ଚତୁର୍ଦ୍ଦଶ ବନଜ୍ୟୋସ୍ନା ସାହିତ୍ୟ ସଂସଦ ପୁସ୍ତକ ମେଳା ଓ ସାଂସ୍କୃତିକ ଉତ୍ସବ ଉଦଘାଟିତ…

ଫୁଲବାଣୀ : ଜିଲ୍ଲା ତଥା ରାଜ୍ୟରେ ପ୍ରସିଦ୍ଧି ଲାଭ କରିଥିବା,ଫୁଲବାଣୀର ସାହିତ୍ୟ ଅନୁଷ୍ଠାନ ବନଜ୍ୟୋସ୍ନା ସାହିତ୍ୟ ସଂସଦର ଚତୁର୍ଦ୍ଧଶ ପୁସ୍ତକ ମେଳା ଫୁଲବାଣୀ ମାଷ୍ଟରପଡା ସ୍ଥିତ ବି ଟିମ୍ ପଡିଆରେ ଉଦଘାଟିତ ହୋଇଯାଇଛି। ଉଦ୍ଘାଟନୀ ଉତ୍ସବରେ ଉଦଘାଟିକା ଭାବେ କନ୍ଧମାଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ନନ୍ଦିନୀ ମଲ୍ଲିକ ଯୋଗ ଦେଇ ଦିର୍ଘ ୧୨ ଦିନ ଧରି ହେବାକୁ ଥିବା ଏହି ମେଳାକୁ ଉଦ୍ଘାଟନ କରିଥିଲେ। କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଫୁଲବାଣୀ ବିଧାୟକ ତଥା ବିଜେଡି ଜିଲ୍ଲା ସଭାପତି ଅଙ୍ଗଦ କହଁର ଯୋଗ ଦେଇ ପୁସ୍ତକ ଖଣ୍ଡିଏ ଜୀବନରେ ଦିଗ ବଦଳାଇ ଦେଇଥାଏ ବୋଲି କହିଥିଲେ l ସମ୍ମାନିତ ଅତିଥି ଭାବେ ଜିଲ୍ଲା ପ୍ରେସ କ୍ଲବ ସଭାପତି ସୁନୀଲ ପଟ୍ଟନାୟକ ଯୋଗଦେଇ କନ୍ଧମାଳ ଜିଲ୍ଲାର ସାହିତ୍ୟିକ ଓ ପାଠକ ସ୍ରୁଷ୍ଟି କରିବାରେ ଏହି ସଂଗଠନ ଏକ କାରଖାନା ସଦୃଶ୍ଯ ବୋଲି ବକ୍ତବ୍ଯ ରଖିଥିଲେ l
କାର୍ଯ୍ୟକ୍ରମର ଆରମ୍ଭରେ ଫୁଲବାଣୀ କୋମଲ ଗାନ୍ଧାର ସଂଙ୍ଗୀତ ଓ ସାଂସ୍କୃତିକ ଅନୁଷ୍ଠାନର କଳାକାର ମାନଙ୍କ ଦ୍ଵାରା ସ୍ବାଗତ ସଂଙ୍ଗୀତ ପରିବେଷଣ କରାଯାଇ ଥିଲା। ଅନୁଷ୍ଠାନର ସଭାପତି ପ୍ରଶାନ୍ତ କୁମାର ବେହେରା ପ୍ରାରମ୍ଭିକ ଅଭିଭାଷଣରେ ବନ ଜ୍ୟୋସ୍ନା ସାହିତ୍ୟ ସଂସଦ ଅନୁଷ୍ଠାନ ଦିର୍ଘ ୧୩ ବର୍ଷ ଧରି ନାନା ବାଧାବିଘ୍ନ ସତ୍ବେ ଏହାର ସକ୍ରୀୟ କର୍ମକର୍ତ୍ତା ମାନଙ୍କ ସହଯୋଗରେ ଏହି ମେଳା ର ଆୟୋଜନ କରି ଆସୁଛି। ସେହିଭଳି ଚଳିତ ବର୍ଷ ଚତୁର୍ଦ୍ଧଶ ପୁସ୍ତକ ମେଳାରେ ମଧ୍ୟ ଜିଲ୍ଲାର ବିଶିଷ୍ଟ ପ୍ରତିଭା ସମ୍ପନ୍ନ ବ୍ୟକ୍ତି ମାନଙ୍କୁ ସମାଜରେ ସେମାନଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ପୁରସ୍କୃତ କରାଯିବ। ଆମ ଅନୁଷ୍ଠାନ, ଫୁଲବାଣୀ ତଥା ସମଗ୍ର କନ୍ଧମାଳ ଜିଲ୍ଲାର ସର୍ବାଧିକ ଥର ରକ୍ତଦାନ କରିଥିବା ରକ୍ତଦାତା ଏବଂ ଭିନ୍ନକ୍ଷମ ଓ ମହିଳା ରକ୍ତଦାତା ମାନଙ୍କୁ ପ୍ରତି ବର୍ଷ ସମ୍ବର୍ଦ୍ଧିତ କରି ଆସୁଛି। ଏହା ଦ୍ବାରା ଅନ୍ୟ ଯୁବକ ଯୁବତୀ ମାନେ ମଧ୍ୟ ରକ୍ତଦାନ କରିବାକୁ ଆଗ୍ରହୀ ହେବେ। ସେହିପରି ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ କୁନିକୁନି ଛାତ୍ର ଛାତ୍ରୀ ମାନଙ୍କ ଠାରୁ କଲେଜରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଚିତ୍ରାଙ୍କନ,ପ୍ରବନ୍ଧ ଲିଖନ, ବକ୍ତୃତା,କ୍ବିଜ୍ ଏବଂଆଧୁନିକ ଗୀତ, ଭଜନ ଭଳି ବିଭିନ୍ନ ପ୍ରତିଯୋଗୀତା ମାନ କରାଯିବା ସହ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ ମଧ୍ୟ କରା ଯାଉଛି। ଏହା ସମେତ ମେଳାରେ ୩୫ ରୁ ଅଧିକ ପୁସ୍ତକ ପ୍ରକାଶନ ସଂସ୍ଥା ଓ ବିକ୍ରେତାଙ୍କ ଷ୍ଟଲ ଖୋଲାଯାଇଛି। ଏଥିରେ ପିଲାମାନଙ୍କ ପାଠ ପଢା ବହି ସମେତ ପ୍ରସାଶନିକ ସେବା, ଆଇନ ସମ୍ପର୍କିତ ବିଭିନ୍ନ ପ୍ରକାର ପୁସ୍ତକ ସମେତ ସମାଜରେ ସବୁ ବର୍ଗର ଲୋକଙ୍କ ପାଇଁ ଉପାୟ ପୁସ୍ତକ ଉପଲବ୍ଧ ହେବ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବରେ ଫୁଲବାଣୀର ବରିଷ୍ଠ ସାମ୍ବାଦିକ ଡ଼ଃ ଅରୁପ କୁମାର ଜେନା ତାଙ୍କ ବକ୍ତବ୍ୟରେ ବନଜ୍ୟୋତ୍ସ୍ନା ହେଉଛି ଇଶ୍ଵରଙ୍କ ସ୍ରୁଷ୍ଟିର ଏକ ସମ୍ପଦ ଯାହାକି ସମଗ୍ର କନ୍ଧମାଳର ପ୍ରକୃତିକୁ ନେଇ ଏହି ସଂଗଠନ କାବ୍ଯ କବିତା ଲେଖା ପୁସ୍ତକ ମାଧ୍ୟମରେ ସ୍ଥାନ ଦେଇ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଠା କରି ଆସୁଅଛି ଦିର୍ଘ ବର୍ଷ ହେଲା ବୋଲି ବକ୍ତବ୍ୟରେ କହି ଥିଲେ ।ଅନୁଷ୍ଠାନର ଉପଦେଷ୍ଟା କୌଶିକ ସାହୁ ସଭାରେ ଅଧ୍ୟକ୍ଷତା କରିଥିବା ବେଳେ ଅନୁଷ୍ଠାନ ର ମୁଖ୍ୟ ସମ୍ପାଦକ ଡଃ କାହ୍ନୁଚରଣ ଶତପଥୀ ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ ଅତିଥିମାନଙ୍କ ଦ୍ବାରା ଅନୁଷ୍ଠାନ ର ସ୍ମରଣୀକା ବନଜ୍ୟୋସ୍ନା ପୁସ୍ତକ ମେଳା ସଂଖ୍ୟା, ଓ କାହ୍ନୁଚରଣ ଶତପଥୀଙ୍କ ରଚିତ ପୁସ୍ତକ ନିଦ୍ରାହୀନ ରାତ୍ରି ଓ ତାରାବିହୀନ ଆକାଶ ଓ ବିପ୍ଲବର ମହାନାୟକ ନେତାଜୀ ସୁଭାଷ ଉନ୍ମୋଚନ ହୋଇଥିଲା। ପରେ ପରେ ଅତିଥି ମାନଙ୍କ ଦ୍ଵାରା ପୁର୍ବରୁ ଅୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତିତ୍ବ ଅର୍ଜନ କରିଥିବା ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା। ଶେଷରେ….. ଧନ୍ୟବାଦ ଅର୍ପଣ କରିଥିଲେ। ପରେ କୁନିକୁନି କଳାକାରଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।

nis-ad
Leave A Reply

Your email address will not be published.