ଆସିକା ରେ ଆମ ଓଡିଶା ନବୀନ ଓଡିଶା ଫିକା ପଡିଲା…! କମୁଛି କି ସହରାଞ୍ଚଳରେ ନବୀନ କ୍ରେଜ…?

ଗୋଷ୍ଠୀ କନ୍ଦଳ ବାଟରୁ ଯାଇ ହାଟରେ ଗଡୁଛି…


ବ୍ରହ୍ମପୁର: ୧୩-୨ ବିଜୁ ଜନତା ଦଳ ପକ୍ଷରୁ ଧୁମ ଧାମ ରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ପାଳିତ ହେଉଛି। ଏହାର ବ୍ୟତିକ୍ରମ ଆସିକା ବିଜ୍ଞପିତ ଅଞ୍ଚଳ ପରିଷଦ ରେ ଦେଖିବାକୁ ମିଳିଛି। ଆସିକାରେ ଗ୍ରାମାଞ୍ଚଳ ରେ ନବୀନ କ୍ରେଜ ଦେଖିବାକୁ ମିଳୁଛି।ହେଲେ ସୋମବାର ଦିନ ଆସିକା ବିଜ୍ଞପିତ ଅଞ୍ଚଳ ପରିଷଦ ପକ୍ଷରୁ ଟାଉନହାଲ ଠାରେ ଆୟୋଜିତ କାର୍ଯ୍ୟକ୍ରମ ରେ କେବଳ ମଞ୍ଚରେ କିଛି ନେତା କର୍ମଚାରୀ ଙ୍କ ଦେଖା ମିଳିଥିଲା।ଏପଟେ କର୍ମୀଙ୍କ ପାଇଁ ପଡ଼ିଥିବା ଚୌକି ଖାଲି ରହିଥିବା ଦେଖିବାକୁ ମିଳିଥିଲା। ଆସିକା ବ୍ଲକ ର ଗ୍ରାମାଞ୍ଚଳ ରେ ଆମ ଓଡିଶା ନବୀନ ଓଡିଶା ପ୍ରଚାର ପ୍ରସାର ଯେତିକି ହେଉଛି। ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ପଛରେ ପଡିଯାଇଛି ବୋଲି ଚର୍ଚ୍ଚା ହେଲାଣି। କିଛି ଅମଲାତନ୍ତ୍ର ଓ ରାଜନେତା ଙ୍କମଧ୍ୟରେ ମତାନ୍ତର ମନାନ୍ତର ଥିବା ଯୋଗୁଁ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଫିକାପଡୁଛି ବୋଲି ଚର୍ଚ୍ଚା ହେଉଛି। ସରକାରୀ କର୍ମଚାରୀଙ୍କ ହାତରେ ଅର୍ଥର ଲଗାମ ଥିବା ଯୋଗୁଁ ନେତା ମାନେ ହତାଶ ଥିବା ଲକ୍ଷ କରାଯାଇଛି। ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ନିର୍ବାଚନ ପୂର୍ବରୁ ଜଣେ ଦକ୍ଷ ଅଧିକାରୀ ଙ୍କୁ ନିଯୁକ୍ତି ନ ହେଲେ ବିଜେଡ଼ି ପଛରେ ପଡ଼ିବ ବୋଲି ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ହୋଇଛି।

nis-ad
Leave A Reply

Your email address will not be published.