ଗୋଠଗାଁ ପଞ୍ଚାୟତ ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ତା ପ୍ରସ୍ତାବ…


ହିଞ୍ଜିଳିକାଟୁ ୨୩!୯ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଳକ ଗୋଠଗାଁ ଗ୍ରାମ ପଞ୍ଚାୟତରେ ସରପଞ୍ଚ କୃଷ୍ଣ ଚନ୍ଦ୍ର ଶୁଆଁଶିଆଙ୍କ ମନମୁଖି କାର୍ଯ୍ୟକୁ ନେଇ ପଞ୍ଚାୟତର ୱାର୍ଡ ସଭ୍ୟ ସଭ୍ୟା ମାନେ ସୋମବାର ଭଞ୍ଜନଗର ଉପଜିଲ୍ଲାପାଳଙ୍କ ପାଖରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଦିର୍ଘଦିନ ହେଲା ସରପଞ୍ଚ ୱାର୍ଡର୍ ସଭ୍ୟ ସଭ୍ୟାଙ୍କୁ ପଞ୍ଚାୟତର ସମସ୍ତ କାର୍ଯ୍ୟ ନଜଣାଇ ନିଜେ କରିଛନ୍ତି । । ଏଭଳି ସରପଞ୍ଚ ବିଭିନ୍ନ ଦୁର୍ନୀତି ସହ ୱାର୍ଡ ସଭ୍ୟ ସଭ୍ୟା ମାନଙ୍କୂ ପଞ୍ଚାୟତ କାର୍ଯ୍ୟରେ ନଜଣାଇ ମନମୁଖି ରେ ଜଡିତ ଥିବାରୁ ଗୋଠ ଗାଁ ଗ୍ରାମପଞ୍ଚାୟତର ୱାର୍ଡ ସଭ୍ୟସଭ୍ୟା ମାନେ ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ତା ପ୍ରସ୍ତାବ ଆଗତ ପାଇଁ ଉପଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଉକ୍ତ ଅନାସ୍ତା ପ୍ରସ୍ତାବରେ ଗୋଠ ଗାଁ ଗ୍ରାମପଞ୍ଚାୟତର ୧୨ ଜଣ ୱାର୍ଡ ସଭ୍ୟ ସଭ୍ୟାଙ୍କ ମଧ୍ୟରୁ ୯ ଜଣ ସଭ୍ୟସଭ୍ୟା ଦସ୍ତଖତ ସମ୍ବଳିତ ଅନାସ୍ତା ପ୍ରସ୍ତାବ ପାଇଁ ଦାବିପତ୍ର ଦେଇଛନ୍ତି । ପ୍ରକାଶ ଥାଉକି ‌ଗୋଠଗାଁ ସରପଞ୍ଚ କୃଷ୍ଣ ଚନ୍ଦ୍ର ଶୁଆଁଶିଆ ଗତ ଅଗଷ୍ଟ ୨୨ ତାରିଖରେ ଭୁବନେଶ୍ୱରଠାରେ ବିଜେପି ଦଳରେ ଯୋଗଦାନ କରିଥିଲେ।‌

nis-ad
Leave A Reply

Your email address will not be published.