ଡାଟା ପ୍ୟାକରେ ହେଉଛି ଲୋକଙ୍କୁ ଠକେଇ …?

କିଛି ସମୟ ନେଟ ବ୍ୟବହାର ପରେ ନେଟୱାର୍କ ଫେଲ ସହ ଡାଟା ଖୋଲୁନି………
ବ୍ରହ୍ମପୁର : ଗତ କିଛି ମାସ ହେଲା ବିଭିନ୍ନ କମ୍ପାନୀ ମୋବାଇଲ ଡାଟା ରେ ଦର ବୃଦ୍ଧି କରିଛନ୍ତି। ଏବେ କିଛି ଦିନ ହେଲା ସ୍ୱଳ୍ପ ସମୟ ଡାଟା ବ୍ୟବହାର କରିଲେ ବି ଆପଣଙ୍କ ଡାଟା ପ୍ୟାକ ୫୦ ପ୍ରତିଶତ ସରିଗଲା ବୋଲି ମେସେଜ ଆସିଲା ପରେ ସମ୍ପୂର୍ଣ୍ଣ ସେବା ଠପ ହୋଇ ଯାଉଛି। ଆଜି କାଲି ଥିବା ଵାଲା ନଥିବା ଵାଲା ସମସ୍ତଙ୍କ ହାତରେ ମୋବଇଲ ରହୁଛି। ଏହାର ସୁଯୋଗ ନେଇ ବହୁ କମ୍ପାନୀ ମାନେ ବିଭିନ୍ନ ପ୍ରଲୋଭନ ଦେଖାଇ ଡାଟା ଜିବି ର ଆଶା ଦେଖାଇ ରିଚାର୍ଜ ପରେ ଲୋକଙ୍କୁ ଠାକୁଥିବା ଚର୍ଚ୍ଚା ହେଉଛି। ଯେତିକି ଜିବି ଡାଟା ଦେବା କଥା ସେତିକି ଡାଟା ପୂର୍ବରୁ ମେସେଜ ଆସିବା ଆରମ୍ଭ ହେଉଛି। ଏହାର ଶିକାର ଅଧିକାଂଶ କରି ସାଧାରଣ ଲୋକେ ହେଉଥିବା ଅଭିଯୋଗ ହେଉଛି। ପୂର୍ବରୁ ଏପରି ଶିକାର ଖାଉଟି କେବେ ଅନୁଭବ କରୁନଥିଲେ ବୋଲି କହୁଛନ୍ତି। ବଡ଼ ବଡ଼ କମ୍ପାନୀ ମାନେ ଫାଇବ-ଜି ନେଟ ୱାର୍କ ର ପ୍ରଲୋଭନ ଦେଖାଇ ମଧ୍ୟ ସେବା ନଦେଇ ଠକୁଥିବା ଚର୍ଚ୍ଚା ହେଉଛି। ଆଜିକାଲି ସବୁଠାରୁ ଅଧିକ କିଛି ନେଟୱାର୍କ କମ୍ପାନୀ ଲୋକଙ୍କ ଠାରୁ ଶୋଷଣ କରୁଥିଲେ ବି ସେମାନଙ୍କ ପ୍ରତି କାର୍ଯ୍ୟନୁଷ୍ଠାନ ହେଉନାହିଁ ବୋଲି ବିଭିନ୍ନ ମୋହଲ ରୁ ଅଭିଯୋଗ ହେଉଛି।

nis-ad
Leave A Reply

Your email address will not be published.