ଦିଗପହଣ୍ଡି ଓ କନିସି ତହସିଲ ଅଞ୍ଚଳ ରେ ପଥର ମାଫିଆ ଙ୍କ ଆତଙ୍କ ରାଜ..!

ମାଳ ମାଳ ବେଆଇନ କ୍ରସର ଫେକ୍ଟ୍ରି, ତହସିଲଦାର ଭାଗିଦାର..!!

ଡିନାମାଇଟ ବିସ୍ପୋରଣ ରେ କମ୍ପୁଛି ଅଞ୍ଚଳ ଅଭିଯୋଗ କଲେ ମିଳୁଛି ଧମକ…


ବ୍ରହ୍ମପୁର: ୨୬-୩ ଗଞ୍ଜାମ ଜିଲ୍ଲାର କନିସି ଓ ଦିଗପହଣ୍ଡି ତହସିଲ ଅଞ୍ଚଳ ରେ ମାଳ ମାଳ ବେଆଇନ କ୍ରସର ୟୁନିଟ ଗଢ଼ିଉଠିଛି। ଏଠାରୁ ଗଞ୍ଜାମ ଜିଲ୍ଲା ସହିତ ରାଜ୍ୟ ବାହାରକୁ ଅବାଧ ରେ ପଥର ଚାଲାଣ ହେଉଛି। ଉଭୟ ତହସିଲର ଅଧିକାରୀଙ୍କ ଆଶୀର୍ବାଦ ଯୋଗୁଁ ପଥର ମାଫିଆ ଙ୍କ ଆତଙ୍କ ରାଜ ବଢିଥିବା ଚର୍ଚ୍ଚା ହେଉଛି। ପାହାଡ଼ ଫୁଟାଉଥିବା ଯୋଗୁଁ ଆଖପାଖ ଅଞ୍ଚଳ ରେ ଥିବା ଚାଷ ଜମିର ଉର୍ବରତା କମିଯାଉଛି।ଏହାର ସୁଯୋଗ ନେଇ ଜମି ମଫିଆ ମାନେ ଉକ୍ତ ଜମିକୁ ଶାଗମାଛ ଦରରେ କ୍ରୟ କରି ସେଠାରେ ପ୍ଳିଟିଙ୍ଗ କରିବା ଦେଖିବାକୁ ମିଳୁଛି, ଅଭିଯୋଗ କଲେ ମିଳୁଛି ଧମକ ବୋଲି ଅଭିଯୋଗ ହେଉଛି। ଦିନ ନାହିଁକି ରାତି ନାହିଁ ଅବାଧ ରେ ପାହାଡ଼ ଫୁଟାଉଥିବା ଯୋଗୁଁ ଲୋକଙ୍କ ଘର ଦ୍ୱାର ରେ ଫାଟ ହେଉଛି। ଏନେଇ ପ୍ରଶାସନ ନିକଟରେ ରୀତିମତ ଅଭିଯୋଗ କରିଲେ କୌଣସି ସୁଫଳ ମିଳୁନି ବୋଲି ଅଭିଯୋଗ ହେଉଛି। ଏହି ଦୁଇଟି ତହସିଲ ଅଞ୍ଚଳ ରେ ବିନା ଲିଜରେ ମାଳ ମାଳ କ୍ରସର ଥିଲେ ବି ଆଜି ସୁଦ୍ଧା ଏଠାରେ ପ୍ରଶାସନ ପକ୍ଷରୁ ଚଢ଼ାଉ ହୋଇ ନାହିଁ। ସରକାରୀ ନୀତିନିୟମ କୁ ଫୁ କରି ସ୍ଥାନୀୟ ତହସିଲଦାର ମାନଙ୍କୁ ଭାଗୁଆ ବନେଇ ସରକାରୀ ରାଜସ୍ବ ଦିନ ଦିପହର ରେ ଲୁଟିଚାଲିଛନ୍ତି ଜିଲ୍ଲା ପ୍ରଶାସନ ମଧ୍ୟ ସବୁ ଜାଣି ଚୁପ lଏହି ସବୁ ବେଆଇନ କ୍ରସର ରେ ଗରିବ ଶ୍ରେଣୀର ନାବାଳକ ମାନଙ୍କୁ ନିୟୋଜିତ କରା ଯାଉଛି ବୋଲି ବି ଅଭିଯୋଗ ହେଉଛି । ଅଘଟନ ଘଟିଲେ ନିରୀହ ନାବାଳକ ମାନଙ୍କ ଜୀବନ ଅକାଳ ରେ ଚାଲିଯାଉଥିବାର ନଜିର ରହିଛି। ଏପଟେ ପେଟର ଭୋକ ସେପଟେ ସ୍ୱଳ୍ପ ମୂଲ୍ୟଦେଇ ଅଧିକ ପରିଶ୍ରମ କରିବା ସହ ଜୀବନକୁ ବାଜି ଲଗାଇ କାର୍ଯ୍ୟ କରିବାକୁ ବାଧ୍ୟ ହେଉଛନ୍ତି। ଏହି ସବୁ ବେଆଇନ କ୍ରସର ଉପରେ ଶ୍ରମ ବିଭାଗ ଓ ଖୋଦ ଗଞ୍ଜାମ ଜିଲ୍ଲାପାଳ, ଓ ଆରକ୍ଷୀ ଅଧିକାରୀ ଅଚାନକ ଚଢ଼ାଉ କଲେ ବାବୁ ମାନଙ୍କ ସହ ମାଫିଆ ମାନଙ୍କ ଅସଲ ମୁଖା ଖୋଲିବ ବୋଲି ଦାବୀ ହେଉଛି। କ୍ରସର ଫେକ୍ଟ୍ରି ଖୋଲିବା ପାଇଁ ଯେଉଁ ସବୁ ନୀତି ନିୟମ ରହିଛି ତାହା କେବଳ କାଗଜ କଲମ ରେ ହିଁ ସୀମିତ କହିଲେ ଚଳେ l ସ୍ଥାନୀୟ ପୋଲିସ ପ୍ରଶାସନ ମଧ୍ୟ ନିରବ l ଅନେକ ଦିନ ତଳେ ତତ୍କାଳୀନ ଗୋଳନ୍ଥରା ପୋଲିସ ଅଧିକାରୀ ଆଲୋକ ଜେନା ଏହି ପଥର ମାଫିଆ ଙ୍କ ନିଦ ହଜାଇ ଦେଇଥିଲେ ଅନେକ ବେଆଇନ କ୍ରସର ଫେକ୍ଟ୍ରି କୁ ବନ୍ଦ କରି ଆଇନ ର ବାଟ ଦେଖାଇ ଥିଲେ କିନ୍ତୁ ବର୍ତ୍ତମାନ ସବୁ କିଛି ଫିକ୍ସଙ୍ଗ ହୋଇଗଲା, ଯାହାଫଳରେ ତହସିଲଦାର ନା ପୋଲିସ ପ୍ରଶାସନ ସବୁ ଆଖିରେ ଅନ୍ଧପୁଟଳି ବାନ୍ଧି ଚୁପ l ତେଣୁ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଆରକ୍ଷୀ ଅଧିକାରୀ ଏଥି ପ୍ରତି ଦୃଷ୍ଟି ଦେଲେ ସରକାର ଙ୍କ ରାଜସ୍ବ ସହିତ ନିରୀହ ଲୋକଙ୍କ ଜୀବନ ବଞ୍ଚି ପାରନ୍ତା ବୋଲି ବୁଦ୍ଧିଜୀବୀ ଓ ସାଧାରଣ ରେ ଦାବୀ ହେଉଛି l

nis-ad
Leave A Reply

Your email address will not be published.