ସଭାପତି ବିଭୂତି ଭୂଷଣ କର ଓଡ଼ିଆ ଭାଷା ଆନ୍ଦୋଳନ ର ଗଣ ଓ ଗଣ ମାଧ୍ୟମର ସ୍ୱର କେବଳ ନୁହଁ ବରଂ ଭାଷା ସସ୍ମିତା ସୁରକ୍ଷା ପାଇଁ ଗଣ ମାଧ୍ୟମର ଭୂମିକା ଶୀର୍ଷ ରେ ରହିଛି ରହିବ ବୋଲି କହିଥିଲେ।


ମୁଖ୍ୟ ବକ୍ତା ଅବସର ପ୍ରାପ୍ତ ଓଡିଆ ଭାଷା ସାହିତ୍ୟ ବିଭାଗୀୟ ମୁଖ୍ୟ ପ୍ରୋଫେସର ଡ ବିଦ୍ୟୁତ୍ ପ୍ରଭା ସାହୁ ଓଡ଼ିଆ ଭାଷା ଆନ୍ଦୋଳନ ଓ ଗଞ୍ଜାମ ଜିଲ୍ଲାର ଅବଦାନ ସମ୍ପର୍କ ରେ ଆଲୋଚନା କରି କହିଥିଲେ ଯେ ଗଞ୍ଜାମ ଜିଲ୍ଲା ଅନେକ ଗୁଣୀ ଜ୍ଞାନୀ ଭାଷା ପ୍ରେମୀ ଙ୍କ ଜନ୍ମ। ଶଶି ଭୂଷଣ ରଥ ବିଶ୍ୱନାଥ ଦାସ ନିରଞ୍ଜନ ପଟ୍ଟନାୟକ ଜଷ୍ଟସ୍ ଲିଙ୍ଗରାଜ ପାଣିଗ୍ରାହୀ ଙ୍କ ପରି ବ୍ୟକ୍ତି ବିଶେଷ ଆମ ମାଟିର ଗର୍ବ ଗୌରବ। ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଉପାସନା ମଣିଷ ଙ୍କ ଦ୍ଵାରା ଆମ ଜାତିର ଅସ୍ମିତା ସୁରକ୍ଷିତ ଏବଂ ଏହା ଆମ ପାଇଁ ଗର୍ବ ଗୌରବ ବିଷୟ ଯେ ଗୋଟିଏ ଜାତିର ପରିଚୟ ସୃଷ୍ଟି କରିବା ସହ ଆମ ଭାଷା ଆମ କୁ ଅନେକ ପ୍ରେରଣା ଦେଇ ଆସିଛି।ପ୍ରୋଫେସର ସାହୁ ଓଡ଼ିଆ ଭାଷାର ମର୍ଯ୍ୟାଦା କୁ ସମ୍ମାନ ଜଣାଇବା ପାଇଁ ଭାଷା ଆନ୍ଦୋଳନ ଅନେକ ସଂସ୍କାର ଆଣିବା ପାଇଁ କାର୍ଯ୍ଯ କରି ଉଚ୍ଚ ପ୍ରଶଂସିତ। ଉତ୍କଳ ଆଶ୍ରମ ପରିସର ର ସମାଗମ ପ୍ରମାଣିତ କରି ଦେଲା ଯେ ଗଞ୍ଜାମ ଭାଷା ସମ୍ମିଳନୀ ଆୟୋଜନ ଆଜିର ଦିନ ରେ ଆବଶ୍ୟକ ଏବଂ ଆମ ସମାଜ ଓ ସଂସ୍କୃତି ପ୍ରେମୀ ଭାଷା ପ୍ରେମୀ ଙ୍କ ଦ୍ଵାରା ସମୃଦ୍ଧ ବୋଲି କହିଥିଲେ। ବରିଷ୍ଠ ସାମ୍ବାଦିକ ପ୍ରକାଶ ପଟ୍ଟନାୟକ ଆଲୋଚକ ଭାବେ ଯୋଗ ଦେଇ ହରିହର ମର୍ଦ୍ଦରାଜ ଙ୍କ ଜୀବନୀ ଉପରେ ଆଲୋଚନା କରି କହିଥିଲେ ଯେ ଖଲ୍ଲିକୋଟ ରାଜ ପରିବାରର ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ରେ ଥିବା ଯୋଗଦାନ ଚିର ସ୍ମରଣୀୟ ହୋଇ ରହିଛି ଓ ରହିବ ବୋଲି କହିଥିଲେ। ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ମୁକ୍ତି ମଣ୍ଡପ ସଭ୍ୟ ଭାଷା ସଂସ୍କୃତି ଗବେଷକ ଏବଂ ଭାଷା ଆନ୍ଦୋଳନ ଉପ ସଭାପତି ସାରଦା ପ୍ରସାଦ ମହାପାତ୍ର ପ୍ରମୁଖ ଯୋଗ ଦେଇ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ପ୍ରେମୀ ଭାବେ ସ୍ଵାଭିମାନୀ ଓଡ଼ିଆ ଭାବେ ଆମ ର ଜାତୀୟ କର୍ତ୍ତବ୍ୟ ଓଡ଼ିଆ ଭାଷା ଓ ଉତ୍କଳ ଜନନୀ ର ସମ୍ମାନ ଆଜି ଗଞ୍ଜାମ ଜିଲ୍ଲାର ପବିତ୍ର ଗୃହ ଉତ୍କଳ ଆଶ୍ରମ ରେ ଯେଉଁ ଐତିହାସିକ କାର୍ଯ୍ୟକ୍ରମ ହୋଇଚି ଏହା ଏକ ସ୍ମରଣୀୟ ଅଧ୍ୟାୟ ହୋଇ ରହିବ ବୋଲି କହିଥିଲେ। ବ୍ରହ୍ମପୁର ଭାଷା ଆନ୍ଦୋଳନ ସଭାପତି ଡାକ୍ତର ସାଗର ରଞ୍ଜନ ତ୍ରିପାଠୀ ନିଜ ବାକ୍ତବ୍ୟ ରେ କହିଥିଲେ ଯେ ନିଜ ସ୍ୱାର୍ଥ ଠୁ ଜାତୀୟ ସ୍ୱାର୍ଥ ପାଇଁ ଆମେ ପ୍ରସ୍ତୁତ ହୋଇ ଏମିତି କିଛି କାର୍ଯ୍ୟ କରିବା ଯାହା ପାଇଁ ଈତିହାସ ମନେ ରଖିବ ବୋଲି କହିଥିଲେ। ଗଞ୍ଜାମ ଭାଷା ସମ୍ମିଳନୀ ଆୟୋଜନ ଏକ ବଡ଼ ଉପଲବ୍ଧି ନିଶ୍ଚିତ ବୋଲି ସେ ଭାଷା ସାହିତ୍ୟ ସଂସ୍କୃତି ବିଶେଷ ଙ୍କୁ ବକ୍ତବ୍ୟ ପ୍ରଦାନ କରି କହିଥିଲେ। ଡାକ୍ତର ସାଗର ରଞ୍ଜନ ତ୍ରିପାଠୀ ସେପ୍ଟେମ୍ବର ମାସ ୧୯ ତାରିଖ ଭାଷା ପ୍ରାଣ ପ୍ରତିଷ୍ଠା ଦିବସ ଭାବେ ପାଳନ କରିବା ପାଇଁ ଓଡ଼ିଆ ଭାଷା ଆନ୍ଦୋଳନ ଯତ୍ନଶୀଳ ହେବା ସହ ସରକାର ଙ୍କ ସହ କଥା ହେବା ପାଇଁ କହିଥିଲେ ଏଵଂ ଭାଷା ଆନ୍ଦୋଳନ ଓଡ଼ିଶା ଆବାହକ ପବିତ୍ର ମହା ରଥା ଖୁବ୍ ଶୀଘ୍ର ସରକାରଙ୍କ ନିକଟ ରେ ଆଲୋଚନ ପାଇଁ ଏ ବିଷୟ ରଖାଯିବ ବୋଲି କହିଥିଲେ। ଆଜି ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳ ରୁ ଆସିଥିବା ଭାଷା ଯୋଦ୍ଧା ଙ୍କୁ ସମ୍ମାନିତ କରାଯାଇଥିଲା। ହୃଷୀକେଶ ଦାସ ସ୍ଵର୍ଣ୍ଣମୟୀ ପାଢ଼ୀ ଏବଂ ସସ୍ମିତା ମିଶ୍ର ଭାଷା ଓ ଅସ୍ମିତା କବିତା ରଚନା କରି ପାଠ କରି ଥିଲେ।


ଉତ୍କଳ ଆଶ୍ରମ ପରିସର ରେ ବିଶିଷ୍ଟ ସାହିତ୍ୟିକ କବି କୃଷ୍ଣ ଚନ୍ଦ୍ର ତ୍ରିପାଠୀ ଡ କୁଳମଣି ଓଝା, ସୁଚନା ପାଢ଼ୀ ଅଞ୍ଜଳି ଦାସ, ଲକ୍ଷ୍ମୀ ନାରାୟଣ ପଣ୍ଡା ଡ ଶ୍ୟାମ ପ୍ରସାଦ ମିଶ୍ର ଡ ପ୍ରଫୁଲ୍ଲ କୁମାର ମହାନ୍ତି ହେମଙ୍ଗ ପ୍ରସାଦ ରାଉଳ ସୁକାନ୍ତ ପଟ୍ଟନାୟକ, ମାଧୁରୀ ଅଧିକାରୀ, ଲିଙ୍ଗରାଜ ନାହାକ, ମାନସ ରଂଜନ ତ୍ରିପାଠି, ଅଶ୍ଵିନୀ କୁମାର ମହାପାତ୍ର, ଅସିତ ପଣ୍ଡା ଦୀନବନ୍ଧୁ ଶ୍ରିପଲ୍ଲବ ଙ୍କ ସମେତ ଶତାଧିକ ଭାଷା ସାହିତ୍ୟ ସଂସ୍କୃତି ପ୍ରେମୀ ଯୋଗା ଦେଇଥିଲେ

nis-ad
Leave A Reply

Your email address will not be published.