ସର୍ଚ ଅପରେସନ ବେଳେ ଆଇଡି ବୋମା ବିସ୍ଫୋରଣରେ ଜଣେ ଯବାନ ଆହତ

ମାଲକାନଗିରି, ୩୦।୧୧:ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର କାଂକେରରେ ପାଇବୋମା ବିସ୍ଫୋରଣ ଘଟି ଜଣେ ଯବାନ ଆହତ । ସୂଚନା ଅନୁଯାୟୀ ଛତିଶଗଡର କାଂକେର ଜିଲ୍ଲାର ପାନିଡୋବିର ଜଙ୍ଗଲରେ ଡିଆରଜି ଏବଂ ବିଏସଏଫ ଯବାନଙ୍କ ପକ୍ଷରୁ ମିଳିତ ରୂପେ ସର୍ଚ ଅପରେସନ କରାଯାଉଥିଲା । ଏହି ସମୟରେ ଜଙ୍ଗଲରେ ମାଓବାଦୀଙ୍କ ଦ୍ୱାରା ଖଞ୍ଜା ଯାଇଥିବା ଏକ ପାଇପ ବୋମାକୁ ଯବାନ ମାନେ ଠାବ କରିବା ପରେ ଏହି ବୋମାକୁ ଉଦ୍ଧାର କରି ନିଷ୍କ୍ରିୟ କରିବା ବେଳେ ହଟାତ ବୋମାଟି ବୋସଫୋରଣ ଘଟିଥିଲା । ଏହି ବିସ୍ଫୋରଣରେ ଜଣେ ଯବାନ ଆହତ ହୋଇଥିବା ବେଳେ ତାଙ୍କ ନାମ ଜାନକିରାମ ଡୁଗା ବୋଲି ଜଣା ପଡିଛି । ଏହାପରେ ଆହତ ଯବାନଙ୍କୁ ତୁରଣତ ଉଦ୍ଧାର କରି ଚିକିତ୍ସା ପାଇଁ ନିଆଯାଇଥିବା ଜଣା ପଡିଛି ।

nis-ad
Leave A Reply

Your email address will not be published.