ତୋହରା ପଞ୍ଚାୟତରେ ମହାସମାରୋହରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ

ଉମରକୋଟ : ସମସ୍ତ ଅଞ୍ଚଳରେ ଆଜି ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟଦେଇ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି | ଓଡ଼ିଶା ସରକାର ସମସ୍ତ କାର୍ଯାଳୟ ମାନଙ୍କୁ ୩ରୁ ୫ତାରିଖ ପର୍ଯ୍ୟନ୍ତ ଏହି କାର୍ଯକ୍ରମ କରିବା ପାଇଁ ନିର୍ଦେଶ ଦେଇଛନ୍ତି | ସୂଚନା ପ୍ରକାରେ ଆଜିର ଏହି ପ୍ରଥମ ଦିବସରେ ଉମରକୋଟ ବ୍ଲକ ଅନ୍ତର ଗତ ତୋହରା ପଞ୍ଚଯାତର କର୍ମ କର୍ତ୍ତାମାନେ ଅଞ୍ଚଳର ସମସ୍ତ ୱାର୍ଡ ମେମ୍ବର, ସମିତି ମେମ୍ବର, ଅଙ୍ଗନୱାଡକର୍ମୀ, ଆଶାକର୍ମୀ, ସ୍ୱୟଂ ସହାୟକ ଗୋଷ୍ଠି, ଏବଂ ତୋହରା ସ୍କୁଲର ଛାତ୍ର, ଛାତ୍ରୀ ମାନଙ୍କୁ ନେଇଁ ବିଶାଳ ସମାରହରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଅଛି, ଏଥିରେ ଅଙ୍ଗନୱାଡି କର୍ମୀ ମାନେ ଓଡ଼ିଆ ଭାଷା ଉପରେ ଆଲୋଚନା କରିବା ସହ ଗୀତ ମାଧ୍ୟମରେ ସମସ୍ତଙ୍କୁ ମନ ମୁଗ୍ଧ କରିଥିଲେ, ସ୍କୁଲର ଛାତ୍ର, ଛାତ୍ରୀ ମାନେ ଗୀତ, କବିତା, ଓ ଚିତ୍ର ପ୍ରତିଯୋଗିତାରେ ଅଂଶ ଗ୍ରହନ କରିଥିଲେ | ଏହି ପ୍ରୋଗ୍ରାମରେ ଉପସ୍ଥିତ ଜନତା ମୁଗ୍ଧ ହେବା ସହ ଆମର ଭାଷା ଓ ସାହିତ୍ୟ ଯେପରି ଅଖୁର୍ଣ ରହେ, ଏବଂ ଆହୁରି ଉନ୍ନତି ହେବ ତାହାର ପ୍ରତି ସଜାଗ ରହିବାକୁ ପରିବ ବୋଲି କହିଲେ, ଶେଷରେ ସମସ୍ତ ପ୍ରତିଯୋଗୀ ମାନଙ୍କୁ ଉପହାର ଦିଆଯିବା ସହ ଜଳଖିଆ ଦିଆହେଲା, ଉପସ୍ଥିତ ସମସ୍ତ ଜନତାଙ୍କୁ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମ ସମାପନ କରାଗଲା |

nis-ad
Leave A Reply

Your email address will not be published.