ବ୍ଲକସ୍ତରୀୟ ‘ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ-୨୦୨୪’

ଦେବଗଡ଼ : ତିଲେଇବଣୀ ବ୍ଲକ କାର୍ଯ୍ୟାଳୟରେ ବ୍ଲକ ପ୍ରସାଶନ ତରଫରୁ ଶନିବାର ବ୍ଲକ ସ୍ତରୀୟ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ-୨୦୨୪ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଅତିଥି ବ୍ଲକ ଅଧ୍ୟକ୍ଷା ବୃନ୍ଦାବତୀଙ ଭୋଇ ଏବଂ ଉପାଧ୍ୟକ୍ଷ – ଆରତୀ ପ୍ରଧାନ ଅଧ୍ୟକ୍ଷତା କରିଥିଲେ । ସୁମନ୍ତ୍ର କୁମାର ସିଂ, ଜାଜ୍ଞସେନୀ ମହାନନ୍ଦ ମଞ୍ଚାସିନ ଥିଲେ । ଓଡ଼ିଆ ଭାଷାର ବିକାଶ ତଥା ବହୁଳ ପରିମାଣରେ ପଢ଼ିବା ଲେଖିବା ନିମନ୍ତେ ମୁଖ୍ୟ ବକ୍ତା ଶିକ୍ଷା ଵିତ୍ ଶ୍ରୀ ଯୁକ୍ତ ଚିତ୍ତରଞ୍ଜନ ଦାସ ଏବଂ ଶ୍ରୀଯୁକ୍ତ ଫକିର ମୋହନ ଦେହୁରୀ ଅଭିଭାଷଣ ରଖି ଉକ୍ତ ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ । ସେହି ସଭାରେ ମୁଖ୍ୟ ଆକର୍ଷଣ …ଥିଲା ବ୍ଲକ ସ୍ତରୀୟ ପୁସ୍ତକ ମେଳା । ଏହି ପୁସ୍ତକ ମେଳା କୁ ବ୍ଲକର ବରିଷ୍ଠ ରାଜସ୍ଵ ସହାୟକ ତଥା- ବରିଷ୍ଠ କବୟିତ୍ରୀ, ଶ୍ରୀମତୀ ଅଞ୍ଜନା ନାଏକ ଆୟୋଜିତ କରିଥିଲେ । ଏଥିରେ ଘରେ ଘରେ ପରିଚିତ ଓ ଆବଶ୍ୟକ ପୂଜାର୍ଚ୍ଚନା ,ଭଜନ,ଗଳ୍ପ କାବ୍ୟ ,ପୁସ୍ତକ ସହିତ କବୟିତ୍ରୀ ଅଞ୍ଜନା ନାଏକଙ୍କ ରଚିତ ୨ ଦୁଇ ଗୋଟି ପୁସ୍ତକ ଯଥା…ମୋ ଗାଁ ମାଟି ଏବଂ ଅପୂର୍ବ ପ୍ରଦର୍ଶିତ ହୋଇଥିଲା । ପ୍ରାୟ ୧୪୫ ଗୋଟି ପୁସ୍ତକ ବିକ୍ରି ହୋଇ ଥିଲା । ଏଥିରେ ବ୍ଲକର ବଡ଼ ବାବୁ ଗୀତାଞ୍ଜଳି ନାଏକଙ୍କ ସହିତ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ

nis-ad
Leave A Reply

Your email address will not be published.