ବିଦ୍ରୋହର ବାରୁଦ ଗଦା ରେ ଶାସକ ଦଳ…!

କେଉଁ ମୁହୂର୍ତ୍ତ ରେ ବିସ୍ଫୋରଣ ଘଟି ପାରେ …!


ବ୍ରହ୍ମପୁର: ୧୭-୩ ବର୍ତ୍ତମାନ ନିର୍ବାଚନ ବିଗୁଲ ବାଜି ସାରିଛି। ଶାସକ ଦଳ ଭିତରେ ଯେଉଁ ଭଳି ଭାବେ ଗୋଷ୍ଟି କନ୍ଦଳ ତୀବ୍ରତର ହୋଇଛି, ତାହାକୁ ଦେଖିଲେ ବାରୁଦ ଗଦା ରେ ଦଳ ବସିଛି ବୋଲି ଚର୍ଚ୍ଚା ହେଲାଣି। ମେଣ୍ଟ ଚର୍ଚ୍ଚା ହେବା ପରଠାରୁ ଉଭୟ ଦଳର ନେତା ମାନେ ଟିକେଟ ପାଇବାରୁ ବଞ୍ଚିତ ହେବାର ସୁରାକ ପାଇବା ପରେ ଲମ୍ପ ମାରିବାକୁ ଅପେକ୍ଷା କରିଛନ୍ତି। ଏଭଳି ପରିସ୍ଥିତି ରେ ଅଧିକ କ୍ଷତିଗ୍ରସ୍ତ ହେବ ଶାସକ ଦଳ ବୋଲି ଚର୍ଚ୍ଚା ହେଉଛି। ସୁବିଧା ଜନକ ସ୍ଥିତି ରେ ବିଜେପି ଥିବା ବେଳେ ଶାସକ ଦଳ ରେ ଅଧିକାଂଶ ଆସନ ରେ ଆଶାୟୀ ଙ୍କ ସଂଖ୍ୟା ସର୍ବାଧିକ ରହିଛି। ବିଜେଡ଼ି ଟିକେଟ ରୁ ବଞ୍ଚିତ ହେଲେ ମେଣ୍ଟ ନ ହେଲେ ବିଜେପି କୁ ଲାଭ ହେବ ବୋଲି ଚର୍ଚ୍ଚା ହେଲାଣି। ଏପଟେ ଯଦି ମେଣ୍ଟ ହେଲେ ଟିକେଟ ବଣ୍ଟନ ବେଳେ ଉଭୟ ବିଜେପି ବିଜେଡ଼ି ହରଡ଼ ଘଣା ରେ ପଡ଼ିବାର ସୁଯୋଗ କୁ କଂଗ୍ରେସ ଅପେକ୍ଷା କରିଛି ବୋଲି ରାଜ ନୈତିକ ମୋହଲ ରେ ଆଲୋଚନା ହେଉଛି। ଶାସକ ଦଳରେ ବର୍ତ୍ତମାନ ଅନ୍ୟ ରାଜନୈତିକ ଦଳର ବହୁ ନେତା ପୂର୍ବରୁ ଯୋଗ ଦେଇ ଥିବାର ନଜିର ରହିଛି। ଏଭଳି ପରିସ୍ଥିତି ରେ ଶାସକ ଦଳ ଭିତରେ ଟିକେଟ ବଣ୍ଟନ କୁ ନେଇ ବିସ୍ଫୋରଣ ହେବାର ସମ୍ଭାବନା ରହିଥିବା ଚର୍ଚ୍ଚା ହେଉଛି। କେବଳ ଟିକଟ ବଣ୍ଟନ କୁ ଅପେକ୍ଷା ଏହା ପରେ ବିଜେଡି ରେ ଥିବା ଗୋଷ୍ଠୀ କନ୍ଦଳ ହୁଏତ ବିଜେଡି ଦଳ କୁ ଦୋହଲାଇ ଦେଇ ପାରେ ବୋଲି ସମୀକ୍ଷକ ମାନେ ମତ ରଖିଲେଣି l ଏହା ସ୍ପଷ୍ଟ ହୋଇ ପଡିଛି ମେଣ୍ଟ ନହେଲେ ବି ମେଣ୍ଟ ହୋଇସାରିଛି କେବଳ ଦୁଇ ଦଳ ଜନତା ଙ୍କୁ ଜଳକା ବନାଇ ଚାଲିଛନ୍ତି ଏମାନଙ୍କ ଅଭିନୟ ନାଟକୁ ପାଉଡର ବେଶି କହିଲେ କିଛିବି ଭୁଲ ହେବ ନାହିଁ l ଟିକଟ ଉଭୟ ଦଳର ବଣ୍ଟନ ପରେ ସ୍ପଷ୍ଟ ଚିତ୍ର ପଦାକୁ ଆସିଯିବ ଜନତା ମଧ୍ୟ ଠିକ ବୁଝି ପାରିବେ ମେଣ୍ଟ ହୋଇଛି କି ନାହିଁ l ଏହାର ଫାଇଦା ଅପେକ୍ଷା ରେ ବର୍ତ୍ତମାନ କଂଗ୍ରେସ କେବଳ ବିସ୍ପୋରଣ କୁ ହିଁ ଅପେକ୍ଷା କରିଛି,ଏହା ହେବା ମଧ୍ୟ ସୁନିଶ୍ଚିତ l

nis-ad
Leave A Reply

Your email address will not be published.