ଜିଲ୍ଲା ପୋଲିସ ପ୍ରଶାସନ ତରଫରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

ମାଲକାନଗିରି ତା୧୭.୦୩.୨୦୨୪ ମାଲକାନଗିରି ଜିଲ୍ଲା ପୋଲିସ ପ୍ରଶାସନ ତରଫରୁ ପୋଲିସ କାର୍ଯ୍ୟାଳୟ ସଭା ଗୃହରେ ଏକ ମେଗା ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି l ଏହି ଶିବିରକୁ ମାଲକାନଗିରି ଜିଲ୍ଲା ପୋଲିସ ଅଧୀକ୍ଷକ ନୀତେଶ ୱାଧୱାନୀ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଉଦଘାଟନ କରିବା ସହିତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ l ସମ୍ମାନିତ ଅତିଥି ତପନ ନାରାୟଣ ରଥ, ଅତିରିକ୍ତ ପୋଲିସ ଅଧୀକ୍ଷକ ଉପସ୍ଥିତ ରହି ନିଜେ ରକ୍ତଦାନ କରିବା ସହିତ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି l ମୁଖ୍ୟ ବକ୍ତା ଜିଲ୍ଲା ଯୁବ ରେଡ଼କ୍ରସ ଆବାହକ ତଥା ସମ୍ପାଦକ ଡକ୍ଟର ରଞ୍ଜନ କୁମାର ସ୍ବାଇଁ ରକ୍ତଦାନର ଉପକାରିତା ଏବଂ ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚାଇବାକୁ ଉତ୍ସlହିତ କରିଛନ୍ତି l ଏହି କାର୍ଯ୍ୟକ୍ରମକୁ ପୋଲିସ ସଂରକ୍ଷିତ ଆରକ୍ଷୀ ନିରୀକ୍ଷକ ସତ୍ୟପ୍ରିୟ ବିଶ୍ୱାଳ ଆୟୋଜନ କରିଥିବାବେଳେ କୁମୁଦ ପ୍ରଧାନ, ଗୃହରକ୍ଷୀ ସଂରକ୍ଷିତ ଆରକ୍ଷୀ ନିରୀକ୍ଷକ, ଆଦର୍ଶ ଥାନା ଅଧିକାରୀ ରିଗାନ କିଣ୍ଡୋ, ହାବିଲଦାର ଏବଂ କନେଷ୍ଟବଳ ସଂଘ ସଭାପତି ପ୍ରଶାନ୍ତ କୁମାର ବେହେରା ଓ ସଂଘର ସମସ୍ତ କର୍ମକର୍ତ୍ତା ପ୍ରତ୍ୟକ୍ଷ ସହଯୋଗ କରି ସଫଳ କରିଥିଲେ l ଏହି କାର୍ଯ୍ୟକ୍ରମରେ ଉପ ପୋଲିସ ନିରୀକ୍ଷକ, ହାବିଲଦାର, କନେଷ୍ଟବଳ, ସ୍ବେଚ୍ଛାସେବୀ, ଅନ୍ୟାନ୍ୟ ସୁନାଗରିକ, ଡ୍ରାଇଭର ମହାସଂଘ, ଅନ୍ୟାନ୍ୟ ବୁଦ୍ଧିଜୀବୀ ଏବଂ ଟିମ ଉଇ କ୍ୟାନ ସହଯୋଗ କରିଥିଲେ l ରକ୍ତ ଭଣ୍ଡାର ଡକ୍ଟର ସାଗର ଵାଲା, ଏନ. ସୁବର୍ଣ୍ଣ,ସନ୍ତୋଷ କୁମାର ପତି, ସୁଜଲ ରାୟ, ସରୋଜ କୁମାର ପଣ୍ଡା, ଯୋଗେଶ୍ୱରୀ ମାଢି, ସଂଜୟ କୁମାର ସାଗର ଉପସ୍ଥିତ ରହି ରକ୍ତ ସଂଗ୍ରହ କରିବାରେ ସାହାଯ୍ୟ କରିଥିଲେ l
ପୋଲିସ ବିଭାଗର ଏହି କାର୍ଯ୍ୟକଳାପକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି l ଏହି ଅବସରରେ ୩୮ ଏବଂ ୩୯ ଥର ରକ୍ତଦାନ କରିଥିବାରୁ ନରେନ୍ଦ୍ର ମାଦ୍ରୀ ଏବଂ ଅନୁପ ସୁନାନୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି l ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଥିବାରୁ ପୋଲିସ ବିଭାଗ ତରଫରୁ ଏହିଭଳି ସ୍ବେଚ୍ଛାକୃତ ରକ୍ତଦାନ ଶିବିରର କରି ପ୍ରଶଂସା ସାଉଁଟିଛନ୍ତି l ଏହି ରକ୍ତଦାନ ଶିବିରରେ ୧୦୦ରୁ ଉର୍ଦ୍ଧ୍ୱ ରକ୍ତ ନମୁନା ସଂଗ୍ରହ କରାଯାଇଛି l

nis-ad
Leave A Reply

Your email address will not be published.