ସାବଧାନ ମାତିଛନ୍ତି ଭଣ୍ଡ ବାବା…


ନିମାପଡା – କେତେକ ଲୋକ ପରିଶ୍ରମ ନ କରି ରାତା ରାତି ବଡ ହେବା ନିଶାରେ ଟଙ୍କା ରୋଜଗାର କରିବା ପାଇଁ ଗଳିଆ ବାଟ ଖୋଜନ୍ତି। ଆମେ ଈଶ୍ୱର ବିଶ୍ୱାସୀ ହେବା ସହିତ ଧର୍ମକୁ ମାନିଥାଉ ଆଉ ସେଇ ଧାର୍ମିକ ଭାବନାକୁ ଖେଳି କେତେକ ଦୁର୍ବୁତ୍ତ ଭଣ୍ଡ ବାବା ହୋଇ ଲୋକ ମାନଙ୍କ ସହିତ ଖେଳିଥାନ୍ତି।ସୂଚନା ଅନୁଯାଇ ନିମାପଡା ଥାନା ଅଧିନସ୍ଥ ନାଗବସ୍ତ ଗ୍ରାମରେ ମହାବୀରଙ୍କ କାଳେସୀ ସାଜି ଜନୈକ ଯୁବକ ହୁକୁମ ଦେବା ନାମରେ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହୋଇଛି।ବିଗତ କିଛିଦିନ ହେବ ଏହି ଗ୍ରାମର କିଛି ଅସାମାଜିକ ଯୁବକ ଚଳାଇଛନ୍ତି ଏହି କାର୍ଯ୍ୟ।ସୂଚନା ଅନୁଯାୟୀ ଏହି ବ୍ୟକ୍ତିଙ୍କ ନାମରେ ଆଗରୁ ନିମାପଡା ଥାନାରେ ନିଶାବିକ୍ରି କରୁଥିବାର ଏକାଧିକ ଅଭିଯୋଗ ହୋଇଆସୁଥିବା ବେଳେ ଏବେ ଏମାନେ ନିଜକୁ ଆଇନର ଜାଲରୁ ବଞ୍ଚାଇବା ପାଇଁ ତିଆରି କରିଛନ୍ତି ନୂଆ ଯୋଜନା।କିଛିଦିନ ହେବ ଏହି ଅସାମାଜିକ ଯୁବକ ମାନେ ବାବା ନାଗେଶ୍ଵରୀ ବାବା ନମ୍ଃ ନମ୍ଃ ନାମରେ ଏକ ପୋଷ୍ଟର ଲଗାଇବା ସହ ସେଠାରେ ସାଧାରଣ ଲୋକଙ୍କ ସମସ୍ତ ସମସ୍ୟାର ଉପଚାର କରାଯାଉଛି ବୋଲି ମିଛ ପ୍ରଚାର ପ୍ରସାର କରିବା ଆରମ୍ଭ କରିଛନ୍ତି।କୋଉଠି ତାଙ୍କ ଦେହରେ ସ୍ଵୟଂ ମହାବୀର ସବାର ହେଉଛନ୍ତି।ଆଉ ସେ ସାଧାରଣ ଲୋକଙ୍କ ସମସ୍ୟା ସମାଧାନ କରୁଛନ୍ତି ବୋଲି କହି ବୁଲୁଛନ୍ତି।ଏଣୁ ଏଠାକୁ ଆଧ୍ୟାତ୍ମିକ ଭାବନା ଧରି ଆସୁଥିବା ଲୋକଙ୍କ ବିଶ୍ବାସରେ ବିଷ ଦେଇ ସେମାନଙ୍କ ଠାରୁ ମୋଟା ଅଙ୍କର ଅର୍ଥ ଆଦାୟ କରାଯାଉଥିବା ଅଭିଯୋଗ ହେଉଛି।ତେବେ ଗ୍ରାମର କିଛି ଲୋକ ଏ ନେଇ ଥାନାରେ ଅଭିଯୋଗ କରିଛନ୍ତି।ଏହିଭଳି ଅସାମାଜିକ ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ ପୋଲିସ କେବେ କାର୍ଯାନୁଷ୍ଠାନ ଗ୍ରହଣ କରୁଛି ଦେଖିବାକୁ ବାକି ରହିଲା।

nis-ad
Leave A Reply

Your email address will not be published.