ଶିକ୍ଷକ ଅଭାବ :ପର୍ତ୍ତମାହା ସେବାଶ୍ରମରେ ଶିକ୍ଷକ ଯୋଗାଇ ଦେବାପାଇଁ ଜିଲ୍ଲାପାଳ ଙ୍କୁ ଲିଖିତ ଅଭିଯୋଗ…

ଦାରିଙ୍ଗବାଡ଼ି,୩୦/୧୧, କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ ପର୍ତ୍ତମାହା ସେବାଶ୍ରମରେ ଶିକ୍ଷକ ଅଭାବ ନେଇ ଆବଶ୍ୟକ ଶିକ୍ଷକ ଯୋଗାଇ ଦେବାପାଇଁ ଗ୍ରାମବାସୀ ଜିଲ୍ଲାପାଲଙ୍କୁ ଲିଖିତ ଅଭିଯୋଗ କଲେ। ସୂଚନା ପର୍ତ୍ତମାହା ସେବାଶ୍ରମରେ ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ଯାଏ ୨୬୮ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ସେଥି ମଧ୍ୟରୁ ୧୬୦ ଜଣ ଛାତ୍ରଛାତ୍ରୀ ଅନ୍ତେବାସୀ ଭାବେ ରହି ଅଧ୍ୟୟନ କରନ୍ତି । ହେଲେ ଉକ୍ତ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେବା ପାଇଁ ପ୍ରଧାନ ଶିକ୍ଷକଙ୍କ ସହିତ ଚାରିଜଣ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟ କରୁଛନ୍ତି । ପ୍ରଧାନ ଶିକ୍ଷକ ପ୍ରାୟ ମାସରେ ୧୫ରୁ ୧୮ଦିନ ବିଭିନ୍ନ କାର୍ଯ୍ୟରେ ବ୍ୟସ୍ତ ରହୁଥିବାରୁ ତିନି ଜଣ ଶିକ୍ଷକ ଶିକ୍ଷୟିତ୍ରୀ ୮ଟି ଶ୍ରେଣୀର ୨୬୮ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେବା ସମସ୍ୟା ହୋଇଛି। ଏଥିପାଇଁ ଅନେକ ବାର ଲିଖିତ ଭାବେ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ଆଯଯାଏ ସଫଳ ହୋଇ ନାହିଁ । ଏଣୁ ବାଧ୍ୟ ହୋଇ ଗତକାଲି ବିଦ୍ୟାଳୟ ପରିଚାଳନା କମିଟି, ମହିଳା ସଂଘ ,ଅନ୍ତରଙ୍ଗ ଯୁବ ସଂଘ ଓ ଗ୍ରାମବାସୀଙ୍କ ପ୍ରତିନିଧିଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ଭେଟି ଲିଖିତ ଅଭିଯୋଗ ଦେଇଛନ୍ତି।

nis-ad
Leave A Reply

Your email address will not be published.