କର୍ମବୀର ବୃନ୍ଦାବନ ବାବୁଙ୍କ ୪୦ ତମ ଶ୍ରାଦ୍ଧବାର୍ଷିକ ପାଳିତ

ବ୍ରହ୍ମପୁର : କର୍ମବୀର ବୃନ୍ଦାବନ ବାବୁଙ୍କ ୪୦ ତମ ଶ୍ରାଦ୍ଧବାର୍ଷିକ ଉତ୍ସବ ଶୁକ୍ରବାର ଦିନ ମହାସମାରୋହରେ ପାଳିତ ହୋଇଯାଇଛି l ପୂର୍ବାହ୍ନରେ ବହୁ ବ୍ୟକ୍ତି ଶ୍ରୀ ଶ୍ରୀ ନୀଳକଣ୍ଠ ପୁଷ୍କରଣୀ ରେ ତିଳ ତର୍ପଣ କରିବା ପରେ ପରେ କମାପଲ୍ଲୀ ଛକସ୍ଥିତ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ l ମଧ୍ୟାହ୍ନ ରେ ଗୀତା ଭବନ ପରିସରରେ ରାମଧୁନ ଭଜନ ପରିବେଷଣ ସହ ପ୍ରସାଦ ବ୍ୟବସ୍ଥା କରାଯାଇଥିଲା l ଅଭିଭକ୍ତ ଗଞ୍ଜାମ ଜିଲ୍ଲା ସମେତ ଓଡ଼ିଶାର ରାସ୍ତା ଘାଟ, ପାନୀୟ ଜଳ, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ବୃନ୍ଦାବନ ବାବୁଙ୍କ ଉଲେଖନୀୟ ଅବଦାନ ରହିଛି l ଯଥାର୍ଥ ରେ ସେଥିଲେ କର୍ମବୀର, ଲୋକଙ୍କ ସେବା କରିବା ତାଙ୍କ ଜୀବନର ମୂଳମନ୍ତ୍ର ଥିଲା l ଓଡ଼ିଶା ରାଜନୀତିରେ ଏବଂ ଓଡିଶା ଶାସନ ରେ ତାଙ୍କର ପ୍ରଭାବଶାଳୀ ଭୂମିକା ସ୍ମରଣୀୟ ରହିବ ବୋଲି ବିଶିଷ୍ଟ ବ୍ୟକ୍ତି ମାନେ ମତ ପ୍ରକାଶ କରିଛନ୍ତି ବୃନ୍ଦାବନ ନାୟକ ସ୍ମୃତି କମିଟି ପକ୍ଷରୁ ଆୟୋଜିତ ଏହି ଶ୍ରାଦ୍ଧ ଉତ୍ସବ ରେ ପୂର୍ବତନ ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ ଚନ୍ଦ୍ର ଶେଖର ସାହୁ, ପୂର୍ବତନ ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବିକ୍ରମ ପଣ୍ଡା, ମେୟର ସଂଘମିତ୍ରା ଦଳାଇ, ଶ୍ରୀ ସୁବାଷ୍ ମହାରଣା, ବହୁ କର୍ପୋରେଟର, ଡ଼ାକ୍ତର, ଓକିଲ,ବୁଦ୍ଧିଜୀବୀ, ପ୍ରମୁଖ ଯୋଗ ଦେଇଥିଲେ। ଏସ୍ ଏମ୍ ଆଇ ଟି ସଭାପତି ଡ. ଭଗବାନ ଗନ୍ତାୟତ, ସମ୍ପାଦକ ଜାମୁଲା ଶଙ୍କର ନାରାୟଣ, ଦୈନିକଆଶା ସମ୍ପାଦକ ପ୍ରମୋଦ କୁମାର ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ l ବିଶିଷ୍ଟ ବ୍ୟକ୍ତି ମାନେ ଭଜନ ପରିବେଷଣ କରିଥିଲେ ଶେଷରେ କର୍ପୋରେଟର ସୋନାଲି ଗନ୍ତାୟତ ଧନ୍ୟବାଦ ଅର୍ପଣ କରିଥିଲେ l

nis-ad
Leave A Reply

Your email address will not be published.