ଆସିକା ରେ ବିଜେଡ଼ି ଗୋଷ୍ଟି କନ୍ଦଳ ଲେଖା ଛିଡ଼େଇଲେ ଦଳ ମୁଖିଆ……!

ପାଉଁଶ ତଳର ନିଆଁ ପରି ହେବନି ତ…!!


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ରାଜନୀତି ଘଡିକେ ଘୋଡା ଛୁଟୁଛି ବୋଲି ନିସର୍ତ୍ତ ଲେଖି ଆସୁଛି। ଗଞ୍ଜାମ ଜିଲ୍ଲାର ଆସିକା ବିଧାନସଭା ରେ ପୁଣି ମଞ୍ଜୁଳା ସ୍ୱାଇଁ ଙ୍କୁ ଶାସକ ଦଳ ରିପିଟ କରିବା ପରେ ତାଙ୍କର ବିପକ୍ଷ ଗୋଷ୍ଟି ଜଣେ ସ୍ୱାଧୀନ ପ୍ରାର୍ଥୀ କୁ ମଇଦାନ ରେ ଓହ୍ଲାଇ ବା ପାଇଁ ସଜ ବାଜ ହେଉଥିଲେ, ଏବଂ ପ୍ରବଳ ଚର୍ଚ୍ଚା ବି ହେଉଥିଲା ଏନେଇ ନିସର୍ତ୍ତ ରେ ଖବର ପ୍ରକାଶ ମଧ୍ୟ ହୋଇଥିଲା l କିନ୍ତୁ ଆଜି ଦଳ ମୁଖିଆ ପାଖରେ ଉଭୟ ଗୋଷ୍ଟି ର ଲେଖା ଛିଡ଼ିଛି। ଯାହାକି ବାଦ ବିବାବ ର ଅବସାନ ଘଟିଛି l ଦଳ ମୁଖିଆ ଙ୍କ ପାଖରେ ଲେଖା ଛିଡାଇ ଏବେ ଉଭୟ ଗୋଷ୍ଠୀ ଖୁସି l ବର୍ତ୍ତମାନ ଗଞ୍ଜାମ ଜିଲ୍ଲାର ଦ୍ୱିତୀୟ ନିର୍ବାଚନ ମଣ୍ଡଳୀ ଭାବେ ଗୋଷ୍ଟି କନ୍ଦଳ ଖଲ୍ଲିକୋଟ ବିଧାନସଭା ର ପାଳି ପଡିଛି। ଏହାର ଲେଖା କେବେ ଛିଡ଼ୁଛି ଦେଖିବାକୁ ବାକି ରହିଲା। ଏଥିରୁ ସ୍ପଷ୍ଟ ପ୍ରମାଣ ହୋଇଛି ବାଘ ର ଭୟ ବାଘକୁ ଫାଗର ଭୟ ଫାଗକୁ ବୋଲି ବିରୋଧି ଙ୍କୁ ଖୋରାକ ଯୋଗାଇଛି ବୋଲି ବିରୋଧୀ ଶିବିରରେ ଚର୍ଚ୍ଚା l କିନ୍ତୁ ଏହି ନିର୍ବାଚନ ଅତି ରୋଚକ ହେବା ସ୍ପଷ୍ଟ, କ୍ରସ ଭୋଟିଙ୍ଗ ହେବାର ସମ୍ଭାବନା ବି ଯଥେଷ୍ଟ ବୋଲି ସାଧାରଣ ଓ ବୁଦ୍ଧିଜୀବୀ ମହଲ ରେ ଚର୍ଚ୍ଚା l ନିର୍ବାଚନ ଯେତେ ପାଖେଇ ଆସୁଛି ସେତେପରିମାଣ ରେ ଉଷ୍ମତା ଦେଖିବାକୁ ମିଳୁଛି ସେହି ପରିପେକ୍ଷୀ ରେ ଦେଖିବାକୁ ଗଲେ ଗଞ୍ଜାମ ଜିଲ୍ଲାର ଆସିକା, ପୋଲସରା, ଗୋପାଳପୁର, ଖଲ୍ଲିକୋଟ ଏବଂ ଚିକିଟି ଅତି ସ୍ପର୍ଶିକାତର ନିର୍ବାଚନୀ କ୍ଷେତ୍ର ପୋଲିସ ପାଇଁ ଏହା ଚାଲେଞ୍ଜ ସୃଷ୍ଟି କରିବ l କାରଣ ସବୁଠି ରହିଛି ଗୋଷ୍ଠୀ ବିବାଦ ତେଣୁ ପାଉଁଶ ତଳର ନିଆଁ ପରି କିଛିବି ହୋଇପାରେ l

nis-ad
Leave A Reply

Your email address will not be published.