ଡିଜେ ଭାଇରସ କ୍ଲବ ତରଫରୁ ବ୍ଲକସ୍ତରୀୟ ନୃତ୍ୟ ପ୍ରତିଯୋଗିତା ଉଦଯାପିତ

ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ସଦର ମହକୁମା ଗଳିଦାଣ୍ଡ ଠାରେ ଡି.ଜେ ଭାଇରସ କ୍ଲବ ତରଫରୁ ବ୍ଲକ ସ୍ତରୀୟ ନୃତ୍ୟ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ରାଜନଗର ଥାନା ଅଧିକାରୀ ଶ୍ରୀ ଅଜୟ କୁମାର ଜେନା, ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିବା ବେଳେ ରାଜନଗର ସରପଞ୍ଚ ସୁଶ୍ରୀ ସଙ୍ଗୀତ ବିଶ୍ଵାଳ , ସମିତି ସଭ୍ୟା ସୁମିତ୍ରା ସେଠୀ, ମୁଖ୍ୟ ବକ୍ତା ରାଘବେନ୍ଦ୍ର ମହାନ୍ତି, ଅଧ୍ୟାପକ ସଞ୍ଜୟ ବାଗ ଓ ରାମ କୃଷ୍ଣ ବାରିକ ଏବଂ ପ୍ରଫୁଲ୍ଲ ଦାସ ବିଚାରକ ଭାବେ ଯୋଗ ଦେଇ ଦେଇଥିଲେ ।

ଏହା ପରେ ନୃତ୍ୟ ପ୍ରତିଯୋଗିତା ଆରମ୍ଭ ହେଇଥିଲା। ଏହି ପ୍ରତି ଯୋଗିତା ରେ ଜୁନିୟର ବିଭାଗର ପ୍ରିୟମ୍ବଦା ଜେନା ପ୍ରଥମ ଏବଂ ସ୍ୱୟଂପ୍ରଭ ମହାରଥୀ ଦ୍ୱିତୀୟ ଏବଂ ପ୍ରିତିପ୍ରଜ୍ଞା ପ୍ରଧାନ ତୃତୀୟ ସ୍ଥାନ ଅଧିଗ୍ରହଣ କରିଥଲେ ସେହି ପରି ସିନିଅର ବିଭାଗ ରେ ଦିବ୍ୟାଶ୍ରୀ ସେଠୀ ପ୍ରଥମ । ଯାଜ୍ଞସେନି ସେଠୀ ଦ୍ୱିତୀୟ ଏବଂ ମାଧବ ସେଠୀ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଏହା ପରେ ସମସ୍ତ ପ୍ରତିଯୋଗୀ ମାନଙ୍କୁ ଉକ୍ତ ଅତିଥି ମାନେ ମାନ ପତ୍ର ଦେଇଥିଲେ ଏହି କାର୍ଯ୍ୟକ୍ରମ କୁ ଅନୁଷ୍ଠାନର ଦେବଦତ୍ତ ସେଠୀ ସଭାପତିତ୍ବ କରିଥିବାବେଳେ, ବିକାଶ ସେଠୀ ଧୀବର ସେଠୀ, ଜୀବନ ସେଠୀ, ଲିଟନ ସେଠୀ, ସୁତିକନ୍ତ ସେଠୀ, ହେମନ୍ତ ସେଠୀ, ବଳରାମ ସେଠୀ ପରିଚାଳନା କରିଥିଲେ ।

nis-ad
Leave A Reply

Your email address will not be published.