ପ୍ରଦୀପ ଙ୍କୁ ଟକ୍କର ଦେବାର ଏକ ମାତ୍ର ବିକଳ୍ପ ରମେଶ…!!

ଶାସକ ଦଳକୁ ଆଣିବାକୁ ଚାଲିଛି ପ୍ରୟାସ…..!


ବ୍ରହ୍ମପୁର: ୨୮-୩ ଗଞ୍ଜାମ ଜିଲ୍ଲାରେ ରାଜନୈତିକ ମାହୋଲ ସରଗରମ ହେବାରେ ଲାଗିଛି। ଗତ କାଲି ବିଜେଡ଼ି ତାର ଅଧିକାଂଶ ଲୋକସଭା ଓ ବିଧାନସଭା ରେ ପ୍ରାର୍ଥୀ ମାନଙ୍କ ନାମ ଘୋଷଣା କରିଛି। ହେଲେ ବ୍ରହ୍ମପୁରର ସାଂସଦ ଓ ବିଧାୟକ ଖଲ୍ଲିକୋଟ, ଆସିକା ଓ ସାନଖେମୁଣ୍ଡି ର ବିଧାୟକ ମାନଙ୍କ ନାମ ଘୋଷଣା ନକରି ବିଦ୍ରହ ଓ ପ୍ରଦୀପ ଙ୍କୁ ଟକ୍କର ଦେବା ଭଳି ନେତା ସନ୍ଧାନ ରେ ରହିଥିବା ଚର୍ଚ୍ଚା ହେଉଛି। ବିଜେପି ପ୍ରଦୀପ ପାଣିଗ୍ରାହୀଙ୍କୁ ଟିକେଟ ଦେବା ପରେ ଶାସକ ଦଳର ଅକଲ ଗୁଡ଼ୁମ ହୋଇଥିବା ଯୋଗୁଁ ରମେଶଙ୍କ ପଛରେ ପଡ଼ିଥିବା କୁ ନେଇ ଚର୍ଚ୍ଚା ହେଲାଣି। ବ୍ରହ୍ମପୁର ରେ ବିନା ରମେଶ ଙ୍କ ସହଯୋଗ ରେ ପ୍ରଦୀପ ଙ୍କୁ ନାକେଦମ କରିବାକୁ ଶାସକ ଦଳ ପାଖରେ ବିକଳ୍ପ ନାହିଁ ବୋଲି ରାଜନୈତିକ ମହଲ ରେ ଆଲୋଚନା ହେଉଛି। ଏଭଳି ପରିସ୍ଥିତି ରେ କଂଗ୍ରେସ ଦଳ ରମେଶ ଙ୍କୁ ଉପେକ୍ଷା କରିଥିବାର ଫାଇଦା ନେବାକୁ ବିଜେଡ଼ି ପ୍ରୟାସ କରୁଥିବା ଚର୍ଚ୍ଚା ହେଉଛି। ରମେଶ ଙ୍କୁ ସବୁ ପ୍ରକାର ପ୍ରଲୋଭନ ଦେଇ ଦଳରେ ସାମିଲ କରିବାକୁ କିଛି ବିଜେଡ଼ି ର ହେବିୱେଟ ନେତା ଚେଷ୍ଟା କରୁଥିବା ଯୋଗୁଁ ଏହି ସବୁ ଆସନରେ ନାମ ଘୋଷଣା ରେ ବିଳମ୍ବ ହେଉଥିବା ଚର୍ଚ୍ଚା ହେଉଛି। ପ୍ରଦୀପ ପାଣିଗ୍ରାହୀ ଙ୍କୁ ରମେଶ ଜେନା ହିଁ ଟକ୍କର ଦେବେ ସେଥିପାଇଁ ଶାସକ ଦଳର ପୁରା ସିଷ୍ଟମ ଓ ନେତା ରମେଶ କୁ ମନେଇବାକୁ ଲାଗିଥିବା ଆଲୋଚନା ହେଉଛି। ବ୍ରହ୍ମପୁର ଲେଖା ଛିଡ଼ିଲେ ଖଲ୍ଲିକୋଟ, ସାନ ଖେମୁଣ୍ଡି ଲେଖା ଛିଡି଼ବ ବୋଲି ଆଶାୟୀଙ୍କ ମଧ୍ୟରେ ଆଲୋଚନା ହେଉଛି। ଗଞ୍ଜାମ ଜିଲ୍ଲାର ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ଅଧିକ ଗୋଷ୍ଟି କନ୍ଦଳ ଲାଗିରହିଛି। ଏଭଳି ପରିସ୍ଥିତି ରେ ଆସିକା ର ସଂସଦୀୟ କ୍ଷେତ୍ରରେ ରେ ବିଜେଡ଼ି ସାଂସଦ ନାମ ଘୋଷଣା କରିଛି।ଆସିକା ବିଧାୟିକା ଗୋଷ୍ଟି ଓ ବିପକ୍ଷ ଗୋଷ୍ଟି ଭୁବନେଶ୍ୱର ରେ ଡେରା ପକେଇ ରହିଥିବା ଯୋଗୁଁ ଟିକେଟ ବଣ୍ଟନ ରେ ବିଳମ୍ବ ହେଉଥିବା ଆଲୋଚନା ହେଉଛି। ରମେଶ ଏହି ପ୍ରସ୍ତାବ କୁ ବୁଝିବେ ନା ନାହିଁ ତାହା ସମୟ କହିବ।

nis-ad
Leave A Reply

Your email address will not be published.