କନ୍ଧମାଳ ଜିଲ୍ଲା ବାରିକସଂଘର ୩ୟ ବାର୍ଷିକ ଉତ୍ସବ ଓ କର୍ମକର୍ତ୍ତା ନିର୍ବାଚନ : ସଭାପତି ପ୍ରଶାନ୍ତ ବେହେରା ସମ୍ପାଦକ ଅରିତ ବେହେରା
ଫୁଲବାଣୀ : ନିଖିଳ ଉତ୍କଳ ବାରିକ ସମିତି କନ୍ଧମାଳ ଜିଲ୍ଲା ଶାଖା ର ୩ୟ ବାର୍ଷିକ ଉତ୍ସବ ଓ ନୁତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଂଘର ନୁତନ ସଭାପତି ଭାବେ ପ୍ରଶାନ୍ତ କୁମାର ବେହେରା ଓ ସାଧାରଣ ସମ୍ପାଦକ ଭାବେ ଅରିତ କୁମାର ବେହେରା ନିର୍ବାଚିତ ହୋଇଛନ୍ତି। ଆଜି ଫୁଲବାଣୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ଏହି ବୈଠକ ସଂଘର ଉପସଭାପତି ପ୍ରଶାନ୍ତ କୁମାର ଡାକୁଆ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମକୁ ସହସମ୍ପାଦକ ପଙ୍କଜ କୁମାର ବାରିକ ପରିଚାଳନା କରିଥିଲେ। ପ୍ରଥମେ ସଂଘର ପୁର୍ବତନ ସଭାପତି ସ୍ବର୍ଗତ ଭାଗବତ ବେହେରାଙ୍କ ଉଦ୍ଯେଶ୍ଯରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଏଥିସହିତ ସାଧାରଣ ସମ୍ପାଦକ ଶଙ୍କର ବେହେରା ଗୁରୁତ୍ତର ଭାବେ ଅସୁସ୍ଥ ଥିବା ଯୋଗୁଁ ତାଙ୍କର ଆସୁଆରୋଗ୍ଯ କାମନା କରାଯିବା ସହ ତାଙ୍କର ଏହି ପରିସ୍ଥିତିରେ କିପରି ସହାୟତା କରାଯାଇ ପାରିବ ସେ ବିଷୟରେ ଆଲୋଚନା ହୋଇଥିଲା। ପରେ ସମ୍ପାଦକୀୟ ବିବରଣୀ ପାଠ ପରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା।
ଏଥିରେ ସଂଘର ସଭାପତି ଭାବରେ ପ୍ରଶାନ୍ତ କୁମାର ବେହେରା ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ। ସାଧାରଣ ସମ୍ପାଦକ ଭାବେ ଅରିତ କୁମାର ବେହେରାଙ୍କୁ ଚୟନ କରାଯାଇଛି। ସେହିପରି ସଂଘର ଉପସଭାପତି ଭାବେ ଲବ ଡାକୁଆ, ସହ ସମ୍ପାଦକ ଭାବେ ଦିବାକର ଡାକୁଆ, କୋଷାଧ୍ୟକ୍ଷ ଭାବେ ପ୍ରଦୀପ କୁମାର ବେହେରା ଓ ସାଂଗଠନିକ ସମ୍ପାଦକ ଭାବେ ପଙ୍କଜ କୁମାର ବାରିକଙ୍କୁ ଚୟନ କରାଯାଇଛି। କାର୍ଯ୍ୟକାରୀ କମିଟି ସଦସ୍ୟ ଭାବେ କେଶବ ଡାକୁଆ,ବସନ୍ତ ଡାକୁଆ, ସୁମନ୍ତ ଡାକୁଆ, ଜୀତେନ୍ଦ୍ର ଡାକୁଆ, ନୀଳାଚଳ ବାରିକ, ବଶିଷ୍ଠ ବାରିକ,ସଞ୍ଜୟ ବେହେରା,ଅକ୍ଷୟ କୁମାର ବାରିକ, ଅମର ଡାକୁଆ,ଅନ୍ତର୍ଯ୍ୟାମୀ ବେହେରା ଓ ସୀମାଞ୍ଚଳ ଡାକୁଆଙ୍କୁ ଚୟନ କରାଯାଇଛି। ଉପଦେଷ୍ଟା ଭାବେ ପ୍ରଶାନ୍ତ କୁମାର ଡାକୁଆ,ବିଘ୍ନେଶ୍ୱର ବାରିକ,ଟୁକୁନା ବେହେରା ଏବଂ ଗୈରୀଶଙ୍କର ବେହେରାଙ୍କୁ ଦାୟିତ୍ଵ ଦିଆଯାଇଛି। ସଂଘର ଆଇନ ଉପଦେଷ୍ଟା ଭାବେ ମାନସ କୁମାର ଡାକୁଆଙ୍କୁ ଦାୟିତ୍ଵ ଦିଆଯାଇଛି। ସଂଘର ଉନ୍ନତି ପାଇଁ ସମସ୍ତ କର୍ମକର୍ତ୍ତାଙ୍କ ସହଯୋଗ କାମନା କରିବ ସହିତ ଏହି ଦାୟିତ୍ଵ ପ୍ରଦାନ ପାଇଁ ଧନ୍ୟବାଦ୍ ଦେଇଥିଲେ ସଭାପତି ପ୍ରଶାନ୍ତ କୁମାର ବେହେରା ।ଶେଷରେ ସାଙ୍ଗଠନିକ ପଙ୍କଜ କୁମାର ବାରିକ ଧନ୍ୟବାଦ୍ ଅର୍ପଣ କରିଥିଲେ।