ଆସୁଛି ଆଉ ଏକ ଲଘୁଚାପ, ୨୧ରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ, ଶୀତ ବଢିବାର ସମ୍ଭାବନା

ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ । ବଙ୍ଗୋପସାଗରରେ ଲଘୁଚାପ ନେଇ ପାଣିପାଗ ବିଭାଗର ପୂର୍ବାନୁମାନ । ୨୧ରେ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ଆସନ୍ତା ୨୩ ତାରିଖରେ ଏହା ଅଧିକ ଘନିଭୂତ ହୋଇ ଦକ୍ଷିଣ-ପଶ୍ଚିମ ବଙ୍ଗୋପ ସାଗରରେ ଲଘୁଚାପରେ ପରିଣତ ହେବ । ତେବେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଏହା ଆହୁରି ଘନିଭୂତ ହେବାର ସମ୍ଭାବନା ରହିଛି । ୨ ଦିନ ଭିତରେ ଏହା ଅବପାତରେ ପରିଣତ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଡିସେମ୍ବର ଓ ଜାନୁୟାରୀ ମାସରେ ଶୀତ ବଢିବାର ସମ୍ଭାବନା ରହିଛି । ତାପମାତ୍ରା ସ୍ଵାଭାବିକ ରହିଛି । ରାତି ତାପମାତ୍ରା ସ୍ଵାଭାବିକ ଠାରୁ ସାମାନ୍ୟ କମ୍ ରହିଛି ସେଥି ପାଇଁ ଶୀତ ଅନୁଭୂତ ହେଉଛି । ଏବେ ଯେଉଁ ଭଳି ଶୀତ ଅନୁଭୂତ ହେବା କଥା ତାହା ଆରମ୍ଭ ହୋଇଛି । ପାଞ୍ଚ ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ବିଶେଷ କିଛି ପରିବର୍ତନ ହେବାର ନାହିଁ ।  କିଛି କିଛି ସ୍ଥାନରେ କୁହୁଡି ଦେଖା ଯିବାର ଅଛି  । ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼,କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ ଓ ସମ୍ବଲପୁର ଜିଲ୍ଲାରେ କୁହୁଡି ଦେଖାଯିବ। ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ରେକର୍ଡ଼ କରାଯାଇଛି ।

nis-ad
Leave A Reply

Your email address will not be published.