ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦଠାରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ

ମାଲକାନଗିରି : ବାଲିମେଳା ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦର ତତ୍ତ୍ଵାବଧାନରେ ଏବଂ ସମସ୍ତ କାଉନସିଲର ଙ୍କ ଉପସ୍ଥିତିରେ ସ୍ଥାନୀୟ ଟାଉନ୍ ହଲ ପ୍ରାଙ୍ଗଣରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ୨୦୨୩ ର ପ୍ରଥମ ପର୍ଯ୍ୟାୟ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏହି ଶିବିରରେ କୋରୁକୋଣ୍ଡ ବ୍ଲକ ଅନ୍ତର୍ଗତ ନିଲକାମ୍ବେରୁ, ନାକାମାମୁଡ଼ି, ଚିତାପାରି ଗ୍ରାମପଞ୍ଚାୟତ ଏବଂ ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୩୭୪ ରୁ ଉର୍ଦ୍ଧ ଦିବ୍ୟାଙ୍ଗ ଯୋଗଦାନ କରିଥିଲେ । ଏହି ଶିବିରରେ ଚକ୍ଷୁ ବିଭାଗର ଡ. ଅଶୋକ କୁମାର ଖମାରୀ,ଅସ୍ଥିଶଲ୍ୟ ବିଭାଗର ଡ. ସପନ କୁମାର, ମାନସିକ ଅନଗ୍ରସର ବିଭାଗର ଡ. ଏମ୍. ଏନ୍. ଏ ହୁସେନ, ମୁକ ଓ ବଧିର ବିଭାଗର ଡ. ଅରବିନ୍ଦ ଦାସ ଏବଂ ଔଷଧ ବିଶେଷଜ୍ଞ ଡ.ବାସନ୍ତୀ ହାଁସଦା ଉପସ୍ଥିତ ରହି ଭିନ୍ନକ୍ଷମ ମାନଙ୍କୁ ଯାଞ୍ଚ କରିଥିଲେ ଏବଂ ଅସ୍ଥିଶଲ୍ୟ ବିଭାଗରୁ ୧୬୪ ଜଣ, ଚକ୍ଷୁ ବିଭାଗରୁ ୨୩ ଜଣ ମୁକ ଓ ବଧିର ବିଭାଗରୁ ୨୫ଜଣ, ମାନସିକ ଅନଗ୍ରସର ବିଭାଗରୁ ୧୧ଜଣ ଓ ସିକଲ ସେଲ୍ ରୁ ୩୯ଜଣ ଭିନ୍ନକ୍ଷମ ପ୍ରମାଣ ପତ୍ର ଓ ଅନ୍ୟାନ୍ୟ ସାମାଜିକ ସହାୟତା ଯୋଜନା ତଥା ଭିନ୍ନକ୍ଷମ ଭତ୍ତା ନିମନ୍ତେ ୯ ଗୋଟି ସହାୟକ ଉପକରଣ ନିମନ୍ତେ ୮ ଜଣ ଏବଂ ବସ ପାସ୍ ନିମନ୍ତେ ୪୧ ଜଣ ଆବେଦନ କରିଥିଲେ । ଉକ୍ତ ଶିବିରରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ନିର୍ମଳ ଧାରୁଆ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତି ସସ୍ମିତା ସ୍ୱାଇଁ ଏବଂ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ରାଜୀବ ପୂଜାରୀ କାର୍ଯ୍ୟକ୍ରମକୁ ତଦାରଖ କରିଥିଲେ ।ଏହି ଶିବିରକୁ ଶ୍ରୀମତି ଏମ୍ ସ୍ବରାଜ ଲକ୍ଷ୍ମୀ ଏବଂ ସୁକାନ୍ତ କୁମାର ସାହୁ ପରିଚାଳନା କରିଥିବା ବେଳେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଶଶାଙ୍କ ସୌମ୍ୟ ରଂଜନ, ଅମର ମାଡକାମି, ରାଜେଶ ଗୌଡ଼, ରାଜେଶ ଭୌମିକ୍, ଶଶି ଭୂଷଣ ମହାନ୍ତି, ସୁଧାଂଶୁ ପାଙ୍ଗି ,ସମସ୍ତ ଅଙ୍ଗନୱାଡ଼ି କର୍ମୀ ଏବଂ ଏନ୍ ଏ ସି ର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।

nis-ad
Leave A Reply

Your email address will not be published.