କବିତା ପାଠୋତ୍ସବ ଓ ଆଲୋଚନାଚକ୍ର ଅନୁଷ୍ଠିତ

ଫୁଲବାଣୀ : ଜିଲ୍ଲା ପ୍ରଶାସନ ଏବଂ କମଳା ପ୍ରକାଶନୀର ମିଳିତ ଆନୁକୂଲ୍ୟରେ ଫୁଲବାଣୀ କର୍ନେସ ପଡ଼ିଆରେ ପୁସ୍ତକ ମେଳା ଅନୁଷ୍ଠିତ ହେଉଛି | ପଞ୍ଚମ ସନ୍ଧ୍ୟାରେ ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଜିଲ୍ଲା ଲେଖକ ସାମ୍ମୁଖ୍ୟ ତରଫରୁ କବିତା ପାଠୋତ୍ସବ ଓ ସାଂପ୍ରତିକ ପରିସ୍ଥିତିରେ ସାହିତ୍ୟର ଆବଶ୍ୟକତା କେତେ ଆଲୋଚନା ହୋଇଥିଲା । ଲେଖକ ସାମ୍ମୁଖ୍ୟ ର ସଭାପତି ଶ୍ରୀ ରବୀନ୍ଦ୍ର ମିଶ୍ର ସଭାପତିତ୍ବ କରିଥିଲେ।ମୁଖ୍ୟ ଅତିଥି ତଥା ଆଲୋଚକ ଭାବେ ଟିକାବାଲି କଲେଜ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ଯୋଗଦେଇ ତାଙ୍କ ବକ୍ତବ୍ୟ ରଖିଥିଲେ ସାଂପ୍ରତିକ ଦୁନିଆରେ ସାହିତ୍ୟ ପ୍ରତି ଅନୁରାଗ ଓ ସୁରକ୍ଷା ଧୀରେ ଧୀରେ କମିଯାଉଛି ଯାହା ଫଳରେ ଆଗାମୀ ତିରିଶି ବର୍ଷ ବେଳକୁ ଓଡ଼ିଆ ଭାଷା ଓ ସାହିତ୍ୟର ମୃତ୍ୟୁ ହୋଇଯିବ ବୋଲି ସନ୍ଦେହ କରିଥିଲେ ।ସମ୍ମାନିତ ଭାବେ ଶ୍ରୀଯୁକ୍ତ ଅଶୋକ ମିଶ୍ର ,ଶ୍ରୀଯୁକ୍ତ ନବକିଶୋର ରଥ ଯୋଗଦେଇଥିଲେ । ଅନୁଷ୍ଠାନର ସମ୍ପାଦକ ଶ୍ରୀ ବନବିହାରୀ ନନ୍ଦ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ କବି କୈଳାଶ ଧଳ ମଞ୍ଚ ପରିଚାଳନା କରିଥିଲେ ।କବିତା ପାଠୋତ୍ସବ ର ସଂଯୋଜନା କରିଥିଲେ ଅଧ୍ୟାପିକା ଶ୍ରୀମତୀ ହରପ୍ରିୟା ମିଶ୍ର ଓ ପ୍ରଧ୍ୟାପିକା ଜ୍ୟୋତିର୍ମୟୀ କହଁର ଧନ୍ୟବାଦ୍ ଅର୍ପଣ କରିଥିଲେ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ପଣ୍ଡା । ପରିଶେଷରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l

nis-ad
Leave A Reply

Your email address will not be published.