କିଏ ପାଇବ ବିଜେଡି ଟିକଟ ପୋଲସରା ରୁ ଶ୍ରୀକାନ୍ତ ନା ଆରତୀ…?


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଏବେ ପୋଲସରା ବିଧାନସଭା ନିର୍ବାଚନ ମଣ୍ଡଳୀ ଚର୍ଚ୍ଚା ରେ ରହିଛି। ଶ୍ରୀକାନ୍ତ ଓ ସଂଯୁକ୍ତା ଙ୍କ ତିକ୍ତତା ର ଫାଇଦା ନେବାକୁ ସମାଜ ସେବୀରୁ ନେତ୍ରୀ ହେବାକୁ ସ୍ୱପ୍ନ ଦେଖୁଥିବା ଆରତୀଙ୍କ ନା ଏବେ ଚର୍ଚ୍ଚା ରେ ରହିଛି।କୁଆଡ଼େ ଭାବ ମୂର୍ତ୍ତ କ୍ଷୁର୍ଣ୍ଣ ହେବା ଯୋଗୁଁ ଶ୍ରୀକାନ୍ତ ବାବୁଙ୍କ ମନ୍ତ୍ରୀ ପଦ ଗଲା ବୋଲି ସେ ସମୟ ରେ ଚର୍ଚ୍ଚା ହୋଇଥିଲା। ଏବେ ପୁଣି ସଂଯୁକ୍ତା କଣ୍ଟା ହୋଇ ଠିଆ ହୋଇଥିବା ଯୋଗୁଁ ଟିକେଟ କଟି ବାର ଆଭାସ ମିଳୁଥିବା ଯୋଗୁଁ ପୋଲସରା ବିଧାନସଭା ନିର୍ବାଚନ ମଣ୍ଡଳୀ ଚର୍ଚ୍ଚା ରେ ରହିଛି। ଏଭଳି ଗୋଳିଆ ପାଣିରୁ ଫାଇଦା ନେବାକୁ ଦଳ ମୁଖିଆ ଓ ପାଣ୍ଡିଆନଙ୍କ ଫୋଟ ପୋଷ୍ଟ କରି ଲୋକଙ୍କ ନିକଟତର ହେବାକୁ ପ୍ରୟାସ ଆରମ୍ଭ ହୋଇଛି। ଆରତୀ ମେଡମ ପ୍ରଥମେ ସରପଞ୍ଚ ହେବା ପରେ ଆଉ ପଛକୁ ଦେଖି ନାହାନ୍ତି। ଜଣେ ସମାଜ ସେବୀ ଭାବେ ନିଜକୁ କହୁଥିଲେ ବି ଥରେ ବିଧାୟିକା ହେବାକୁ ଇଚ୍ଛା ଥିବା ଦେଖିବାକୁ ମିଳୁଛି।କାହା ଭଗ୍ୟରେ ଜୁଟୁଛି ବିଜେଡି ଟିକେଟ ଦେଖିବାକୁ ବାକି ରହିଲା।କିଛି ଦିନ ହେଲା ମ୍ୟାଡ଼ାମ ନିଜ ନିର୍ବାଚନ ମଣ୍ଡଳୀ ରେ ଗାଁ କୁ ଗାଁ, ଘରକୁ ଘର ବୁଲିବା ଫୋଟୋ ସାମାଜିକ ଗଣ ମାଧ୍ୟମରେ ଘୁରି ବୁଲୁଛି କୁଆଡେ ତାଙ୍କ ଟିକଟ ଫାଇନାଲ ହୋଇଯାଇଛି ବୋଲି ତାଙ୍କ ନିକଟତର ଲୋକଙ୍କ ଠାରୁ ଶୁଣିବାକୁ ମିଳୁଛି l ତଳ ଦିନେ ଖୋଦ ମ୍ୟାଡ଼ାମ ଗୋଟିଏ ଫୋଟୋ ସାମାଜିକ ଗଣ ମାଧ୍ୟମରେ ପୋଷ୍ଟ କରି ଚର୍ଚ୍ଚା ରେ ଅଛନ୍ତି l ତାଙ୍କ ପ୍ରତି ତୃତୀୟ ଶକ୍ତି ର କୁଆଡେ ଆଶ୍ରିବାଦ ରହିଛି ବୋଲି ଶୁଣିବାକୁ ମିଳୁଛି l ସୂଚନା ଥାଉକି ଯଦି ଶ୍ରୀକାନ୍ତ ସାହୁ ଙ୍କୁ ବିଜେଡି ଟିକଟ ନଦିଏ ତେବେ ଆରତୀ ଦେବୀ ଅଞ୍ଚଳ ର ଉପଯୁକ୍ତ ପାର୍ଥୀ ବୋଲି ବୁଦ୍ଧିଜୀବୀ ଓ ସାଧାରଣ ରେ ଚର୍ଚ୍ଚା ହେଉଛି l ଲୋକେ ବି ତାଙ୍କୁ ବହୁତ ଭଲ ପାଉଥିବା ଦେଖିବାକୁ ମିଳୁଛି l ସେ ଢୁଙ୍କାପଡା ସରପଞ୍ଚ ହେବା ଦିନ ଠାରୁ ଆଉ ପଛକୁ ଫେରି ନାହାନ୍ତି ସେ କେବଳ ଗଞ୍ଜାମ ନୁହଁ ସମଗ୍ର ବିଶ୍ୱ ରେ ଏକ ପରିଚୟ ସୃଷ୍ଟି କରିଛନ୍ତି ଆମେରିକା ର ହ୍ୱାଇଟ ହାଉସ କୁ ସେ ନିମନ୍ତ୍ରିତ ହୋଇ ଯାଇଥିଲେ ସର୍ବ କନିଷ୍ଠ ଉଚ୍ଚ ଶିକ୍ଷିତା ସରପଞ୍ଚ ଭାବରେ l ସେ ଜଣେ ସମାଜ ସେବୀ ଓ ଦରଦୀ ବ୍ୟକ୍ତି ଭାବରେ ସୁ ପରିଚିତ ତେଣୁ ଲୋକଙ୍କ ସେବା କରିବାରେ ସବୁବେଳେ ଆଗୁଆ ତେଣୁ ହୁଏତ ବିଜେଡି ଚିନ୍ତା କରିପାରେ ବୋଲି ଚର୍ଚ୍ଚା ହେଉଛି ପୁଣି ବିଜେଡି ସର୍ବଦା ନାରୀ କୁ ଅଗ୍ର ଅଧିକାର ଦେଇ ଆସିଛି ଶ୍ରୀକାନ୍ତ ଙ୍କ ଭାବ ମୂର୍ତ୍ତି କୁ ଦେଖିଲେ ଆରତୀ ଟିକଟ ପାଇବା ରେ ହକ ଦାର l ଦେଖାଯାଉ ଦଳ କଣ ଚିନ୍ତା କରୁଛି କାରଣ ଶ୍ରୀକାନ୍ତ ଙ୍କ ମଧ୍ୟ୍ୟ ପଲ୍ଲା ଭାରି ଯଦି ତାଙ୍କୁ ଟିକଟ ନମିଳେ ଅନେକ ବଡ ବଡ଼ିଆ ଙ୍କ ରାଜ ସେ ଖୋଲି ଦେଇ ପାରନ୍ତି ଯାହାକି ହାତୀଓଟ ରେ ଥିବା ଜରା ଆଶ୍ରମ ତାହାର ମୁକ ସାକ୍ଷୀ ହୋଇ ରହିଛି l ଦେଖା ଯାଉ ହାତୀ କାହା ମୁଣ୍ଡରେ ସୁନା କଳସୀ ଢାଳୁଛି ତାହା ସମୟ କହିବ l

nis-ad
Leave A Reply

Your email address will not be published.