ଜିଲ୍ଲାପାଳଙ୍କ ଥିମ ପାର୍କ, ପାରିଜାତ ପାର୍କ ଏବଂ ସମଲେଶ୍ୱରୀ ମନ୍ଦିର ପରିଦର୍ଶନ

ସୁନ୍ଦରଗଡ (୩୦/୧୧) : ଆଜି ସୁନ୍ଦରଗଡର ଜିଲ୍ଲାପାଳ ଡ଼ା. ପରାଗ ହର୍ଷଦ ଗାଭାଲୀ ଆଜି ମହେଶଡିହିରେ ଥିବା ଥିମ ପାର୍କ ଏବଂ ସହର ଉପକଣ୍ଠରେ ଥିବା ପାରିଜାତ ପାର୍କ ସହ ସମଲେଶ୍ୱରୀ ମନ୍ଦିର ପରିଦର୍ଶନରେ ଯାଇଥିଲେ । ଏହି ପରିଦର୍ଶନ ସମୟରେ ସେଠାରେ ଉପସ୍ଥିତ ଥିବା ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ଏବଂ ଏଠାରେ ଚାଲିଥିବା ଉନ୍ନୟନମୂଳକ କାମର ନୀରିକ୍ଷଣ କରିବା ସହ କାମକୁ ଶୀଘ୍ର ସାରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଜିଲ୍ଲାପାଳ ଡ଼ା.ଗାଭାଲୀ ଆଜି ପ୍ରଥମେ ମହେଶଡିହିରେ ଥିବା ଥିମ ପାର୍କକୁ ଯାଇ ସେଠାର ଉନ୍ନୟନ ମୂଳକ କାମର ତଦାରଖ କରିଥିଲେ । ଥିମ ପାର୍କରେ ପ୍ରବେଶ ଏବଂ ପ୍ରସ୍ଥାନ ପାଇଁ ଅଲଗା ଅଲଗା ପଥ ପ୍ରସ୍ତୁତ କରିବା ସହ ପାର୍କିଂ ସ୍ଥାନ ନିରୁପଣ ଉପରେ ସେ ଗୁରୁତ୍ଵାରୋପ କରିଥିଲେ । ସେହିପରି ସେଠାରେ ଥିବା ପୁରୁଣା ଘର ଗୁଡିକୁ ନଭାଙ୍ଗି ପୁନଃବ୍ୟବହାରକ୍ଷମ କରି ଏହାକୁ କାମରେ ଲଗାଇବା ପାଇଁ ବ୍ୟବସ୍ଥା କରିବା ଦିଗରେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ଏହା ପରେ ଶଙ୍କରାଠାରେ ଥିବା ପାରିଜାତ ପାର୍କକୁ ଯାଇ ସେଠାରେ ଚାଲୁଥିବା କାମର ପର୍ଯ୍ୟବେକ୍ଷଣ କରିଥିଲେ । ସେଠାରେ ନିଆଯାଉଥିବା ପଦକ୍ଷେପ ଉପରେ ବୁଲି ଦେଖିବା ସହ ଉଭୟ ପ୍ରକଳ୍ପକୁ ଡିସେମ୍ବର ମଧ୍ୟରେ ସାରିବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ ।

ଏହା ପରେ ଜିଲ୍ଲାପାଳ ଡ଼ା ଗଭାଲୀ ସମଲେଶ୍ୱରୀ ମନ୍ଦିର ପରିଦର୍ଶନ ରେ ଯାଇଥିଲେ । ସେଠାରେ ମନ୍ଦିର କମିଟି ସଦସ୍ୟ ମାନଙ୍କ ସହ ଆଲୋଚନା କରିବା ସହ ବିଭାଗୀୟ କର୍ମକର୍ତ୍ତା ଙ୍କ ସହ ଆଲୋଚନା କରି ମନ୍ଦିରର ଉନ୍ନତି ପାଇଁ ଯୋଜନା ଉପରେ ଆଲୋଚନା କରିଥିଲେ । ରିଭର ପ୍ରଂଟକୁ ବିଦ୍ୟୁତ ବ୍ୟବସ୍ଥା କରିବା ସହ ସେଠାରେ ବେଂଚ ବ୍ୟବସ୍ଥା କରି ଲୋକଙ୍କର ବସିବା ପାଇଁ ସୁବିଧା କରିବା ଦିଗରେ ଆଲୋଚନା କରିଥିଲେ ।
ଜିଲ୍ଲପାଳ ଙ୍କ ଏହି ପରଦର୍ଶନ ସମୟରେ ସୁନ୍ଦରଗଡ଼ ବନାଂଚଳ ଅଧିକାରୀ ପ୍ରଦୀପ ମିରାସେ ଏବଂ ପୂର୍ତ୍ତବିଭାଗ ଅଧିକ୍ଷଣ ଯନ୍ତ୍ରୀ ନାରାୟଣ ପଟେଲଙ୍କ ସହ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.