ବହୁ ଚର୍ଚ୍ଚିତ ହାତୀବେନା ଡିଏନକେ ଗ୍ରାମର ଗୋଷ୍ଠି କନ୍ଦଳର ହୋଇଛି ସମାଧାନ…

ଅଞ୍ଚଳ ରେ ଫେରିଲା ଶାନ୍ତି…

ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକର ଗଞ୍ଜାପାରା ପଞ୍ଚାୟତ ଅନ୍ତର୍ଗତ ବିଗତ ଆନୁମାନିକ ଏକ ବର୍ଷ ଉପରେ ହେବ ସେଟଲର ଓ ଅନସେଟଲର ଭିତରେ ସରକାରୀ ଉନ୍ନୟନ ମୂଳକ ଜମି ଜମାକୁ ନେଇ ଯୋଉଁ ଗୋଷ୍ଠୀ କନ୍ଦଳ ହୋଇ ଉଭୟ ପକ୍ଷ ଜେଲ ହାଜତରେ ଥିଲେ,ହେଲେ ବି ସେମାନଙ୍କର ଗୋଷ୍ଟୀ କନ୍ଦଲର ପରିସମାପ୍ତି ହେଉ ନ ଥିଲା। ଦିନକୁ ଦିନ ଏହି ଗୋଷ୍ଠୀ କନ୍ଦଳ ଜୋର ଧରିବାକୁ ବସିଥିଲେ।ହାତୀବେନାର ଏହି ପରି ଗୋଷ୍ଟୀ କନ୍ଦଲକୁ ନିଖିଳ ଭାରତ ସମନ୍ୟାୟ ବଙ୍ଗାଳି କମିଟି ଓ ପ୍ରଶାସନ ହାତୀବେନା ଡିଏନକେ ଗ୍ରାମରେ ଯାଇ ଶାନ୍ତି କମିଟି ମାଧ୍ୟମରେ ଉଭୟ ସେଟଲର ଓ ଅନସେଟଲର ପରିବାରକୁ ବୁଝାଇବା ପରେ ଏହି ଦୁଇ ପକ୍ଷ ବୁଝିଥିଲେ ଓ ଦୁଇ ପକ୍ଷ ଉଭୟ ଉଭୟଙ୍କ ସହ ହାତକୁ ହାତ, କାନ୍ଧରେ କାନ୍ଧ ମିଳାଇ ପ୍ରଶାସନ ଓ ନିଖିଳ ଭାରତ ସମନ୍ୟାୟ ବଙ୍ଗାଳି କମିଟି ଆଗରେ ମିଳିମିଶି ଚଳିବି କହି ସଂକଳ୍ପ ନେଲେ ଏବଂ ଭବିଷ୍ୟତରେ ଯେ ପରି ଏହାର ପୁଣରାବୃତ୍ତି ନ ହୁଏ ସେ ଦିଗରେ ଦୃଷ୍ଟି ରଖି ଉଭୟ ପକ୍ଷ ଚଳିବା ପାଇଁ ପ୍ରତିଶୃତି ଦେଇଛନ୍ତି । ଆଜିର ଏହି ସଭା ପରେ

ହାତୀବେନା ଡିଏନକେ ଗ୍ରାମର ଗୋଷ୍ଠୀ କନ୍ଦଳର ପରିସମାପ୍ତି ପାଇଁ ନବରଙ୍ଗପୁର ଜ଼ିଲ୍ଲା ନିଖିଳ ଭାରତ ସମନ୍ୟାୟ କମିଟିର ସଭାପତି ବରିଷ୍ଟ ଆଇନ ଜୀବି ଶ୍ରୀ ତପନ ଦେବନାଥ, ତପନ ପାଳ, ଏସଡିପିଓ ଉମରକୋଟ ମଧୁସ୍ନିଗ୍ଧା ମିଶ୍ର, ରାଇଘର ମାନନିୟା ତହସିଲଦାର ରିତୁ ସିଂ,ରାଇଘର ମାନନୀୟ ଗୋଷ୍ଟୀ ଉନ୍ନୟନ ଅଧିକାରୀ ଶ୍ରୀ ଲକ୍ଷ୍ମୀସାଗର ମାଝୀ,ରାଇଘର ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ରଘୁନାଥ ମାଝୀ,ଏମଏଲଏ କାର୍ଯ୍ୟକର୍ତ୍ତା ଶ୍ରୀ ଶିବନାଥ ବାନାର୍ଜୀ, ଆଡ଼ଭୋକେଟ ଶ୍ରୀ କମଳ ବାଛାଡ଼,ଆଡ଼ଭୋକେଟ ଶ୍ରୀ ପରିମଳ ମଣ୍ଡଳ, ଆଡ଼ଭୋକେଟ ଶ୍ରୀ କମଳ ଗାଇନ, ରାଇଘର ଆର ଆଇ, ଓ ରାଇଘର ଅଞ୍ଚଳର ୩୩ ଟି ଗ୍ରାମ ସହିତ ଉମରକୋଟ ଗ୍ରାମର ବିଭିନ୍ନ ଗ୍ରାମର ବିଶେଷ ବିଶେଷ ଭଦ୍ର ବ୍ୟକ୍ତି ଓ ସଭାପତି ମାନେ ସମସ୍ତେ ଏହି ଗୋଷ୍ଟୀ କନ୍ଦଲର ମିମାଂସା କରି ଏକ ସୁସ୍ଥ ବାତାବରନ ହାତୀବେନା ଡିଏନକେ ଗ୍ରାମରେ ପ୍ରଦାନ କଲେ।ହାତୀବେନା ଗ୍ରାମର ଗୋଷ୍ଟୀ କନ୍ଦଲର ପରିସମାପ୍ତି ହେବାରୁ ରାଇଘର ଓ ଉମରକୋଟର ଗ୍ରାମବାସୀ ମାନେ ପ୍ରଶାସନ ଓ ନିଖିଳ ଭାରତ ସମନ୍ୟାୟ କମିଟିକୁ ଭୁରି ଭୁରି ପ୍ରସଂସା କରିବା ସହିତ ସାଧୁବାଦ ଜଣାଇଛନ୍ତି। ବିଶେଷ କରି ପ୍ରଶାସନ ଉପରେ ସମସ୍ତେ ଅଧିକରୁ ଅଧିକ ସାଧୁବାଦ ଜ୍ଞାପନ କରିବା ସହିତ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି। ଆଡ଼ଭୋକେଟ ଶ୍ରୀ କମଳ ବାଛାଡ଼ ଆଜିର ମଞ୍ଚ ସୁସ୍ଥ ଓ ସୁନ୍ଦର ଭାବରେ ପରିଚାଳନା କରି ଅନ୍ତିମରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ଥିଲେ ।

nis-ad
Leave A Reply

Your email address will not be published.